Advertisment

ଆଚାର୍ଯ୍ୟ ହରିହର କ୍ୟାନସର ଇନଷ୍ଟିଚ୍ୟୁଟରେ ଖୋଲିବ ଆଉ ୪ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରମୁଖ କ୍ୟାନସର ହସ୍ପିଟାଲ କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ କ୍ୟାନସର ଇନଷ୍ଟିଚ୍ୟୁଟ୍ (ଏଏଚପିଜିଆଇସି)ରେ ଆଉ ୪ଟି ନୂଆ ବିଭାଗ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । କଟକସ୍ଥିତ ଏହି ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ରୋଗୀ ଓ ସେମାନଙ୍କ ସହାୟକଙ୍କ ରହଣୀ ପାଇଁ ୩ଟି ଅସ୍ଥାୟୀ ସେଡ୍ ନିର୍ମାଣ ସହ କ୍ୟାନସର ହସ୍ପିଟାଲର ବେଡ୍ […]

ଅଦ୍ୟତନ ହୋଇଛି
ଆଚାର୍ଯ୍ୟ ହରିହର କ୍ୟାନସର ଇନଷ୍ଟିଚ୍ୟୁଟରେ ଖୋଲିବ ଆଉ ୪ ବିଭାଗ

CTC

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରମୁଖ କ୍ୟାନସର ହସ୍ପିଟାଲ କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ କ୍ୟାନସର ଇନଷ୍ଟିଚ୍ୟୁଟ୍ (ଏଏଚପିଜିଆଇସି)ରେ ଆଉ ୪ଟି ନୂଆ ବିଭାଗ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । କଟକସ୍ଥିତ ଏହି ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ରୋଗୀ ଓ ସେମାନଙ୍କ ସହାୟକଙ୍କ ରହଣୀ ପାଇଁ ୩ଟି ଅସ୍ଥାୟୀ ସେଡ୍ ନିର୍ମାଣ ସହ କ୍ୟାନସର ହସ୍ପିଟାଲର ବେଡ୍ ସଂଖ୍ୟା ୨୮୧ରୁ ୫୦୨କୁ ବୃଦ୍ଧି କରିଥିଲେ

Advertisment

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ କ୍ୟାନସର ଇନଷ୍ଟିଚ୍ୟୁଟରେ ୪ଟି ନୂଆ ବିଭାଗରେ ପାଠପଢ଼ା ହେବ । ଏସବୁ ହେଲା ଡିପାର୍ଟମେଂଟ୍ ଅଫ ଗ୍ୟାଷ୍ଟ୍ରୋଏଂଟ୍ରୋଲୋଜି, ଡିପାର୍ଟମେଂଟ ଅଫ ପ୍ଲାଷ୍ଟିକ ଆଣ୍ଡ ରିକନଷ୍ଟ୍ରକ୍ଟିଭ ସର୍ଜରୀ, ଡିପାର୍ଟମେଂଟ ଅଫ ପାଲିଆଟିଭ୍ ମେଡ଼ିସିନ୍ , ଡିପାର୍ଟମେଂଟ ଅଫ ୟୁରୋ-ଅଙ୍କୋଲୋଜିରେ ପାଠପଢ଼ା ହେବ । ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ବିଭାଗରେ ଗୋଟିଏ ଲେଖାଏଁ ୟୁନିଟ୍ ଖୋଲିବ । ଏଥିପାଇଁ ଅର୍ଥ ବିଭାଗର ଅନୁମୋଦନ ମିଳିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ,ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ୭୦୦ରୁ ୧୦୦୦ ରୋଗୀ ଦୈନିକ ଚିକିତ୍ସା ପାଇଁ ଆସିଥାନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୩୫୦ ରୋଗୀ ଦୈନିକ ରାଡିଏସନ୍ ଓ ୫୦୦ ରୋଗୀ କ୍ୟାନସର ଚିକିତ୍ସା ପାଇଁ ଆସିଥାନ୍ତି । ତେବେ ରାଜ୍ୟର ଏହି ପ୍ରମୁଖ କ୍ୟାନସର ହସ୍ପିଟାଲରେ ଆବଶ୍ୟକ ଭିତ୍ତିଭୂମି ନଥିବା ଯୋଗୁ ରୋଗୀ ଓ ସେମାନଙ୍କ ସହାୟକମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

Advertisment

ସେହିପରି ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ନବନିର୍ମିତ ପୋଷ୍ଟଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚର ଶିକ୍ଷଣୀୟ ହସ୍ପିଟାଲ ଭାବେ ଘୋଷଣା କରାଯାଇଛି । କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ଏହି ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚର ଅତିରିକ୍ତ ନିର୍ଦ୍ଦେଶକ ଏବଂ କ୍ୟାପିଟାଲ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଏହି ପୋଷ୍ଟଗ୍ରାଜୁଏଟ ଇନଷ୍ଟିଚ୍ୟୁଟର ଅତିରିକ୍ତ ମେଡିକାଲ ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟ କରିବେ ବୋଲି ଗତକାଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

Acharya Harihar Institute Of Cancer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe