market sealed
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଆଇଡି ମାର୍କେଟ ୩ ଦିନ ପାଇଁ ବନ୍ଦ । କୋଭିଡ୍ ନିୟମ ଉଲ୍ଲଙ୍ଘନ ହେଉଥିବାରୁ BMC ଏହି କଡ଼ା ପଦକ୍ଷେପ ନେଇଛି । ଆଜିଠୁ ୨୪ ଘଣ୍ଟା ପାଇଁ ସିଲ୍ ହେଲା ଇନ୍ଦ୍ରଧନୁ ମାର୍କେଟ । ଏହା ପରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ରହିଛି । ତେଣୁ ଲଗାତର ୩ ଦିନ ଧରି ବନ୍ଦ ରହିବ ଇନ୍ଦ୍ରଧନୁ ମାର୍କେଟ।
ଏହା ଆଗରୁ କୋଭିଡ୍ କଟକଣା ନିୟମ ଉଲ୍ଲଂଘନ ହେବାରୁ ଗତକାଲି ଭୁବନେଶ୍ୱରଡମଣା ହାଟକୁ ସିଲ୍ କରିଥିଲା ବିଏମସି। ୪୮ ଘଣ୍ଟା ଯାଏ ବିଏମସି ପକ୍ଷରୁ ଏହି କଟକଣା ଲଗାଯାଇଥିଲା । ହାଟ ସାରା ବୁଲି ସ୍ଥିତି ସମୀକ୍ଷା ପରେ ବିଏମସି ପକ୍ଷରୁ ୪୮ ଘଣ୍ଟା ପାଇଁ ହାଟକୁ ସିଲ୍ କରିବା ସହ ଲୋକଙ୍କୁ ସାମାଜିକ ଦୂରତା ଓ କୋଭିଡ୍ କଟକଣା ନିୟମକୁ ପାଳନ କରିବାକୁ କୁହାଯାଇଛି ।
ରାଜଧାନୀର ବିଭିନ୍ନ ସ୍ଥାନରେ ବିଏମ୍ସିର ଟିମ୍ ଚଢ଼ାଉ କରି ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ସବୁକୁ ସିଲ୍ କରୁଥିବା ଦେଖିବାକୁ ମିଳିଛି। ସହିଦ ନଗର ସ୍ଥିତ ରିଲାଏନ୍ସ ଟ୍ରେଣ୍ଡରେ କୋଭିଡ୍ କଟକଣା ନିୟମର ଉଲ୍ଲଂଘନ ହେଉ ଥିବାରୁ ତାକୁ ମଧ୍ୟ ଆଗାମୀ ୭ ଦିନ ପାଇଁ ସିଲ୍ କରାଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/seal.jpg)