ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ ହେଲା ଆଣ୍ଟିଜେନ ଟେଷ୍ଟ

କଟକ(ଓଡ଼ିଶା ରିପୋର୍ଟର): କଟକ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହୋଇଛି। ରେଡିଓଲୋଜି ଓ ମେଡିକାଲ ଅଙ୍କୋଲୋଜି ବିଭାଗରେ ଏହି ଟେଷ୍ଟ ଆରମ୍ଭ ହୋଇଛି। ୨୦ ଜଣ ରୋଗୀଙ୍କ ଆଣ୍ଟିଜେନ ଟେଷ୍ଟ ପରେ ଆଡମିଶନ୍‌ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି କ୍ୟାନସର ହସ୍ପିଟାଲର ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ। ଆଜି କଟକ ମହାନଗ ନିଗମ(ସିଏମ୍‌ସି) ଅଞ୍ଚଳରେ ଆଉ ୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ  ୨୦ ଜଣ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ […]

cuttack

Manoranjan Sial
  • Published: Tuesday, 14 July 2020
  • , Updated: 14 July 2020, 06:54 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହୋଇଛି। ରେଡିଓଲୋଜି ଓ ମେଡିକାଲ ଅଙ୍କୋଲୋଜି ବିଭାଗରେ ଏହି ଟେଷ୍ଟ ଆରମ୍ଭ ହୋଇଛି। ୨୦ ଜଣ ରୋଗୀଙ୍କ ଆଣ୍ଟିଜେନ ଟେଷ୍ଟ ପରେ ଆଡମିଶନ୍‌ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି କ୍ୟାନସର ହସ୍ପିଟାଲର ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ।

ଆଜି କଟକ ମହାନଗ ନିଗମ(ସିଏମ୍‌ସି) ଅଞ୍ଚଳରେ ଆଉ ୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ  ୨୦ ଜଣ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ହୋମ କ୍ୱାରେଣ୍ଟାଇନରେ ୪ ଓ ଲୋକାଲ କେସ୍‌ ୩ ଜଣ ଅଛନ୍ତି। ଲୋକାଲ କେସ୍‌ ମଧ୍ୟରୁ ୨ ଜଣ ପୁରୁଣା ରାଉସାପାଟଣାରୁ ଚିହ୍ନଟ ହୋଇଥିବା ବେଳେ ଜଣେ ୫୦ ବର୍ଷୀୟ ମହିଳା ଓ ଜଣେ ୩୦ ବର୍ଷୀୟ ଯୁବକ ବୋଲି ସୂଚନା ମିଳିଛି।  ଅନ୍ୟ ଜଣେ ଯୋବ୍ରା ମୁରାଦ ଖାନ ପାଟଣାର ୫୬ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି।

ଆଜି ସୁଦ୍ଧା ୨୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୪ ଜଣ ଆରୋଗ୍ୟ ହୋଇଛନ୍ତି। ଏବେ ୧୫୦ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story