କନ୍‌ଷ୍ଟେବଲ ନିଯୁକ୍ତି ପରୀକ୍ଷା ବେଳେ ଚାଲିଗଲା ପରୀକ୍ଷାର୍ଥୀଙ୍କ ଜୀବନ

ବୌଦ୍ଧ(ଭାର୍ଜନ ପ୍ରଧାନ): ବୌଦ୍ଧ ଆଇଆରବିରେ କନ୍‌ଷ୍ଟେବଲ୍ ନିଯୁକ୍ତି ପରୀକ୍ଷା ଚାଲିଥିବା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରବାସୀ ନାୟକ। ପ୍ରବାସୀଙ୍କ ଘର ନୟାଗଡ଼ ଜିଲ୍ଲା ସୋରଡ଼ା ଗାଁରେ। ସୂଚନା ଅନୁସାରେ, ଆଜି ସକାଳେ ୫ କିଲୋମିଟର ଦୌଡ଼ ପରୀକ୍ଷା ଚାଲିଥିଲା। ୨୦୦ ମିଟର ବାକି ଥିବା ବେଳେ ପ୍ରବାସୀ ତଳେପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି […]

boudha

Jitendra Garnayak
  • Published: Tuesday, 21 August 2018
  • , Updated: 21 August 2018, 09:26 AM IST

ବୌଦ୍ଧ(ଭାର୍ଜନ ପ୍ରଧାନ): ବୌଦ୍ଧ ଆଇଆରବିରେ କନ୍‌ଷ୍ଟେବଲ୍ ନିଯୁକ୍ତି ପରୀକ୍ଷା ଚାଲିଥିବା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରବାସୀ ନାୟକ। ପ୍ରବାସୀଙ୍କ ଘର ନୟାଗଡ଼ ଜିଲ୍ଲା ସୋରଡ଼ା ଗାଁରେ।

ସୂଚନା ଅନୁସାରେ, ଆଜି ସକାଳେ ୫ କିଲୋମିଟର ଦୌଡ଼ ପରୀକ୍ଷା ଚାଲିଥିଲା। ୨୦୦ ମିଟର ବାକି ଥିବା ବେଳେ ପ୍ରବାସୀ ତଳେପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଅନ୍ୟ ଦୁଇ ଜଣ ମଧ୍ୟ ଗୁରୁତର ଆହତ ହୋଇ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଢେଙ୍କାନାଳ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ବୌଦ୍ଧ ଜିଲ୍ଲାର ବୋଲି ଜଣାପଡ଼ିଛି। ଉଭୟ ବିପଦ ମୁକ୍ତ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

Related story