ଅଙ୍ଗନବାଡ଼ି ଦିଦିଙ୍କ ଘରୁ ଫୁଲଚାରା ଚୋରିରୁ ଗୋଷ୍ଠୀ ସଂଘର୍ଷ

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ବାରିଙ୍ଗିଆ ଗାଁରେ ଅଙ୍ଗନବାଡ଼ି କର୍ମୀଙ୍କ ଘରୁ ଫୁଲଚାରା ଚୋରିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଉଭୟ ଗୋଷ୍ଠୀର ୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍ ଏହି ଘଟଣାରେ ଉଭୟ ଗୋଷ୍ଠୀର ୧୧ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁସାରେ, ବାରିଙ୍ଗିଆ ଗାଁର ଅଙ୍ଗନବାଡି କର୍ମୀ ମଞ୍ଜୁଲତା ଗିରିଙ୍କ ଘରୁ  ଗତ ୩ […]

uuuuuuuuu

Tapaswini Nayak
  • Published: Saturday, 04 July 2020
  • , Updated: 04 July 2020, 10:32 AM IST

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ବାରିଙ୍ଗିଆ ଗାଁରେ ଅଙ୍ଗନବାଡ଼ି କର୍ମୀଙ୍କ ଘରୁ ଫୁଲଚାରା ଚୋରିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଉଭୟ ଗୋଷ୍ଠୀର ୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍ ଏହି ଘଟଣାରେ ଉଭୟ ଗୋଷ୍ଠୀର ୧୧ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁସାରେ, ବାରିଙ୍ଗିଆ ଗାଁର ଅଙ୍ଗନବାଡି କର୍ମୀ ମଞ୍ଜୁଲତା ଗିରିଙ୍କ ଘରୁ  ଗତ ୩ ଦିନ ତଳେ କିଛି ଫୁଲଚାରା ଚୋରି ହୋଇଯାଇଥିଲା। ଏହାକୁ ନେଇ ଗତକାଲି ସକାଳେ ଅଙ୍ଗନବାଡି ଦିଦି  ଗାଁର ଭାସ୍କର ସାହୁ ଓ କରୁଣାକର ସାହୁଙ୍କୁ  ପଚାରିଥିଲେ। ଏହି କଥାକୁ ନେଇ ଭାସ୍କର ରାଗିଯାଇଥିଲେ। ମଞ୍ଜୁଲତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ।

ବିଳମ୍ବିତ ରାତିରେ  ଭାସ୍କର, କରୁଣାକର, ତାଙ୍କ ପରିବାର ଓ କିଛି ସହଯୋଗୀ ମଞ୍ଜୁଲତାଙ୍କୁ ସଂଘବଦ୍ଧ ଭାବେ ଭୁଜାଲି ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାରୁ ସେମାନେ ମଧ୍ୟ ଆକ୍ରମଣ ଶିକାର ହୋଇଥିଲେ। ଏଥିରେ ଉଭୟ ଗୋଷ୍ଠୀର ୮ ଜଣ ଗୁରୁତର ହୋଇଛନ୍ତି। ୫ ଜଣଙ୍କୁ ଖଇରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ଏବେବି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଗାଁରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।

Related story