Advertisment

BJD Politics: ଅତନୁଙ୍କୁ ଟାର୍ଗେଟ କଲେ ଅରବିନ୍ଦ, କହିଦେଲେ ବଡ଼ କଥା

‘କେନ୍ଦ୍ରାପଡ଼ାର ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ସହିତ ଆମର ପାରିବାରିକ ସମ୍ପର୍କ ରହିଛି। ନିର୍ବାଚନ ପ୍ରଚାର ବେଳେ ପ୍ରଥମେ ତାଙ୍କ କଥା କହୁଥିଲି। ତା’ପରେ ମୋ କଥା କହୁଥିଲି। ପିଲାବେଳୁ ଆମେ ସାଙ୍ଗ।’

Atanu and Aravinda
Advertisment

ଗତ ନିର୍ବାଚନରେ ବିଜେଡିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ପରାଜୟ ପାଇଁ ଦଳରୁ ନିଲମ୍ବିତ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦାୟୀ କରାଯାଇ ବିଶ୍ୱାସଘାତକ କୁହାଯାଉଥିବା ବେଳେ ଗୁରୁବାର ସେ ଏହାକୁ ଖଣ୍ଡନ କରିବା ସହିତ ନାଁ ନନେଇ ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀଙ୍କୁ ଟାର୍ଗେଟ କରିଛନ୍ତି ଓ ତାଙ୍କ ଉଦ୍ଦେଶ୍ୟରେ ଦଳ ବିରୋଧ କାର୍ଯ୍ୟ କିଏ କରିଛି ବୋଲି ପଚାରିଛନ୍ତି।

Advertisment

ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ଅରବିନ୍ଦ ମହାପାତ୍ର କହିଛନ୍ତି, କେନ୍ଦ୍ରାପଡ଼ା ଜିଲ୍ଲାରେ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଛି। କିନ୍ତୁ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରେ ଆଉ ଦୁଇଟି ବିଧାନସଭା କ୍ଷେତ୍ର ରହିଛି। ସେଗୁଡ଼ିକ ହେଲା ମାହାଙ୍ଗା ଓ ସାଲେପୁର। ବିଜେଡି ଯାହାଙ୍କୁ କେନ୍ଦ୍ରାପଡ଼ାର ସାଂସଦ ପ୍ରାର୍ଥୀ କରିଥିଲା, ପୂର୍ବରୁ ସେ ରାଜନଗରର ବିଧାୟକ ଥିଲେ। ତାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ସେ ଲିଡ୍ କରିଥିଲେ। କିନ୍ତୁ ବାକି ସମସ୍ତ ବିଧାନସଭା କ୍ଷେତ୍ରରେ ତାଙ୍କ ଭୋଟ୍ ମାଇନସ ହୋଇଥିଲା। ମୁଁ ନୂଆ ଆସିକି କେନ୍ଦ୍ରାପଡ଼ା ଜିଲ୍ଲାର ୫ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ତାଙ୍କ ଭୋଟ୍ ମାଇନସ କରିବା ସହିତ ମାହାଙ୍ଗା ଓ ସାଲେପୁର ଯାଇ ବି ତାଙ୍କ ଭୋଟ୍ ମାଇନସ କରିଦେଲି ବୋଲି ଯାହା କୁହାଯାଉଛି, ତାହା ଆଶ୍ଚର୍ଯ୍ୟର କଥା ନୁହେଁ କି? ବିଜେଡିର ସାଂସଦ ପ୍ରାର୍ଥୀଙ୍କ ସବୁଠାରୁ ଅଧିକ ଭୋଟ୍ ମହାକାଳପଡ଼ାରେ କଟିଛି। ସେଠାରେ ତାଙ୍କର ୪୦ ହଜାରରୁ ଅଧିକ ଭୋଟ୍ କଟିଛି। ତା’ହେଲେ ଦଳ ବିରୋଧୀ କାର୍ଯ୍ୟ କିଏ କରିଥିଲା? 

ସେ ଆହୁରି କହିଛନ୍ତି, କେନ୍ଦ୍ରାପଡ଼ାର ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ସହିତ ଆମର ପାରିବାରିକ ସମ୍ପର୍କ ରହିଛି। ନିର୍ବାଚନ ପ୍ରଚାର ବେଳେ ପ୍ରଥମେ ତାଙ୍କ କଥା କହୁଥିଲି। ତା’ପରେ ମୋ କଥା କହୁଥିଲି। ପିଲାବେଳୁ ଆମେ ସାଙ୍ଗ। ସ୍କୁଲ, କଲେଜ, ଇଞ୍ଜିନିୟରିଂ କଲେ ଓ ଚାକିରି ଏକାଠି କରିଥିଲୁ।  

Advertisment

ସୂଚନାଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକ ମହାକାଳପଡ଼ାରୁ ପ୍ରାର୍ଥୀ ହୋଇଥିଲେ। ତେବେ ସେ ପରାସ୍ତ ହୋଇଥିଲେ। ସେ ୩୩ ହଜାର ୫୨୬ ଖଣ୍ଡ ଭୋଟ୍‌ରେ ବିଜେପିର ଦୁର୍ଗା ପ୍ରସନ ନାୟକଙ୍କଠାରୁ ପରାସ୍ତ ହୋଇଥିଲେ। ସେହିପରି ବିଜେଡିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ବିଜେପିର ବୈଜୟନ୍ତ ପଣ୍ଡାଙ୍କଠାରୁ ୬୬ ହଜାର ୫୩୬ ଖଣ୍ଡ ଭୋଟ୍‌ରେ ହାରିଥିଲେ। ଅଂଶୁମାନ ମହାନ୍ତିଙ୍କୁ ୫ ଲକ୍ଷ ୪୯ ହଜାର ୧୬୯ ଖଣ୍ଡ ଭୋଟ୍ ମିଳିଥିଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe