ଅତନୁ କୁମାର ଦାସ ହେଲେ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସିଇଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ଓଡ଼ିଆ ବ୍ୟାଙ୍କ ଅଫିସର ଅତନୁ କୁମାର ଦାସ ହେଲେ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ। ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅତନୁ କୁମାର ଦାସ ଏହା ପୂର୍ବରୁ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିଲେ। ଗତ ତିନି ବର୍ଷ ଧରି ସେ ଏହି ପଦବୀରେ ରହିଆସିଥିଲେ। ସିଇଓ ପଦବୀରେ ସେ ଆସନ୍ତା ତିନି ବର୍ଷ ଲାଗି କାର୍ଯ୍ୟ କରିବେ। ଆଇଆଇଟି ଖଡ଼ଗପୁରରୁ […]

atanu-das

Manoranjan Sial
  • Published: Monday, 20 January 2020
  • , Updated: 20 January 2020, 09:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ଓଡ଼ିଆ ବ୍ୟାଙ୍କ ଅଫିସର ଅତନୁ କୁମାର ଦାସ ହେଲେ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ। ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅତନୁ କୁମାର ଦାସ ଏହା ପୂର୍ବରୁ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିଲେ। ଗତ ତିନି ବର୍ଷ ଧରି ସେ ଏହି ପଦବୀରେ ରହିଆସିଥିଲେ। ସିଇଓ ପଦବୀରେ ସେ ଆସନ୍ତା ତିନି ବର୍ଷ ଲାଗି କାର୍ଯ୍ୟ କରିବେ। ଆଇଆଇଟି ଖଡ଼ଗପୁରରୁ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିବା ଅତନୁଙ୍କର ୨୩ ବର୍ଷ ଲମ୍ବା ବ୍ୟାଙ୍କିଂ କ୍ୟାରିୟର ରହିଛି। ଏହା ପୂର୍ବରୁ ସେ ଦେଶର ଅନ୍ୟ ପ୍ରତିଷ୍ଠିତ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିଥିଲେ।

Related story