ବରିଷ୍ଠ ଆଇଏଏସ ଅଧିକାରୀ ଉଷା ପାଢ଼ୀଙ୍କୁ ଆଶ୍ୱସ୍ତି। ଅଦାଲତ ଅବମାନନା ମାମଲାରୁ ମୁକ୍ତି ପାଇଛନ୍ତି ସେ। ନିଃସର୍ତ୍ତ କ୍ଷମା ପ୍ରାର୍ଥନା ସହ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରାଯାଇଥିବା ନେଇ ଅନୁପାଳନ ରିପୋର୍ଟ (Compliance Report) ଦାଖଲ କରିବା ପରେ ଅଦାଲତ ଅବମାନନା ମାମଲାରୁ ମୁକ୍ତି ପାଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କ ସହିତ ପୌର ପ୍ରଶାସନ ନିର୍ଦେଶକ, କଟକ ଜିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀମାନେ।
୩୩ ବର୍ଷରୁ ଅଧିକ ସମୟ ଧରି ନଗର ଉନ୍ନୟନ ବିଭାଗରେ କାର୍ଯ୍ୟ କରିଥିବା ଆବେଦନକାରୀ ପିଲୋନା ମହାନ୍ତିଙ୍କ ଚାକିରି ନିୟମିତ କରିବା ସପକ୍ଷରେ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୪, ଜୁନ ୨୫ରେ ରାୟ ଦେଇଥିଲେ। ଏହି ରାୟକୁ ଚାଲେଞ୍ଜ କରି ସରକାରୀ ପ୍ରତିପକ୍ଷମାନେ ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଥିଲେ।
୨୦୨୫, ଜୁଲାଇ ୧୦ରେ ସରକାରଙ୍କ ରିଟ୍ ଅପିଲକୁ ହାଇକୋର୍ଟ ଖାରଜ କରିବା ସହିତ ଜଣିିକିଆ ବିଚାରପତିଙ୍କ ରାୟ ୮ ସପ୍ତାହ ଭିତରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଆବେଦନକାରୀ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ ।
ଅଦାଲତ ଅବମାନନା ମାମଲାର ପ୍ରାରମ୍ଭିକ ଶୁଣାଣି କରି ଗତ ୨୨ ତାରିଖରେ ହାଇକୋର୍ଟ ଏକ କଠୋର ଆଦେଶ ଦେଇ କହିଥିଲେ ଯେ, ଯଦି ନିର୍ଦ୍ଦେଶ ପାଳନ ନହୁଏ, ତେବେ ପୁଲିସ କମିଶନର ଏହି ଅଧିକାରୀମାନଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର କରାଇବେ। ତେବେ ଏହି ସମୟ ମଧ୍ୟରେ ଯଦି ଅବମାନନାକାରୀମାନେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତି, ତା’ହେଲେ ଆଉ ହାଜର ହେବାକୁ ପଡ଼ିବ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଥିଲେ।
ଅନ୍ୟପକ୍ଷରେ ପୁରୀ ଜିଲ୍ଲାପାଳଙ୍କୁ ଆଜି ହାଇକୋର୍ଟ ଅଦାଲତ ଅବମାନନା ନୋଟିସ ଜାରି କରିଛନ୍ତି। କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ଅଭିଯୋଗରେ ପୁରୀ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ହାଇକୋର୍ଟ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/30/usha-padhi-2026-01-30-19-11-00.jpg)