କେବେ ନା କେବେ ସୁଖ ଆସିବ...

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ସେଇ କମଳା ରଙ୍ଗର କାଗଜ। ଅକ୍ଷର ବି ଠିକ୍‌ ସେମିତି ଗୋଲ ଗୋଲ। ଆଉ ସେଥିରେ ଉତ୍ତରା ଯାଇଥିବା ଭାବନା ସବୁ ପୂର୍ବ ଭଳି ସମାନ। ଅର୍ଥାତ ମନ ଭିତରେ ଥିବା ଘୃଣା, ଅବସୋସ, ବ୍ୟଥା, ବେଦନା, ପ୍ରତିହିଂସାର ଛାପ ସ୍ପଷ୍ଟ ବାରି ହେଉଛି ଏହି ଲେଖାରୁ। ଏସିଏଫ ସୌମ୍ୟ ରଞ୍ଜନ ଓ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟରେ ତିକ୍ତ ସମ୍ପର୍କକୁ ନେଇ ଆସିଛି ଆଉ ଏକ ଚିଠି। ଯେଉଁ ଚିଠିଟି କମଳା ରଙ୍ଗର ହୋଇଥିବା […]

hlo

Tapas Behera
  • Published: Tuesday, 27 July 2021
  • , Updated: 27 July 2021, 04:59 PM IST

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ସେଇ କମଳା ରଙ୍ଗର କାଗଜ। ଅକ୍ଷର ବି ଠିକ୍‌ ସେମିତି ଗୋଲ ଗୋଲ। ଆଉ ସେଥିରେ ଉତ୍ତରା ଯାଇଥିବା ଭାବନା ସବୁ ପୂର୍ବ ଭଳି ସମାନ। ଅର୍ଥାତ ମନ ଭିତରେ ଥିବା ଘୃଣା, ଅବସୋସ, ବ୍ୟଥା, ବେଦନା, ପ୍ରତିହିଂସାର ଛାପ ସ୍ପଷ୍ଟ ବାରି ହେଉଛି ଏହି ଲେଖାରୁ। ଏସିଏଫ ସୌମ୍ୟ ରଞ୍ଜନ ଓ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟରେ ତିକ୍ତ ସମ୍ପର୍କକୁ ନେଇ ଆସିଛି ଆଉ ଏକ ଚିଠି। ଯେଉଁ ଚିଠିଟି କମଳା ରଙ୍ଗର ହୋଇଥିବା ବେଳେ ତାହା ବିଦ୍ୟାଭାରତୀଙ୍କ ହାତ ଲେଖା ବୋଲି କୁହାଯାଉଛି। ଏସିଏଫ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ରହସ୍ୟରୁ ପାଖପାଖି ୧୨ ଦିନ ପରେ ପରଦା ହଟିନଥିବା ବେଳେ ସାମ୍ନାକୁ ଆସୁଥିବା ଗୋଟିଏ ଗୋଟି ପରେ ଚିଠି ଘଟଣାକୁ ଅଧିକ ରହସ୍ୟମୟ କରୁଛି। ଏବେ ସାମ୍ନାକୁ ଆସିଥିବା ଚିଠିରେ ଲେଖାଯାଇଛି ଯେ,

ହ୍ୱାଟ୍‌ ଏ ହୋପ୍‌ଲେସ ଲାଇଫ୍‌। ମୋଭଳିଆ ଗୋଟେ ହେପିଲେସ ଲାଇଫ୍‌ରେ ବି ବଞ୍ଚିକି ଏହି ଅଶାରେ ଅଛି ଯେ,  କେବେ ନା କେବେ ସୁଖ ଆସିବ ମୋ ଜୀବନରେ।  ଯେତେ ଦଣ୍ଡସବୁ ଲେଖିଛନ୍ତି ଭଗବାନ ସବୁ ତୋତେ ହିଁ ଭୋଗିବା ପାଇଁ ପଡ଼ିବ। ସେଥିପାଇଁ କମ୍ପ୍ଲେନ କରିବାର ବନ୍ଦ କରିଦେ। ରିଏକ୍ସିନ ଦେବା ବନ୍ଦ କରିଦେ। ବିକଜ୍ ଯେତେ ଯାହା କଲେବି ସବୁ ତୋ ଭାଗ୍ୟ ତୋ ଷ୍ଟୁପିଡ୍ ଡିସିସନ ଗୁଡ଼ା ପାଇଁ।  ଯୋଉ ଗୁଡ଼ା ତୁ ନେଇଥିଲୁ...।  ଜୀବନକୁ ନେଇ ଖାଲି ଅନୁତାପ ଆସୁଛି। ଏତେ କଣ ପାପ କରିଥିଲୁ ପୁରା ଫ୍ୟୁଚର... ମାଇଁ ଫ୍ୟୁଚର ଇଜ୍‌ ଇନ୍‌ ଡାର୍କ...। ଏତେ ଖରାପ ଲାଗିଲାଣି ନିଜ ଉପରେ। ଛି ଛି ୟାର୍‌ କେମିତି  ଲାଇଫ ଗୋଟେ ମୋର...।

ସେମିତି ପୂର୍ବରୁ ଆସିଥିବା ଏକ ଚିଠି ଲେଖାଯାଇଥିଲା ଯେ,

“ହେ ଭଗବାନ, କିଛି ବି କରି ଡିଭୋର୍ସ କରେଇ ଦିଅ। ପ୍ରଭୁ ବାବା ସାଇ ତୁମ ପାଖରେ ଋଣୀ ରହିଯିବି। ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇକି ରହିବି। କିଛି ବି କରି ପ୍ଲିଜ୍ ଡିଭୋର୍ସ କରିଦିଅ।  ଏତେ ଦୁଃଖରେ କହିଲି, ତଥାପି ମୋ ଆଖି ଲୁହ ଦେଖାଗଲାନି। ଏମିତି ହାରାମଜାଦା ମଣିଷ ମୋ ଜୀବନରେ ଦେଖିନି। ଛି ମଲା ବେଳେ ମୁହଁରେ ପୋକ ପଡ଼ନ୍ତୁ।”

ତାପୂର୍ବରୁ ଆଉ ଏକ ଚିଠି ସାମ୍ନାକୁ ଆସିଥିଲା।

ଚିଠିରେ ଲେଖା ଯାଇଥିଲା, “ମୁଁ ଏହି ଲୋକକୁ ଦୁନିଆରେ ସବୁଠୁ ଅଧିକ ଘୃଣା କରେ। ଭଗବାନ ମୋ ଭୁଲ୍‌ ପାଇଁ ମୋତେ କ୍ଷମା କରିଦିଅ। ମୋ ଜୀବନ ବରବାଦ କର ନାହିଁ। କେମିତି ଆଉ ୩ଟା ଦିନ କଟିବ। ଏଟଲିଷ୍ଟ ୧୨-୧୫ଦିନ ଶାନ୍ତିରେ ରହିବି। ମୁଁ ଏହି ଲୋକକୁ ପ୍ରବଳ ଘୃଣା କରେ, ଏପରିକି ମୋ ନାଁ ସହ ତା’ ନାଁ ଯୋଡ଼ିବାକୁ ବି ଇଚ୍ଛା ନାହିଁ। ମୋର ଗୋଟିଏ ନିଷ୍ପତ୍ତି ମୋ ଜୀବନ ବରବାଦ କରିଦେଲା। ”

 

Related story