ଆକ୍ସନ ମୁଡରେ ବିଏମ୍‌ସି, ପୁଣି ସିଲ୍‌ କଲା ଏହି ମାର୍କେଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଆଇଡି ମାର୍କେଟ ୩ ଦିନ ପାଇଁ ବନ୍ଦ । କୋଭିଡ୍ ନିୟମ ଉଲ୍ଲଙ୍ଘନ ହେଉଥିବାରୁ BMC ଏହି କଡ଼ା ପଦକ୍ଷେପ ନେଇଛି । ଆଜିଠୁ ୨୪ ଘଣ୍ଟା ପାଇଁ ସିଲ୍ ହେଲା ଇନ୍ଦ୍ରଧନୁ ମାର୍କେଟ । ଏହା ପରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ରହିଛି । ତେଣୁ ଲଗାତର ୩ ଦିନ ଧରି ବନ୍ଦ ରହିବ ଇନ୍ଦ୍ରଧନୁ ମାର୍କେଟ। ଏହା ଆଗରୁ କୋଭିଡ୍ କଟକଣା ନିୟମ ଉଲ୍ଲଂଘନ […]

market sealed

market sealed

Niharika Rout
  • Published: Friday, 30 April 2021
  • Updated: 30 April 2021, 02:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଆଇଡି ମାର୍କେଟ ୩ ଦିନ ପାଇଁ ବନ୍ଦ । କୋଭିଡ୍ ନିୟମ ଉଲ୍ଲଙ୍ଘନ ହେଉଥିବାରୁ BMC ଏହି କଡ଼ା ପଦକ୍ଷେପ ନେଇଛି । ଆଜିଠୁ ୨୪ ଘଣ୍ଟା ପାଇଁ ସିଲ୍ ହେଲା ଇନ୍ଦ୍ରଧନୁ ମାର୍କେଟ । ଏହା ପରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ରହିଛି । ତେଣୁ ଲଗାତର ୩ ଦିନ ଧରି ବନ୍ଦ ରହିବ ଇନ୍ଦ୍ରଧନୁ ମାର୍କେଟ।

ଏହା ଆଗରୁ କୋଭିଡ୍ କଟକଣା ନିୟମ ଉଲ୍ଲଂଘନ ହେବାରୁ ଗତକାଲି ଭୁବନେଶ୍ୱର ଡମଣା ହାଟକୁ ସିଲ୍ କରିଥିଲା ବିଏମସି।  ୪୮ ଘଣ୍ଟା ଯାଏ ବିଏମସି ପକ୍ଷରୁ ଏହି କଟକଣା ଲଗାଯାଇଥିଲା । ହାଟ ସାରା ବୁଲି ସ୍ଥିତି ସମୀକ୍ଷା ପରେ ବିଏମସି ପକ୍ଷରୁ ୪୮ ଘଣ୍ଟା ପାଇଁ ହାଟକୁ ସିଲ୍ କରିବା ସହ ଲୋକଙ୍କୁ ସାମାଜିକ ଦୂରତା ଓ କୋଭିଡ୍ କଟକଣା ନିୟମକୁ ପାଳନ କରିବାକୁ କୁହାଯାଇଛି  ।

ରାଜଧାନୀର ବିଭିନ୍ନ ସ୍ଥାନରେ ବିଏମ୍‌ସିର ଟିମ୍ ଚଢ଼ାଉ କରି ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ସବୁକୁ ସିଲ୍ କରୁଥିବା ଦେଖିବାକୁ ମିଳିଛି। ସହିଦ ନଗର ସ୍ଥିତ ରିଲାଏନ୍ସ ଟ୍ରେଣ୍ଡରେ କୋଭିଡ୍ କଟକଣା ନିୟମର ଉଲ୍ଲଂଘନ ହେଉ ଥିବାରୁ ତାକୁ ମଧ୍ୟ ଆଗାମୀ ୭ ଦିନ ପାଇଁ ସିଲ୍ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos