କଟକରୁ ଝାମ୍ପିନେଲେ ୬ ଲକ୍ଷ, ବାଲେଶ୍ୱରୁ ଲୁଟିଲେ ୩୬
- Published: Saturday, 05 May 2018
- , Updated: 05 May 2018, 08:07 PM IST
<p>ବାଲେଶ୍ୱର(ଓଡିଶା ରିପୋର୍ଟର): ଲୁଟେରାଙ୍କ ଟାର୍ଗେଟରେ ଏଟିଏମ୍ । ବାଲେଶ୍ୱର ସହରରେ ଗତକାଲି ବିଳମ୍ବିତ ରାତିରେ ଦୁଇଟି ଏଟିଏମ୍‌ରୁ ୩୬ ଲକ୍ଷ ଟଙ୍କା ଲୁଟ୍ ହେବା ଘଟଣାରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ତନାଘନା ଜାରି ରହିଛି ।</p>
<p>ଲୁଟେରାମାନେ ପ୍ରଥମେ ସୁନହଟ ଏଟିଏମ୍‌କୁ ଯାଇ ପ୍ରାୟ ୨୬ଲକ୍ଷ ଲୁଟିବା ପରେ ପ୍ରମାଣ ନଷ୍ଟ ପାଇଁ ଏଟିଏମ୍‌ରେ ନିଆଁ ଲଗାଇ ଦେଇଥିଲେ। ଏହାସହ କିଛି ଯନ୍ତ୍ରାଂଶକୁ ନିକଟରେ ଥିବା ଡ୍ରେନ୍‌ରେ ଫୋପାଡି ଦେଇଥିଲେ ।</p>
<p>ଏହାପରେ ଦୁର୍ବୃତ୍ତଙ୍କ ଟାର୍ଗେଟକୁ ଆସିଥିଲା ସହରର ଆଇଟିଆଇ ଛକ ନିକଟରେ ଥିବା ଏଟିଏମ୍। ଏଠାରେ ଗ୍ୟାସ କଟର ମାଧ୍ୟମରେ ଏଟିଏମ୍ କାଟିବା ପରେ ୧୦ଲକ୍ଷ ଟଙ୍କା ଲୁଟ୍ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଆଜି ସକାଳେ ସାଇଣ୍ଟିଫିକ୍ ଟିମ୍ ଏବଂ ପୋଲିସ ଉଭୟ ଏଟିଏମ୍‌କୁ ଯାଇ ଛାନଭିନ୍ କରିଛନ୍ତି । କିଛି ଦୁର୍ବୃତ୍ତ ନମ୍ବର ବିହୀନ ବୋଲେରୋ ଗାଡିରେ ଆସି ଲୁଟ୍ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।</p>
<p>ଏପଟେ କଟକରେ ମଧୁପାଟଣା ଥାନା ସାମ୍ନାରୁ ୬ ଲକ୍ଷ ଟଙ୍କା ଝାମିନେଇଛନ୍ତି ଲୁଟେରା । ଜଣେ ମହିଳା ଅରୁଣୋଦୟ ମାର୍କେଟ SBIରୁ ଟଙ୍କା ଉଠାଇ ନିଜର ସମ୍ପର୍କୀୟ ଭାଇ ସହ ବାଇକ୍‌ରେ ଫେରୁଥିବା ବେଳେ ଦୁର୍ବୃତ୍ତ ୬ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ।</p>