ବ୍ଲେଡରେ ହାତ, ଗୋଡ଼ କାଟି ଲୁଟି ନେଲେ ସାଢ଼େ ୩ ଲକ୍ଷ

ବିନିକା(ଦିଲୀପ ସାହୁ): ବ୍ଲେଡରେ ହାତ, ଗୋଡ଼ କାଟି ଲୁଟି ନେଲେ ସାଢ଼େ ୩ ଲକ୍ଷ ଟଙ୍କା ।  ଲୁଟର ଶିକାର ହୋଇଛନ୍ତି ବ୍ୟବସାୟୀ ସୁରେଶ ଠାକୁର ଓ ତାଙ୍କ ଡ୍ରାଇଭର ଜୟପାଳ ମହାନନ୍ଦ । ଏପରି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ନିକଟ ବିଶାଲପାଲି ଛକରେ। ସୁରେଶ ଓ ତାଙ୍କ ଡ୍ରାଇଭର ଏକ ଗାଡ଼ିରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଞ୍ଚଳର ବିଭିନ୍ନ ଦୋକାନରେ ଫ୍ୟାନ୍ସି ସାମଗ୍ରୀ ଦେଇ ଟଙ୍କା ଧରି ବରଗଡ଼ ଫେରୁଥିଲେ । […]

blade

Niharika Rout
  • Published: Wednesday, 17 November 2021
  • , Updated: 17 November 2021, 01:51 PM IST

ବିନିକା(ଦିଲୀପ ସାହୁ): ବ୍ଲେଡରେ ହାତ, ଗୋଡ଼ କାଟି ଲୁଟି ନେଲେ ସାଢ଼େ ୩ ଲକ୍ଷ ଟଙ୍କା ।  ଲୁଟର ଶିକାର ହୋଇଛନ୍ତି ବ୍ୟବସାୟୀ ସୁରେଶ ଠାକୁର ଓ ତାଙ୍କ ଡ୍ରାଇଭର ଜୟପାଳ ମହାନନ୍ଦ । ଏପରି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ନିକଟ ବିଶାଲପାଲି ଛକରେ।

ସୁରେଶ ଓ ତାଙ୍କ ଡ୍ରାଇଭର ଏକ ଗାଡ଼ିରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଞ୍ଚଳର ବିଭିନ୍ନ ଦୋକାନରେ ଫ୍ୟାନ୍ସି ସାମଗ୍ରୀ ଦେଇ ଟଙ୍କା ଧରି ବରଗଡ଼ ଫେରୁଥିଲେ । ରାତିରେ ବରପାଲି-ବିନିକା ରାସ୍ତାର ବିଶାଲପାଲି ଛକ ନିକଟରେ ତାଙ୍କୁ ଅଟକାଇଥିଲେ ୬ ଜଣ ଦୁର୍ବୃତ୍ତ । ସୁରେଶ ଓ ତାଙ୍କ ଡ୍ରାଇଭରଙ୍କୁ ପ୍ରବଳ ମାଡ଼ ମାରିବା ସହିତ ବ୍ଲେଡରେ ଦେହ, ହାତ, ଗୋଡ଼ କାଟି ଦେଇଥିଲେ ।

ଖଣ୍ଡା ଓ ଭୁଜାଲି ଦେଖାଇ ଧମକାଇଥିଲେ ଏବଂ ସବୁ ଟଙ୍କା ପଇସା ତଥା ମୋବାଇଲ ଛଡ଼ାଇ ନେଇ ଫେରାର ମାରିଥିଲେ । ଏ ସଂପର୍କରେ ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସୁରେଶ  । ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କ ଟେର ପାଇପାରିନି।

Related story