ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଗତକାଲି ବିଜେଡିରୁ ନିଲମ୍ବନ କରାଯାଇଥିବା ବେଳେ ଆଜି ଆଉ ଦୁଇ ଜଣ ନେତାଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଉଛନ୍ତି, ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା ଓ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଯୋଗୁ ସେମାନଙ୍କୁ ନିଲମ୍ବନ କରାଯାଇଥିବା କୁହାଯାଇଛି। ତେବେ ସେମାନେ କେଉଁ ପ୍ରକାରର ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ, ତାହା ଚିଠିରେ ଉଲ୍ଲେଖ କରାଯାଇନାହିଁ।
ଦୁଇଟି ଭିନ୍ନ ଭିନ୍ନ ନିର୍ଦ୍ଦେଶନାମାରେ ଏହି ଦୁଇ ନେତାଙ୍କୁ ନିଲମ୍ବନ କରିଛି ବିଜେଡି। ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନାଙ୍କୁ ନିଲମ୍ବନ ନେଇ ବିଜେଡିର ଯେଉଁ ଅଫିସ୍ ଅର୍ଡର ଆସିଛି, ସେଥିରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷର ରହିଛି। ଅନ୍ୟପକ୍ଷରେ ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ଯେଉଁ ଚିଠି ଆସିଛି, ସେଥିରେ ଉପସଭାପତି (ବିଜେଡି ମୁଖ୍ୟାଳୟ) ପ୍ରତାପ ଜେନାଙ୍କ ସ୍ୱାକ୍ଷର ରହିଛି। ଦଳର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ନିଲମ୍ବନ କରାଯାଇଛି ବୋଲି ସେଥିରେ ଲେଖାଯାଇଛି।
/filters:format(webp)/odisha-reporter/media/media_files/2026/01/16/nalini-and-ganesh-2026-01-16-16-26-53.jpg)
ବରିଷ୍ଠ ବିଜେଡି ନେତ୍ରୀ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ବିଜେଡି ଟିକେଟରେ ସେମାନେ (ନଳିନୀପ୍ରଭା ଜେନା ଓ ଗଣେଶ୍ୱର ବରାଳ) ଜିତିଥିଲେ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ହୋଇଥିଲେ। କିନ୍ତୁ ସେମାନେ ଦଳ ଓ ଦଳର ନେତାଙ୍କ ବିରୋଧରେ ଚକ୍ରାନ୍ତ କରିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଯେଉଁମାନେ ବିଜେଡିରେ ରହି ଏହା ବିରୋଧରେ ଚକ୍ରାନ୍ତ କରୁଛନ୍ତି, ସେମାନଙ୍କୁ ବିଦା କରାଯାଉଛି।
ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା ଓ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ବିଜେପି ପାଇଁ କାର୍ଯ୍ୟ କରୁଥିବାରୁ ବିଜେଡି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। ସେଥିପାଇଁ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଯେଉଁ ଲୋଭର ବଶବର୍ତ୍ତୀ ହୋଇ ସେମାନେ ଯାଇଛନ୍ତି, ସେମାନଙ୍କୁ ସେମିତି କିଛି ଲାଭ ମିଳିବ ନାହିଁ। ଭବିଷ୍ୟତରେ ବି ସେମାନେ ଆଉ କୌଣସି ପଦପଦବୀ ପାଇବେ ନାହିଁ। କାରଣ ସାଧାରଣ ଲୋକେ ସେମାନଙ୍କୁ ଧୋକାବାଜ କହି ଆଉ ଭୋଟ୍ ଦେବେ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/16/sankh-2026-01-16-16-23-23.jpg)