Advertisment

ମସ୍ତି ମୁଡରେ କେବିଏନ୍‌ ଗ୍ରୁପ୍‌ ସଦସ୍ୟ, ପୁଣି ଭାଇରାଲ ହେଲା ଭିଡିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଛାତି ଉପରେ ଆତଙ୍କରାଜ ସୃଷ୍ଟି କରିଥିବା କୋଇ ଭି ନହିଁ (କେବିଏନ୍‌) ଗ୍ରୁପ୍‌ର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ମାରଣାସ୍ତ୍ର ସହ ନିଜ ଭିଡିଓ ଭାଇରାଲ କରି ରାଜଧାନୀରେ କୋକୁଆ ଭୟ ସୃଷ୍ଟି କରିବାକୁ ଚେଷ୍ଟା ଚଳାଇଥିବା ଏହି ଗ୍ରୁପ୍‌ର ସମୁଦାୟ ୯ ଜଣଙ୍କୁ ବାନ୍ଧି ସାରିଲାଣି ପୁଲିସ୍‌। ଏହାବାଦ ଆଜି ପୁଲିସ୍‌ ଗ୍ରୁପ୍‌ର ମୁଖିଆ ବୁବୁ ଘର ଉପରେ ଚଢ଼ାଉ କରିଛି। ଏହି ଗ୍ରୁପ୍‌ ସଦସ୍ୟଙ୍କୁ ପୁଲିସ୍‌ […]

author-image
Niharika Rout
ଅଦ୍ୟତନ ହୋଇଛି
ମସ୍ତି ମୁଡରେ କେବିଏନ୍‌ ଗ୍ରୁପ୍‌ ସଦସ୍ୟ, ପୁଣି ଭାଇରାଲ ହେଲା ଭିଡିଓ

kbn

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଛାତି ଉପରେ ଆତଙ୍କରାଜ ସୃଷ୍ଟି କରିଥିବା କୋଇ ଭି ନହିଁ (କେବିଏନ୍‌) ଗ୍ରୁପ୍‌ର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ମାରଣାସ୍ତ୍ର ସହ ନିଜ ଭିଡିଓ ଭାଇରାଲ କରି ରାଜଧାନୀରେ କୋକୁଆ ଭୟ ସୃଷ୍ଟି କରିବାକୁ ଚେଷ୍ଟା ଚଳାଇଥିବା ଏହି ଗ୍ରୁପ୍‌ର ସମୁଦାୟ ୯ ଜଣଙ୍କୁ ବାନ୍ଧି ସାରିଲାଣି ପୁଲିସ୍‌। ଏହାବାଦ ଆଜି ପୁଲିସ୍‌ ଗ୍ରୁପ୍‌ର ମୁଖିଆ ବୁବୁ ଘର ଉପରେ ଚଢ଼ାଉ କରିଛି।

Advertisment

ଏହି ଗ୍ରୁପ୍‌ ସଦସ୍ୟଙ୍କୁ ପୁଲିସ୍‌ ଚାରି ଆଡ଼େ ଖୋଜି ବୁଲୁଥିବା ବେଳେ ସେମାନଙ୍କ ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଗତକାଲି ଭାଇରାଲ ହୋଇଥିବା ଏକ ଭିଡିଓରେ  ଗ୍ରୁପର ମେମ୍ବରମାନେ ରାଜରାସ୍ତା ଉପରେ ଫିଲ୍ମି ଷ୍ଟାଇଲ୍‌ରେ ଗାଡ଼ି ଉପରେ ମସ୍ତି କରୁଛନ୍ତି । ଏପରିକି ମସ୍ତି ମୁଡରେ ଥିବା ଗ୍ରୁପର ମେମ୍ବର ପାର୍ଟି କରି ଏନଜୟ ବି କରୁଛନ୍ତି ।

ଏବେ ସୁଦ୍ଧା ଗ୍ରୁପ୍‌ର ୯ ସଦସ୍ୟ ପୁଲିସ୍‌ ହେପାଜତରେ ଥିବା ବେଳେ ଆଜି ଗ୍ରୁପ୍‌ର ମୁଖ୍ୟ ବୁବୁ ଜେନା ଘରେ ରେଡ୍ କରିଛି କମିଶନରେଟ ପୁଲିସ୍‌। ଚେଙ୍ଗ ଓ ସନିଆ ଆତ୍ମସମର୍ପଣ କରିବା ପରେ ବୁବୁ ଜେନାଙ୍କ ଘରେ ରେଡ୍ କରିଛି କମିଶନରେଟ୍ ପୋଲିସ୍ । ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ଥିବା ବୁବୁ ଘରେ ପୁଲିସ୍‌ର ସ୍ୱତନ୍ତ୍ର ଟିମ୍ ପହଞ୍ଚି ତଲାସି କରିଥିଲେ ମଧ୍ୟ ତା’ର ପତ୍ତା ପାଇପାରି ନାହିଁ।

Advertisment

[caption id="attachment_690666" align="alignnone" width="650"]kbn କେବିଏମ୍‌ ଗ୍ରୁପ୍‌ ସଦସ୍ୟ।[/caption]

ଗତ ସୋମବାର କେବିଏନ୍ ଗ୍ରୁପ ସଦସ୍ୟ ଚେଙ୍ଗକୁ ନ ପାଇ ତା’ ଘରକୁ ପୁଲିସ୍‌ ଖୋଳି ତାଡ଼ି ଭାଙ୍ଗି ଦେଇଥିବା ବେଳେ ଗତକାଲି ସଂଜୟ ନାମକ ଅନ୍ୟ ଜଣେ ସଦସ୍ୟର ଘରକୁ ଟାର୍ଗେଟ କରିଥିଲା ପୁଲିସ୍‌।ସଞ୍ଜୟର ନୟାପଲ୍ଲୀ ବୃତ କଲୋନିସ୍ଥିତ ସରକାରୀ ଜାଗାରେ ଥିବା ଘରେ ପୁଲିସ୍‌ ଗତକାଲି ରେଡ କରିଥିଲା। ସଞ୍ଜୟ ଘରେ ନ ଥିବା ବେଳେ ପୁଲିସ୍‌ ତା’ ଘରକୁ ବି ଭାଙ୍ଗିରୁଜି ଦେଇଥିଲା। ଏପରିକି ଘରର ଚଟାଣ, ଝରକାକୁ ତାଡ଼ି ଦେଇଥିବା ବେଳେ ଆଜବେଷ୍ଟସକୁ ଚୁନା କରି ଦେଇଥିଲା।  ଚଢ଼ାଉ ବେଳେ ପୁଲିସ୍‌ ଏକ ମାରଣାସ୍ତ୍ର ଜବତ କରିଥିଲା। ପୁଲିସ୍‌ର ବାରମ୍ବାର ଚଢ଼ାଉ ପରେ ଭୁବନେଶ୍ୱର କୋର୍ଟରେ  ଆତ୍ମସମର୍ପଣ କରିଛନ୍ତି ଉଭୟ ସଞ୍ଜୟ ଓ ରାଜେଶ ।

[caption id="attachment_690667" align="alignnone" width="650"]kbn group member ବିନ୍ଦାସ ମୁଡରେ କେବିଏମ୍‌ ଗ୍ରୁପ ସଦସ୍ୟ।[/caption]

କେବିଏନ୍‌ ଗ୍ୟାଙ୍ଗ ସଦସ୍ୟ ଭିଡିଓ ଭାଇରାଲ କରି ରାଜଧାନୀରେ ଆତଙ୍କରାଜ ଖେଳାଇବାକୁ ଯୋଜନା କରିଥିଲେ। ଏହାଦ୍ୱାରା ଅନ୍ୟମାନଙ୍କୁ ଭୟଭୀତ କରି ଦାଦା ବଟି ଆଦାୟ କରିବା ସେମାନଙ୍କ ମୂଳ ଲକ୍ଷ ।  ହେଲେ ତା’ ପୂର୍ବରୁ ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୁଡକୁ ଚାଲି ଆସିଛି କମିଶନରେଟ ପୁଲିସ୍‌। ଏହି ଗ୍ରୁପ୍‌ର ୨୯ ସଦସ୍ୟଙ୍କ ମଧ୍ୟରୁ ସମୁଦାୟ ୯ ସଦସ୍ୟ ପୁଲିସ୍‌ ହେପାଜତରେ ଥିବା ବେଳେ  ଅନ୍ୟମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୁଲିସ୍‌ର ସ୍ୱତନ୍ତ୍ର ଟିମ୍‌। ଏହି ଟିମ୍‌ ଡିସିପିଙ୍କ ନେତୃତ୍ୱରେ ଅପରେସନ ଚଳାଇଥିବା ବେଳେ ଖୁବ୍‌ ଶୀଘ୍ର କେବିଏନ୍‌ର ସମସ୍ତ ସଦସ୍ୟ ପୁଲିସ୍‌ ହାଜତରେ ଥିବେ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

Bhubaneswar Crime Story