ମାସିକ ଭତ୍ତା ପାଇଁ ଏଣିକି କରନ୍ତୁ ଅନଲାଇନରେ ଆବେଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ମାସିକ ଭତ୍ତା(ପେନସନ) ପାଇବା ନିମନ୍ତେ ଆଉ ପଂଚାୟତ କି ବ୍ଲକ ଅଫିସ୍ ଦୌଡ଼ିବାର ଆବଶ୍ୟକତା ନାହିଁ। କୌଣସି ନେତା ଅବା ଦଲାଲଙ୍କୁ ହାତଗୁଞ୍ଜା ମଧ୍ୟ ଦେବାକୁ ପଡ଼ିବ ନାହିଁ। ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ପାଇଁ ଏଣିକି ଯୋଗ୍ୟ ହିତାଧିକାରୀ ନିଜେ ଚାହିଁଲେ ସିଧାସଳଖ ଅନଲାଇନରେ ଆବେଦନ କରିପାରିବେ। ଆଉ ତାଙ୍କର ଆବେଦନ ମଧ୍ୟ ଅନଲାଇନରେ ସମ୍ପୃକ୍ତ […]

online-1

online-1

Manoranjan Sial
  • Published: Friday, 26 June 2020
  • Updated: 26 June 2020, 10:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ମାସିକ ଭତ୍ତା(ପେନସନ) ପାଇବା ନିମନ୍ତେ ଆଉ ପଂଚାୟତ କି ବ୍ଲକ ଅଫିସ୍ ଦୌଡ଼ିବାର ଆବଶ୍ୟକତା ନାହିଁ। କୌଣସି ନେତା ଅବା ଦଲାଲଙ୍କୁ ହାତଗୁଞ୍ଜା ମଧ୍ୟ ଦେବାକୁ ପଡ଼ିବ ନାହିଁ। ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ପାଇଁ ଏଣିକି ଯୋଗ୍ୟ ହିତାଧିକାରୀ ନିଜେ ଚାହିଁଲେ ସିଧାସଳଖ ଅନଲାଇନରେ ଆବେଦନ କରିପାରିବେ। ଆଉ ତାଙ୍କର ଆବେଦନ ମଧ୍ୟ ଅନଲାଇନରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦିତ ହେବ ଓ ଆବେଦନର ସ୍ଥିତାବସ୍ଥା ମଧ୍ୟ ସେ ଜାଣିପାରିବେ । ଏଭଳି ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି।

ରାଜ୍ୟ ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ ଭାସ୍କରଜ୍ୟୋତି ଶର୍ମା ବୁଧବାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ବିଭାଗର ସମସ୍ତ ଯୋଜନା ଅନଲାଇନରେ ଉପଲବ୍ଧ ହେଉଥିବା ଦର୍ଶାଇଛନ୍ତି। ତେଣୁ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ପେନସନ ଯୋଜନା ନିମନ୍ତେ ଆଉ ଫର୍ମ ଛାପିବା ଅନାବଶ୍ୟକ। ଏହି ଅନଲାଇନ ମାଧ୍ୟମରେ ଏହି ପେନସନ ଯୋଜନାକୁ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଓ ହିତାଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଶ୍ରୀ ଶର୍ମା ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, ଫର୍ମ ଆବେଦନଠୁ ଆରମ୍ଭ କରି ପେନସନ ଅନୁମୋଦନ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଏଣିକି ଅନଲାଇନରେ ସମ୍ପାଦନ ହେବ। ଯୋଗ୍ୟ ବୃଦ୍ଧବୃଦ୍ଧା, ବିଧବା,ଭିନ୍ନକ୍ଷମ, କିନ୍ନର ଆଦି ବ୍ୟକ୍ତିମାନେ ସରକାରୀ ଅଫିସକୁ ନଦୌଡ଼ି ଘରେ ବସି ସରକାରଙ୍କ ଏହି ପେନସନ ଯୋଜନାର ହିତାଧିକାରୀ ହୋଇପାରିବେ। ଏଥିପାଇଁ ସେମାନଙ୍କୁ ମଧୁବାବୁ ପେନସନ ଓ ଜାତୀୟ ସାମାଜିକ ସୁରକ୍ଷା ପେନସନ୍ ନିମନ୍ତେ ଉଦ୍ଦିଷ୍ଟ ଦୁଇଟି ୱେବସାଇଟକୁ ଯାଇ ନିର୍ଦ୍ଧାରିତ ଫର୍ମାଟରେ ଥିବା ଫର୍ମକୁ ଅନଲାଇନରେ ପୂରଣ କରିବାକୁ ପଡ଼ିବ। ଏହାସହିତ ବ୍ୟକ୍ତିଗତ ଦସ୍ତାବିଜ ମଧ୍ୟ ସେଥିରେ ଅପଲୋଡ୍ କରିବାକୁ ପଡ଼ିବ। ଯାହାକୁ ପେନସନ୍ ଅନୁମୋଦନ କରୁଥିବା କର୍ତ୍ତୃପକ୍ଷ ଅନଲାଇନ ମାଧ୍ୟମରେ ଯାଂଚ କରି ହିତାଧିକାରୀଙ୍କ ଆବେଦନକୁ ସ୍ୱୀକୃତି ଦେଇପାରିବେ। ଏହି ଅନଲାଇନ୍ ବ୍ୟବସ୍ଥା ମଧ୍ୟ ବର୍ତ୍ତମାନ କୋଭିଡ-୧୯ ମହାମାରୀ ସମୟରେ ଅତ୍ୟନ୍ତ ନିରାପଦ ବୋଲି ଶ୍ରୀ ଶର୍ମା କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ୨୮ଲକ୍ଷ ଓ ଜାତୀୟ ସାମାଜିକ ପେନସନ ଯୋଜନାରେ ୨୦ଲକ୍ଷ ହିତାଧିକାରୀ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos