ରହିଗଲା ଛୋଟ ଛୋଟ ଭୁଲ୍‌, ୭୦୩୯ ଓଡ଼ିଶା ସିଭିଲ ସର୍ଭିସ୍ ଆଶାୟୀଙ୍କ ଫର୍ମ ନାକଚ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୨୧ରେ ଓଡ଼ିଶା ସିଭିଲ ସର୍ଭିସ୍‌ରେ ୪୦୫ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ଚଳିତ ବର୍ଷ ଜାନୁଆରୀ ୧୦ରୁ ଫେବ୍ରୁଆରୀ ୧୮ ତାରିଖ ଯାଏଁ ଆଶାୟୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ତେବେ ମୋଟ ଆବେଦନକାରୀଙ୍କ ମଧ୍ୟରୁ ୭୦୩୯ ଜଣ ଦେଇପାରିବେ ନାହିଁ ପ୍ରିଲିମ ପରୀକ୍ଷା। କାରଣ ସେମାନଙ୍କ ଆବେଦନକୁ ନାକଚ କରି ଦେଇଛନ୍ତି ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ (ଓପିଏସ୍‌ସି)। ଦରଖାସ୍ତ ନାକଚର କାରଣ ମଧ୍ୟ ଉଲ୍ଲେଖ କରିଛନ୍ତି କମିଶନ। […]

OPSC

OPSC

Jitendra Garnayak
  • Published: Wednesday, 13 July 2022
  • Updated: 13 July 2022, 09:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୨୧ରେ ଓଡ଼ିଶା ସିଭିଲ ସର୍ଭିସ୍‌ରେ ୪୦୫ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ଚଳିତ ବର୍ଷ ଜାନୁଆରୀ ୧୦ରୁ ଫେବ୍ରୁଆରୀ ୧୮ ତାରିଖ ଯାଏଁ ଆଶାୟୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ତେବେ ମୋଟ ଆବେଦନକାରୀଙ୍କ ମଧ୍ୟରୁ ୭୦୩୯ ଜଣ ଦେଇପାରିବେ ନାହିଁ ପ୍ରିଲିମ ପରୀକ୍ଷା। କାରଣ ସେମାନଙ୍କ ଆବେଦନକୁ ନାକଚ କରି ଦେଇଛନ୍ତି ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ (ଓପିଏସ୍‌ସି)।

ଦରଖାସ୍ତ ନାକଚର କାରଣ ମଧ୍ୟ ଉଲ୍ଲେଖ କରିଛନ୍ତି କମିଶନ। ସେହି କାରଣ ଗୁଡ଼ିକ ମଧ୍ୟରେ ରହିଛି- ବ୍ୟକ୍ତିଗତ ବିବରଣୀ ନଦେବା, ଠିକଣା ବିବରଣୀ ନଦେବା, ଫିଜିକାଲ ମେଜରମେଣ୍ଟ ଓ ଶିକ୍ଷାଗତ ଯୋଗ୍ୟତା ବିବରଣୀ ନଥିବା ଏବଂ ଆବଶ୍ୟକୀୟ ଫି’ ଡିପୋଜିଟ୍ ନକରିବା। ନାକଚ ହୋଇଥିବା ଦରଖାସ୍ତ ଗୁଡ଼ିକରୁ ଅଧିକାଂଶରେ ଏହି କାରଣ ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷରେ କିଛି ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ ଚଳିତ ବର୍ଷ ଅନ୍‌ଲାଇନ୍‌ରେ ଫର୍ମ ଫିଲ୍‌ଅପ୍ ବେଳେ ବହୁତ ସମୟ ଲାଗୁଥିଲା। ୱେବସାଇଟ୍‌ରେ ସାର୍ଟିଫିକେଟ୍ ଅପଲୋଡ୍ ପାଇଁ ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିଲା। ସେଥିପାଇଁ ଆବେଦନପତ୍ରରେ ଛୋଟ ଛୋଟ ତ୍ରୁଟି ବିଚ୍ୟୁତି ରହିଯାଇଛି। ବର୍ଷ ବର୍ଷ ଧରି ସେମାନେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଯୋଗୁ ସେମାନଙ୍କୁ ପୁଣି ଥରେ ସୁଯୋଗ ଦେବାକୁ ସେମାନେ ଅନୁରୋଧ କରିଛନ୍ତି। ବିଶେଷ କରି ଓଡ଼ିଶା ସିଭିଲ ସର୍ଭିସ୍‌ ପରୀକ୍ଷା ପାଇଁ ପ୍ରଥମ ଥର ଆବେଦନ କରିଥିବା ଆଶାୟୀଙ୍କ କ୍ଷେତ୍ରରେ ଏଭଳି ତ୍ରୁଟି ବିଚ୍ୟୁତି ଅଧିକ ଦେଖିବାକୁ ମିଳିଛି।

ଓପିଏସ୍‌ସିର ପୂର୍ବତନ ଅଧ୍ୟକ୍ଷ ବ୍ରିଗେଡିୟର ଏଲ୍‌.ପି ପଟ୍ଟନାୟକ କହିଛନ୍ତି ଯେ ଆଶାୟୀମାନେ ଚାହିଁଲେ କମିଶନଙ୍କ ନିକଟରେ ସିଧାସଳଖ ଅପିଲ୍ କରିପାରିବେ। ଅପିଲର ସଂଖ୍ୟା ଓ ସମସ୍ୟାର ଗୁରୁତ୍ୱକୁ ବିଚାର କରି କମିଶନ ଅଧ୍ୟକ୍ଷ ପୁଣି ଥରେ ସେମାନଙ୍କୁ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇପାରିବେ।

ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପିଲାଙ୍କୁ ପ୍ରସ୍ତୁତି କରିବାରେ ସାହାଯ୍ୟ କରୁଥିବା ବିଶେଷଜ୍ଞମାନଙ୍କ ମତରେ ଆଶାୟୀମାନେ ଯଥେଷ୍ଟ ସତର୍କତାର ସହିତ ଅନ୍‌ଲାଇନ୍‌ରେ ଫର୍ମ ଫିଲ୍‌ଅପ୍ କରିବାର ଆବଶ୍ୟକତା ରହିଛି। ନ ହେଲେ ଅନ୍‌ଲାଇନ୍ ସିଷ୍ଟମ ଫର୍ମକୁ ନାକଚ କରି ଦେଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story