ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି କରୋନା ସଂକ୍ରମଣରୁ ସୁସ୍ଥ ହେଲେ ୧୫୨୧ ଜଣ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୪୦,୭୨୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
https://twitter.com/HFWOdisha/status/1294650978537373697?s=20
ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭୨ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୩୧, କଟକରୁ ୧୬୬, ରାୟଗଡ଼ାରୁ ୯୩, ସୁନ୍ଦରଗଡ଼ରୁ ୮୯, ପୁରୀରୁ ୮୦, କଳାହାଣ୍ଡିରୁ ୭୭, ବାଲେଶ୍ୱରରୁ ୬୧, ନୟାଗଡ଼ରୁ ୫୬, ଗଜପତିରୁ ୫୪, ସମ୍ୱଲପୁରରୁ ୫୪, ଯାଜପୁରରୁ ୫୨, କୋରାପୁଟରୁ ୪୬, ଭଦ୍ରକରୁ ୨୬, କନ୍ଧମାଳରୁ ୨୬, ମାଲକାନଗିରିରୁ ୨୨, କେନ୍ଦୁଝରରୁ ୧୯, ଜଗତସିଂହପୁରରୁ ୧୬, ଅନୁଗୋଳରୁ ୧୩, ବଲାଙ୍ଗିରିରୁ ୧୩, କେନ୍ଦ୍ରାପଡ଼ାରୁ ୧୩, ବରଗଡ଼ରୁ ୧୦, ଝାରସୁଗୁଡ଼ାରୁ ୧୦, ସୋନପୁରରୁ ୯, ମୟୂରଭଞ୍ଜରୁ ୯, ବୌଦ୍ଧରୁ ୫ ଓ ନବରଙ୍ଗପୁରରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।