ନୂଆ ଆଶା ସଞ୍ଚାର କରିବ କି ଅଗଷ୍ଟ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ଭୟାବହତା ଭିତରେ ଜୀବନ ଆଉ ଜୀବିକାର ନୂଆ ଆଶା ସଞ୍ଚାର କରିବ କି ଅଗଷ୍ଟ? ନୂଆ ଗାଇଡ୍‌ଲାଇନ୍ସ ଅନୁଯାୟୀ, ଆଜିଠୁ ଅଧା ଓଡ଼ିଶାରେ ଫିଟିଯାଇଛି ତାଲା । କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ୧୪ ଦିନ ଧରି ଲକ୍‌ଡାଉନ୍ ଥିବା ୪ ହଟସ୍ପଟ୍ ଜିଲ୍ଲା ଓ ରାଉରକେଲା ଆଜିଠୁ ଚଳଚଞ୍ଚଳ ହୋଇଛି । ସେପଟେ କିନ୍ତୁ ବଢ଼ିଚାଲିଛି ମହାମାରୀ । ସବୁଥର ଭଳି ଆଜି ବି ଗଞ୍ଜାମ ରେକର୍ଡ କରିଛି। ତେବେ ଜୁଲାଇ ଭଳି […]

UNLOCK-2

Tapas Behera
  • Published: Saturday, 01 August 2020
  • , Updated: 01 August 2020, 08:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ଭୟାବହତା ଭିତରେ ଜୀବନ ଆଉ ଜୀବିକାର ନୂଆ ଆଶା ସଞ୍ଚାର କରିବ କି ଅଗଷ୍ଟ? ନୂଆ ଗାଇଡ୍‌ଲାଇନ୍ସ ଅନୁଯାୟୀ, ଆଜିଠୁ ଅଧା ଓଡ଼ିଶାରେ ଫିଟିଯାଇଛି ତାଲା । କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ୧୪ ଦିନ ଧରି ଲକ୍‌ଡାଉନ୍ ଥିବା ୪ ହଟସ୍ପଟ୍ ଜିଲ୍ଲା ଓ ରାଉରକେଲା ଆଜିଠୁ ଚଳଚଞ୍ଚଳ ହୋଇଛି । ସେପଟେ କିନ୍ତୁ ବଢ଼ିଚାଲିଛି ମହାମାରୀ । ସବୁଥର ଭଳି ଆଜି ବି ଗଞ୍ଜାମ ରେକର୍ଡ କରିଛି। ତେବେ ଜୁଲାଇ ଭଳି ଅଗଷ୍ଟରେ ଯେମିତି କରୋନା ବେଲଗାମ ନହୁଏ, ସେଥିପାଇଁ ତିଆରି ହୋଇଛି ରଣନୀତି।

ସେପଟେ ୨୪ ଘଣ୍ଟାରେ ୬ କୋଭିଡ୍ ଯୋଦ୍ଧା ସହ ୧୬୪ ପଜିଟିଭ୍ ଚିହ୍ନଟ ପରେ କାଲିଠୁ ରାୟଗଡ଼ା ଜିଲ୍ଲାକୁ ୭୨ ଘଣ୍ଟିଆ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଉଟ୍‌ଡୋର ବି ୪୮ ଘଣ୍ଟ ବନ୍ଦ ରହିବ। କୋରାପୁଟ୍ ଜିଲ୍ଲାରେ ବି ଆଜି ମଧ୍ୟରାତ୍ରିରୁ ୧୪ ତାରିଖ ଯାଏଁ ଲକ୍‌ଡାଉନ୍ ଜାରି ରହିବ । ସକାଳ ୫ରୁ ଦିନ ୧ଟା ଯାଏଁ ଯାହା ଦୋକାନ ବଜାର ଖୋଲାରହିବ । ତେବେ କରୋନା ମୃତ୍ୟୁହାରରେ କିନ୍ତୁ ସୁଧାର ଆସୁନି । ଗଞ୍ଜାମରେ ସର୍ବାଧିକ ୫ ଜଣଙ୍କୁ ମିଶାଇ ପୁଣି ପ୍ରାଣହରାଇଛନ୍ତି ୧୦ ଜଣ । ସେପଟେ  ରାଜ୍ୟରେ ୧୬୦୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବିଶେଷଜ୍ଞଙ୍କ ମତ, ଆସନ୍ତା ୭ରୁ ୧୦ ଦିନ ଆହୁରି ଗୁରୁତ୍ୱପୂର୍ଣ୍ଣ ।

ଏସବୁ ଭିତରେ କିନ୍ତୁ କେନ୍ଦ୍ର ସରକାରଙ୍କ ଅନ୍‌ଲକ୍ ୩ ଗାଇଡ୍‌ଲାଇନ୍‌ରୁ ଭିନ୍ନ ନିଷ୍ପତ୍ତି ନେଇ ଅଗଷ୍ଟ ମାସ ସାରା ରାତି ୯ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରଖିବାକୁ ଘୋଷଣ କରିଛନ୍ତି ରାଜ୍ୟ ସରକାର।

Related story