ଭାରତ-ଆମେରିକା ଟ୍ରାକ୍‌-୨ ଆଲୋଚନାରେ ଭାଗ ନେବେ ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ଭାରତ ଓ ଆମେରିକା ମଧ୍ୟରେ ମଧ୍ୟରେ ଅନୈପଚାରିକ (ଟ୍ରାକ୍‌-୨) ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେବାକୁ କେନ୍ଦ୍ରାପଡା ସାଂସଦ ତଥା ବିଜେଡିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ୱାସିଂଟନ୍‌ ଡିସିରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଏହି ଆଲୋଚନା ହେବ। ଇଣ୍ଡିଆ ଫାଉଣ୍ଡେସନ୍‌ ଓ ସେଣ୍ଟର ଫର୍‌ ଆମେରିକାନ୍‌ ପ୍ରୋଗ୍ରେସେସ୍‌ ଆଣ୍ଡ ହେରିଟେଜ୍‌ ଫାଉଣ୍ଡେସନ ସହଭାଗିତାର ଅଂଶ ସ୍ୱରୂପ ଏହି ଟ୍ରାକ୍‌-୨ ଆଲୋଚନା ହେବ। ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ଆମନ୍ତ୍ରଣ କ୍ରମେ ଆମେରିକା […]

Baijayant Panda

Rakesh Mallick
  • Published: Wednesday, 08 June 2016
  • , Updated: 08 June 2016, 06:46 PM IST

ଭୁବନେଶ୍ୱର: ଭାରତ ଓ ଆମେରିକା ମଧ୍ୟରେ ମଧ୍ୟରେ ଅନୈପଚାରିକ (ଟ୍ରାକ୍‌-୨) ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେବାକୁ କେନ୍ଦ୍ରାପଡା ସାଂସଦ ତଥା ବିଜେଡିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ୱାସିଂଟନ୍‌ ଡିସିରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଏହି ଆଲୋଚନା ହେବ।

ଇଣ୍ଡିଆ ଫାଉଣ୍ଡେସନ୍‌ ଓ ସେଣ୍ଟର ଫର୍‌ ଆମେରିକାନ୍‌ ପ୍ରୋଗ୍ରେସେସ୍‌ ଆଣ୍ଡ ହେରିଟେଜ୍‌ ଫାଉଣ୍ଡେସନ ସହଭାଗିତାର ଅଂଶ ସ୍ୱରୂପ ଏହି ଟ୍ରାକ୍‌-୨ ଆଲୋଚନା ହେବ।

ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ଆମନ୍ତ୍ରଣ କ୍ରମେ ଆମେରିକା ଯାଇଥିବା ଏହି ପ୍ରତିନିଧିମଣ୍ଡଳ ମୋଦିଙ୍କ ଗସ୍ତ କାଳରେ ଦ୍ୱିପାଖି ଆଲୋଚନାକୁ ତ୍ୱରାନ୍ୱିତ କରିବ।

ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ଆସନ୍ତାକାଲି  ୱାସିଂଟନ୍‌ ଡିସିରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା ଭାଷଣ ଦେବେ ।

Related story