ପୁରୀ ଜେଲ୍‌ରେ ପୁଣି ଜଣେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା!

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ମୁଖ୍ୟ କାରାଗାରରେ ପୁଣି ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଶିବ ଭୋଇ। ସେ ସତ୍ୟବାଦୀ ଥାନା ବିଶ୍ୱନାଥପୁର ହାଟସାହିର ବାସିନ୍ଦା ଥିଲେ। ଏକ ଦୁଷ୍କର୍ମ ମାମଲାରେ ଗତ ଜାନୁଆରୀ ମାସ ୮ତାରିଖରେ ସେ ଗିରଫ ହୋଇ ଜେଲ୍‌କୁ ଆସିଥିଲେ। ଜେଲ କର୍ମଚାରୀ ଶିବଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। […]

Puri Jail

Puri Jail

Jitendra Garnayak
  • Published: Thursday, 29 September 2022
  • Updated: 29 September 2022, 09:09 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ମୁଖ୍ୟ କାରାଗାରରେ ପୁଣି ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଶିବ ଭୋଇ। ସେ ସତ୍ୟବାଦୀ ଥାନା ବିଶ୍ୱନାଥପୁର ହାଟସାହିର ବାସିନ୍ଦା ଥିଲେ। ଏକ ଦୁଷ୍କର୍ମ ମାମଲାରେ ଗତ ଜାନୁଆରୀ ମାସ ୮ତାରିଖରେ ସେ ଗିରଫ ହୋଇ ଜେଲ୍‌କୁ ଆସିଥିଲେ।

ଜେଲ କର୍ମଚାରୀ ଶିବଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାମଚଣ୍ଡୀ ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଗତ କିଛି ଦିନ ପୂର୍ବେ ବ୍ରହ୍ମଗିରି ଅଞ୍ଚଳର ବିଚାରାଧୀନ କଏଦୀ ବିଶ୍ୱନାଥ ବାରିକ ପୁରୀ ଜେଲ୍‌ରେ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ସେହିପରି ଗତ ଅଗଷ୍ଟ ୨୯ରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ବରାଳକୁ ଜେଲ୍ ଭିତରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ବାରମ୍ବାର ଜେଲ୍ ଭିତରେ ଏଭଳି ଘଟଣା ଘଟୁଥିବା ବେଳେ ଜେଲ୍ ଭିତରେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos