Advertisment

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅନ୍ତରୀଣ ଜାମିନ ଆଉ ୭ ଦିନ ବଢ଼ିଲା

ବାଲୁଗାଁ (ଓଡ଼ିଶା ରିପୋର୍ଟର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅନ୍ତରୀଣ ଜାମିନ ଅବଧି ଆଉ ୭ ଦିନ ବଢ଼ିଲା। ସ୍ୱାସ୍ଥ୍ୟଗତ କାରଣ ଯୋଗୁ ଆଜି ହାଇକୋର୍ଟ ତାଙ୍କ ଅନ୍ତରୀଣ ଜାମିନ ଅବଧିକୁ ଆଉ ୭ ଦିନ ବଢ଼ାଇଛନ୍ତି। ବିଧାୟକଙ୍କ ଓକିଲ ଅଭିନବ ଚାନ୍ଦ ଏହି ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଯୋଗୁ ଏପ୍ରିଲ ୨୨ ତାରିଖରେ ହାଇକୋର୍ଟ ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ୍ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଏପ୍ରିଲ ୨୭ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅନ୍ତରୀଣ ଜାମିନ ଆଉ ୭ ଦିନ ବଢ଼ିଲା

Prasant Jagadev

ବାଲୁଗାଁ (ଓଡ଼ିଶା ରିପୋର୍ଟର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅନ୍ତରୀଣ ଜାମିନ ଅବଧି ଆଉ ୭ ଦିନ ବଢ଼ିଲା। ସ୍ୱାସ୍ଥ୍ୟଗତ କାରଣ ଯୋଗୁ ଆଜି ହାଇକୋର୍ଟ ତାଙ୍କ ଅନ୍ତରୀଣ ଜାମିନ ଅବଧିକୁ ଆଉ ୭ ଦିନ ବଢ଼ାଇଛନ୍ତି। ବିଧାୟକଙ୍କ ଓକିଲ ଅଭିନବ ଚାନ୍ଦ ଏହି ସୂଚନା ଦେଇଛନ୍ତି।

Advertisment

ସ୍ୱାସ୍ଥ୍ୟଗତ କାରଣ ଯୋଗୁ ଏପ୍ରିଲ ୨୨ ତାରିଖରେ ହାଇକୋର୍ଟ ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ୍ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଏପ୍ରିଲ ୨୭ ତାରିଖରେ ବିଧାୟକ ଜେଲରୁ ମୁକୁଳିଥିଲେ। ଏହି ଅନ୍ତରୀଣ ଜାମିନର ଅବଧି ଶେଷ ହୋଇଥିଲା। ଆଜି ବିଧାୟକ ସରେଣ୍ଡର କରିବା କଥା। ତେବେ ତାଙ୍କ ଓକିଲ ସ୍ୱାସ୍ଥ୍ୟଗତ କାରଣ ପାଇଁ ହାଇକୋର୍ଟଙ୍କ ନିକଟରେ ଏହି ଅନ୍ତରୀଣ ଜାମିନକୁ ବଢ଼ାଇବା ପାଇଁ ଆବେଦନ କରିଥିଲେ। ତାଙ୍କର ଏହି ଆବେଦନକୁ କୋର୍ଟ ଗ୍ରହଣ କରି ଅନ୍ତରୀଣ ଜାମିନକୁ ଆଉ ୭ ଦିନ ବଢ଼ାଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ମେ’ ୧୧ ତାରିଖରେ ଏହି ଅବଧି ଶେଷ ହେବ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଲୋକଙ୍କ ଉପତେ ଗାଡ଼ି ଚଢ଼େଇ ଦେଇଥିଲେ ବିଧାୟକ ଶ୍ରୀ ଜଗଦ୍ଦେବ। ତା’ପରେ ଲୋକେ ତାଙ୍କୁ ନିସ୍ତୁକ ପିଟିଥିଲେ। ଫଳରେ ସେ ଆହତ ହୋଇଥିଲେ ଓ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାର୍ଚ୍ଚ ୨୨ ତାରିଖରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଜାମିନ ଆବେଦନ ଖାରଜ ହୋଇଯିବାରୁ ଏପ୍ରିଲ ୨୭ ତାରିଖ ପର୍ଯ୍ୟନ୍ତ ସେ ବାଣପୁର ଉପକାରାଗାରରେ ଥିଲେ।

Advertisment
Prashant Jagdev