Advertisment

କରୋନା ଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍, ଖୋର୍ଦ୍ଧା ଜିଲ୍ଲାରୁ ଗଲା ୬ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୨୬ ଜଣଙ୍କ ଜୀବନ ଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି। ଏହି ୨୬ ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା ଅଛନ୍ତି। ମୋଟ ୧୧ଟି ଜିଲ୍ଲାରୁ ଏହି ମୃତ୍ୟୁ ସୂଚନା ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଅଛନ୍ତି। ସେହିପରି କଳାହାଣ୍ଡି ଜିଲ୍ଲାରୁ […]

ଅଦ୍ୟତନ ହୋଇଛି
‘ଆବଶ୍ୟକ ନ ଥିଲେ ହସ୍ପିଟାଲ ଯାଅନି, ଘରେ ରୁହ, ମନୋବଳ ଦୃଢ଼ କର’

Corona

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୨୬ ଜଣଙ୍କ ଜୀବନ ଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି।

Advertisment

ଏହି ୨୬ ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା ଅଛନ୍ତି। ମୋଟ ୧୧ଟି ଜିଲ୍ଲାରୁ ଏହି ମୃତ୍ୟୁ ସୂଚନା ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାଜିଲ୍ଲାରୁ ସର୍ବାଧିକ ୬ ଜଣ ଅଛନ୍ତି। ସେହିପରି କଳାହାଣ୍ଡିଜିଲ୍ଲାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମପୁରୀଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ଅନୁଗୋଳ, ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ଏବଂ ବୌଦ୍ଧ, ଗଜପତି, କୋରାପୁଟ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

Advertisment

ଖୋର୍ଦ୍ଧା ଓ କଳହାଣ୍ଡିରେ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୪୩୦ ଓ ୮୨କୁ ବୃଦ୍ଧି ପାଇଛି। ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୨୭୨ରେ ପହଞ୍ଚିଥିବା ବେଳେ ପୁରୀରେ ୧୪୯, ଅନୁଗୋଳରେ ୬୯, ବାଲେଶ୍ୱରରେ ୧୦୫, ସୁନ୍ଦରଗଡ଼ରେ ୨୩୮, ବୌଦ୍ଧରେ ୩୦, ଗଜପତିରେ ୪୬, କୋରାପୁଟରେ ୩୩ ଓ ନୂଆପଡ଼ାରେ ୫୧କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୪୫୧ ଜଣ ଅଛନ୍ତି।

Corona Death In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe