Advertisment

ନବବଧୂକୁ ଦରମରା କରି ଭାବିଲେ ମରିଗଲା, ହେଲେ...

ଭଞ୍ଜନଗର(ଓଡ଼ିଶା ରିପୋର୍ଟର):ଯୌତୁକ ଜୁଇରେ ଜଳିବା ଆଗରୁ ଅଳ୍ପକେ ବର୍ତ୍ତିଗଲା ବୋହୂଟିଏ । ମରଣ ମୁହଁକୁ ଠେଲି ହୋଇ ନିଶ୍ଚିହ୍ନ ହେବା ଆଗରୁ ଫେରି ଆସିଲା ଝିଅଟିଏ। ଆଉ ମାତ୍ର କେଇ ଘଣ୍ଟା ବିଳମ୍ବ ହୋଇଥିଲେ ହୁଏତ କିଛି ବି ଘଟିଯାଇଥାନ୍ତା। ସୌଭାଗ୍ୟକୁ ପଡୋଶୀଙ୍କ ଆଖି ପଡ଼ିଲା ବୋଲି ଜୀବନ ବଞ୍ଚିଗଲା। ଇଏ ହେଉଛନ୍ତି ବୁଗୁଡ଼ା ଥାନା ମଙ୍ଗରାଜପୁର ଗାଁର ସତ୍ୟନାରାୟଣ ଆରୁଖଙ୍କ ପୁଅ ଜିତେନ୍ଦ୍ରଙ୍କ ଧର୍ମପତ୍ନୀ ଝିଲି।  ଆଜି  ସକାଳୁ ଏଭଳି ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଛନ୍ତି […]

ଅଦ୍ୟତନ ହୋଇଛି
ନବବଧୂକୁ ଦରମରା କରି ଭାବିଲେ ମରିଗଲା, ହେଲେ...

7mn

Advertisment

ଭଞ୍ଜନଗର(ଓଡ଼ିଶା ରିପୋର୍ଟର):ଯୌତୁକ ଜୁଇରେ ଜଳିବା ଆଗରୁ ଅଳ୍ପକେ ବର୍ତ୍ତିଗଲା ବୋହୂଟିଏ । ମରଣ ମୁହଁକୁ ଠେଲି ହୋଇ ନିଶ୍ଚିହ୍ନ ହେବା ଆଗରୁ ଫେରି ଆସିଲା ଝିଅଟିଏ। ଆଉ ମାତ୍ର କେଇ ଘଣ୍ଟା ବିଳମ୍ବ ହୋଇଥିଲେ ହୁଏତ କିଛି ବି ଘଟିଯାଇଥାନ୍ତା। ସୌଭାଗ୍ୟକୁ ପଡୋଶୀଙ୍କ ଆଖି ପଡ଼ିଲା ବୋଲି ଜୀବନ ବଞ୍ଚିଗଲା। ଇଏ ହେଉଛନ୍ତି ବୁଗୁଡ଼ା ଥାନା ମଙ୍ଗରାଜପୁର ଗାଁର ସତ୍ୟନାରାୟଣ ଆରୁଖଙ୍କ ପୁଅ ଜିତେନ୍ଦ୍ରଙ୍କ ଧର୍ମପତ୍ନୀ ଝିଲି।  ଆଜି  ସକାଳୁ ଏଭଳି ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଛନ୍ତି ପଡୋଶୀ।  ଆଉ ମେଡିକାଲରେ ଭର୍ତ୍ତି କରାଇଛନ୍ତି।  ଝିଲିଙ୍କ ପରିବାରର ଅଭିଯୋଗ ଯୌତୁକ ପାଇଁ ଝିଅକୁ ଏଭଳି ଦଣ୍ଡ ଦେଇଛନ୍ତି ଶାଶୂଘର ଲୋକେ ।

Advertisment

ବୁଗୁଡ଼ା ଥାନା କରଡ଼ାବାଡ଼ିର ପଶାଣି ପ୍ରଧାନଙ୍କ ଝିଅ ଝିଲି ୨ ବର୍ଷ ତଳେ ଜିତେନ୍ଦ୍ରଙ୍କୁ ସାତ ଜନ୍ମର ସାଥୀ କରି ହାତ ଧରିଥିଲେ। ବିବାହର ୨ ବର୍ଷ ପରେ ବି ମାହେବାର ସୁଯୋଗ ଜୁଟିନି ତାଙ୍କ ଭାଗ୍ୟରେ । ଏଭଳି ସ୍ଥିତିରେ ବିବାହ ପରଠୁ ଝିଅକୁ ଯୌତୁକ ପାଇଁ ନାନା ଗଞ୍ଜଣା ସହିବାକୁ ପଡ଼ିଥିବା ଝିଲିଙ୍କ ପରିବାର ଲୋକେ କହିଛନ୍ତି ।

ଗତକାଲି ପ୍ରଥମେ ଝିଲି ନିଖୋଜ ହୋଇଯାଇଛି ବୋଲି ଶାଶୂଘର ଲୋକେ କହିଥିଲେ । ରାତି ପାହିଲା ବେଳକୁ କିନ୍ତୁ ପଡୋଶୀଙ୍କ ଗାଈ ଗୁହାଳରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଡୋଲିରୁ ଉଦ୍ଧାର କରାଯାଇଥିଲା ତାଙ୍କୁ। ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଝିଲିଙ୍କୁ ବ୍ରହ୍ମପୁର ମେଡ଼ିକାଲ୍କୁ ସ୍ଥାନାନ୍ତର କରାଯାଇଛି। ସେପଟେ ପୁଲିସ ଝିଲିଙ୍କ ବାପାଙ୍କ ଏତଲା କ୍ରମେ ଶାଶୁ ଓ ଶ୍ୱଶୁରଙ୍କୁ ଧରି ପଚରାଉଚରା କରିବା ସହ ହାଇଦ୍ରାବାଦରେ ରହୁଥିବା ସ୍ୱାମୀ ଜିତେନ୍ଦ୍ରଙ୍କୁ ଡକାଇଛି ।

Advertisment

ଘଟଣା ପଛର ଅସଲ କାରଣ କଣ ? ତାହା ତ ପୋଲିସ ତଦନ୍ତରୁ ସ୍ପଷ୍ଟ ହେବ । ତେବେ ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୋରୋର ତଥ୍ୟ ଅନୁଯାୟୀ, ନାରୀ ନିର୍ଯାତନାରେ ଦେଶରେ ୨ ନମ୍ବର ଥିବା ଓଡ଼ିଶା ପାଇଁ ଏହା ଆଉ ଏକ କଳଙ୍କିତ ଅଧ୍ୟାୟ । ରିପୋର୍ଟ କହୁଛି, ୨୦୧୮ ତୁଳନାରେ ୨୦୧୯ରେ ଓଡ଼ିଶାରେ ମହିଳାଙ୍କ ପ୍ରତି ଅତ୍ୟାଚାର ହାର ବଢିଛି ୧୪. ୩୪ % । ୨୦୧୮ରେ ଏ ସମ୍ପର୍କିତ ମାମଲା ସଂଖ୍ୟା ୨୦, ୨୭୪ ଥିଲା। ୨୦୧୯ରେ ସଂଖ୍ୟା ୨୩, ୧୮୩ରେ ପହଞ୍ଚିଥିଲା।  ଏଭଳି ଉଦବେଗଜନକ ହାର ଭିତରେ ଗଞ୍ଜାମ ଜିଲ୍ଲାର ଏହି ଘଟଣା ଆହୁରି ଚିନ୍ତା ବଢ଼ାଇଛି ।

Ganjam Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe