ସହକାରୀ ଯନ୍ତ୍ରୀଙ୍କର ୩.୫୪ କୋଟି ଟଙ୍କାର ସଂପତ୍ତି ଠାବ, ଅଛି ୨୮ଟି ପ୍ଲଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। ତାଙ୍କ ନାଁ ଦୁଷ୍ମନ୍ତ ଦେହୁରୀ। ସେ ପୁରୀ ଜିଲ୍ଲା ନିମାପଡ଼ା ସବ୍‌ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଆଜି ଭିଜିଲାନ୍ସ ପକ୍ଷରୁ ଦୁଷ୍ମନ୍ତ ଦେହୁରୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇ ମୋଟ ୩ କୋଟି ୫୪ ଲକ୍ଷ କୋଟି ଟଙ୍କାର ସଂପତ୍ତି ଠାବ କରାଯାଇଛି। ତା’ ମଧ୍ୟରେ ରହିଛି ୨୮ ପ୍ଲଟ୍‌। ଭିଜିଲାନ୍ସ ପକ୍ଷରୁ ଖୋର୍ଦ୍ଧା, ପୁରୀ […]

Dushmanta Dehuri

Jitendra Garnayak
  • Published: Tuesday, 12 July 2022
  • , Updated: 12 July 2022, 08:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। ତାଙ୍କ ନାଁ ଦୁଷ୍ମନ୍ତ ଦେହୁରୀ। ସେ ପୁରୀ ଜିଲ୍ଲା ନିମାପଡ଼ା ସବ୍‌ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଆଜି ଭିଜିଲାନ୍ସ ପକ୍ଷରୁ ଦୁଷ୍ମନ୍ତ ଦେହୁରୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇ ମୋଟ ୩ କୋଟି ୫୪ ଲକ୍ଷ କୋଟି ଟଙ୍କାର ସଂପତ୍ତି ଠାବ କରାଯାଇଛି। ତା’ ମଧ୍ୟରେ ରହିଛି ୨୮ ପ୍ଲଟ୍‌।

ଭିଜିଲାନ୍ସ ପକ୍ଷରୁ ଖୋର୍ଦ୍ଧା, ପୁରୀ ଓ ଢେଙ୍କନାଳ ଜିଲ୍ଲାରେ ମୋଟ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କର ୨୮ଟି ପ୍ଲଟ୍ ଥିବା ଜଣାପଡ଼ିଥିଲା। ଏହି ୨୮ଟି ପ୍ଲଟ୍ ମଧ୍ୟରୁ ୭ଟି ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳରେ ରହିଛି। ବାକି ୨୧ଟି ପ୍ଳଟ୍ ଢେଙ୍କାନାଳର ବିଭିନ୍ନ ପ୍ରମୁଖ ଅଞ୍ଚଳରେ ରହିଛି। ଏହି ସବୁ ପ୍ଲଟ୍‌ ଗୁଡ଼ିକର ରେଜିଷ୍ଟରଡ୍‌ ସେଲ୍ ଡିଡ୍ ବା ଆର୍‌ଏସ୍‌ଡି ମୂଲ୍ୟ ୧.୪୫ କୋଟି ଟଙ୍କା। ତେବେ ଏହାର ପ୍ରକୃତ ମୂଲ୍ୟ ଆହୁରି ଅଧିକ ହେବ ବୋଲି ଭିଜିଲାନ୍ସ ଆକଳନ କରିଛି। ଏ ଦିଗରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଚାଲିଛି।

ଦୁଷ୍ମନ୍ତ ଦେହୁରୀଙ୍କର ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ତିନି ମହଲା କୋଠା ରହିଛି। ଏହାର ମୂଲ୍ୟ ପାଖାପାଖି ୯୨ ଲକ୍ଷ ଟଙ୍କା ହେବ। ଢେଙ୍କାନାଳ ସହରରେ ତାଙ୍କର ୨ଟି ଏକ ମହଲା ବିଶିଷ୍ଟ କୋଠା ରହିଛି। ଏହି ଘର ଗୁଡ଼ିକର ମୂଲ୍ୟ ୨୦.୭୭ ଲକ୍ଷ ଟଙ୍କାରୁ ଅଧିକ। ଢେଙ୍କାନାଳର ମାତଙ୍ଗ ଥାନା ଅନ୍ତର୍ଗତ ଗୁଣ୍ଡେଇରେ ତାଙ୍କର ଏକ ମହଲା ବିଶିଷ୍ଟ ଗୋଟିଏ ଘର ଅଛି, ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଅଧିକ ହେବ। ଭୁବନେଶ୍ୱରର କଳାରାହାଙ୍ଗ ଓ ଆଇଗିଣିଆରେ ତାଙ୍କର ଦୁଇଟି ଆଉଟ୍‌ହାଉସ୍ ରହିଛି। ଏଗୁଡ଼ିକର ମୂଲ୍ୟ ୧୨.୩୪ ଲକ୍ଷ ଟଙ୍କା ହେବ। ସେହିଭଳି ତାଙ୍କର ୪୭.୬୫ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଓ ଇନ୍‌ସ୍ୟୁରାନ୍ସ ଜମା ରହିଛି। ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଠାରୁ ନଗଦ ୧ ଲକ୍ଷ ୬୨ ହଜାର ୮୦୦ ଟଙ୍କା ଜବତ କରାଯାଇଛି। ଏହା ବାଦ୍ ତାଙ୍କର ଗୋଟିଏ ୪ ଚକିଆ ଯାନ ଅଛି, ଯାହାର ମୂଲ୍ୟ ୧୧ ଲକ୍ଷ ଟଙ୍କା। ଦୁଇଟି ଦୁଇ ଚକିଆ ଯାନ, ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଗୃହୋପକରଣର ମୂଲ୍ୟ ୧୨.୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଦୁଷ୍ମନ୍ତ ଦେହୁରୀଙ୍କୁ ପଚରାଉଚରା କରାଯାଉଥିବା ବେଳେ ଚଢ଼ାଉ ଜାରି ରହିଛି। ତାଙ୍କର ଆୟ ବର୍ହିଭୂତ ସମ୍ପତ୍ତିର ମୂଲ୍ୟ ଆହୁରି ବଢ଼ିବ ବୋଲି ଭିଜିଲାନ୍ସ ବିଭାଗ ଆକଳନ କରିଛି।

Related story