ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରୋଗ୍ୟ ହେଲେ ୭୫୬ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨୧୨୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
https://twitter.com/HFWOdisha/status/1289581743960240133?s=20
ଆଜି ଆରୋଗ୍ୟ ହୋଇଥିବା ୭୫୬ କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୧୬୨ ଜଣ ଅଛନ୍ତି। ସେହିପରି ଗଞ୍ଜାମରୁ ୧୩୯, କଟକରୁ ୭୫, ସୁନ୍ଦରଗଡ଼ରୁ ୫୮, ଗଜପତିରୁ ୪୯, ଭଦ୍ରକରୁ ୩୩, କେନ୍ଦୁଝରରୁ ୩୧, ପୁରୀରୁ ୨୮, ନୟାଗଡ଼ରୁ ୨୨, ରାୟଗଡ଼ାରୁ ୨୦, ବାଲେଶ୍ୱରରୁ ୧୯, କୋରାପୁଟରୁ ୧୮, ମାଲକାନଗିରି ୧୬, ନବରଙ୍ଗପୁରରୁ ୧୩, କନ୍ଧମାଳରୁ ୧୦, ସମ୍ୱଲପୁରରୁ ୧୦, ଯାଜପୁରରୁ ୯, କେନ୍ଦ୍ରାପଡ଼ାରୁ ୯, ଜଗତସିଂହପୁରରୁ ୮, ବରଗଡ଼ରୁ ୭, ଢେଙ୍କାନାଳରୁ ୬, ଝାରସୁଗୁଡ଼ାରୁ ୬, ବଲାଙ୍ଗିରିରୁ ୨, କଳାହାଣ୍ଡିରୁ ୨ ଓ ଅନୁଗୋଳରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି।
ଆଜି ସୁଦ୍ଧା ରାଜ୍ୟରେ କରୋନାରେ ୩୩୪୭୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୮୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୨୧୨୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୮ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।