ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିବା କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ନେଇ ପ୍ରତିଦିନ ଆସୁଛି ନୂଆ ନୂଆ ତଥ୍ୟ। ବାବୁଙ୍କ ଘରୁ ନଗଦ ୪ କୋଟି ୨୭ ଲକ୍ଷ ୧୩ ହଜାର ୬୦୦ ଟଙ୍କା ମିଳିଥିବା ବେଳେ ସେ ଏହି ଟଙ୍କାରେ ଭୁବନେଶ୍ୱରର ସହିଦ ନଗରରେ ଏକ ଲକ୍ଜୁରୀ ଫ୍ଲାଟ୍ କିଣିବାକୁ ଯୋଜନା କରିଥିଲେ। ଏମିତିକି ସେ ସଂପୃକ୍ତ ବିଲ୍ଡର ସଂସ୍ଥାକୁ କୋଟିଏ ଟଙ୍କା ଅଗ୍ରୀମ ଆକାରରେ ଦେଇସାରିଥିଲେ ବୋଲି ଜଣାପଡ଼ିଛି। ଭିଜିଲାନ୍ସ ପକ୍ଷରୁ ଏ ଦିଗରେ ଅଧିକ ଖୋଳତାଡ଼ ଜାରି ରହିଛି।
ଦେବବ୍ରତ ମହାନ୍ତିଙ୍କୁ ୭ ଦିନି ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ। ସେହିପରି ବାବୁଙ୍କ ପୂରା କଳା ଚିଠା ଖୋଲିବା ପାଇଁ ଭିଜିଲାନ୍ସ ନିକଟରୁ ତଥ୍ୟ ମାଗିଛନ୍ତି ଇଡି ଓ ଆୟକର ବିଭାଗ।
କୋଇଲା ଓ ବାଲିରୁ ଆଦାୟ କରୁଥିଲେ ଟଙ୍କା
କୋଇଲା ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେବା ବେଳେ ଧରାପଡିଲେ ମହାନ୍ତି ବାବୁ। ସୂଚନା ଅନୁଯାୟୀ, କଟକ ନିର୍ଗୁଣ୍ଡି ଷ୍ଟେସନରେ ମାଲବାହୀ ଓ୍ୱାଗନରୁ କୋଇଲା ଅନଲୋଡ ହୋଇ ଯାଇଥାଏ ଡିପୋକୁ। ଏଥିପାଇଁ ଅନଲାଇନରେ ଗୋଟିଏ କ୍ଲିୟରାନସ୍ ଦରକାର ହୁଏ ଖଣି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ। ଆଉ ଏଠାରେ ଆସେ ଦେବବ୍ରତ ମହାନ୍ତିଙ୍କ ଭୂମିକା। ଏଠାରେ ସେ କୁଆଡ଼େ ଡିମାଣ୍ଡ କରନ୍ତି ୫୦ ରୁ ୬୦ ହଜାର ଟଙ୍କା। ଗୋଟିଏ ଦିନ ଡିଲେ କରିଦେଲେ ପ୍ରାୟ ଏକ ଲକ୍ଷ ଟଙ୍କାର ଲସ ହୁଏ। ଏଥିପାଇଁ ବ୍ୟବସାୟୀମାନେ ବାବୁଙ୍କୁ ଟଙ୍କା ଦେଇ କୁଆଡ଼େ କ୍ଲିୟରାନସ୍ କରାଉଥିଲେ। ଏ ସବୁ ଡିଲ ହେଉଥିଲା ଭୁବନେଶ୍ୱର ପଟିଆରେ ଥିବା ଏକ ଗାଡି ସୋରୁମ୍ ଅଫିସ ନିକଟରେ ଥିବା ବାବୁଙ୍କ ସିକ୍ରେଟ୍ ଅଫିସରେ। ଏହି ସ୍ରିକେଟ୍ ଅଫିସ ଭିତରକୁ କାହାକୁ କୁଆଡ଼େ ମୋବାଇଲ ଫୋନ୍ ଛଡା ଯାଉନଥିଲା। କେବଳ ପିଅନ ହିଁ ମୋବାଇଲ ନେଇ ଯାଇ ପାରିବ। ବୁଧବାର ଏମିତି ଜଣେ କୋଇଲା ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନସ୍ ଟିମ୍।
ଇଏ ତ ଗଲା କୋଇଲା ବେପାର କଥା ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟକୁ ଦେଖିଲେ ଲାଗୁଛି ବାଲିରୁ ମଧ୍ୟ ବାବୁ ଭଲ ଇନକମ କରୁଥିଲେ। ଏଥିରେ କୁଆଡ଼େ ମହାନ୍ତି ବାବୁଙ୍କ ସମ୍ପର୍କୀୟ ଭିଣୋଇ କିଛି ମାଫିଆ ଆରକ୍ୟୁପି ସାମିଲଥିଲେ। ବାଲିଘାଟରୁ ଟଙ୍କା ନେବା ପାଇଁ କୁଆଡ଼େ ତ୍ରିଶୁଳିଆ ଅଞ୍ଚଳର କିଛି ବାଲି ମାଫିଆଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଆରକ୍ୟୁପି ଓ ଏଜେନ୍ସିମାନେ ବାଲିଘାଟର ମାଇନିଂ ପ୍ଲାନ ସହ ଇସି ଦେବାରେ ଲିଜଧାରୀଙ୍କୁ ସହଯୋଗ କରିଥାନ୍ତି। ନିର୍ଦ୍ଦିଷ୍ଟ ଏକ ଏଜେନ୍ସିକୁ କୁଆଡ଼େ ଗୁରୁତ୍ୱ ଦେଇ ପରୋକ୍ଷରେ କଟକ ଜିଲ୍ଲାର ବିଭିନ୍ନ ବାଲିଘାଟରୁ କମ ସମୟରେ ଟଙ୍କା ଆଦାୟର ବାଟ ବାହାର କରୁଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/27/debabrata-2026-02-27-18-07-46.jpg)