‘ବିଜୁ ବାବୁ ଥିଲେ ଅପ୍ରିୟ ସତ୍ୟକୁ ପସନ୍ଦ କରିଥାଆନ୍ତେ’

Ordigital Desk
• Published: Saturday, 27 January 2018
• , Updated: 27 January 2018, 01:25 PM IST

ପୁରୀ: ବିଜେଡିରୁ ନିଲମ୍ବନ ପରେ ଆଜି ପୁରୀରେ ଗଣମାଧ୍ୟମ ଆଗରେ ବିସ୍ତୃତ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ଅପ୍ରିୟ ସତ୍ୟ କହିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି।

ଭାବବିହ୍ୱଳ ହୋଇ ବୈଜୟନ୍ତ କହିଥିଲେ ଯେ ଏହି ଘଟଣା ତାଙ୍କୁ ବହୁତ ଆଘାତ ଦେଇଛି। ବିଜୁ ବାବୁ ଆଜି ଥିଲେ ସେ କହିଥିବା ଅପ୍ରିୟ ସତ୍ୟକୁ ପସନ୍ଦ କରିଥାନ୍ତେ। ବିଜୁ ବାବୁଙ୍କୁ ଯେଉଁମାନେ ଆଦର୍ଶ ମାନନ୍ତି ସେମାନେ କେବେ ବି ଚୁପ୍ ରହିବେନି।

ସେ କହିଥିଲେ ଯେ ତିନି ଚାରି ବର୍ଷ ହେଲାଣି ଦଳରେ ଅସୁବିଧା ଦେଖାଯାଇଛି।  କିଛି ଲୋକ ନିଜ ହିତରେ ଦଳକୁ କବଜା କରି ନେଇଛନ୍ତି।

ଆଗକୁ ତାଙ୍କ ପଦକ୍ଷେପ କ’ଣ ରହିବ ବୋଲି ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ବୈଜୟନ୍ତ କହିଥିଲେ ଯେ ତାଙ୍କ ମନରେ ଶାନ୍ତି ଆସିଲେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନେବେ। ତାଙ୍କ ବିରୋଧରେ ବିଜେଡି ଯେଉଁସବୁ ଅଭିଯୋଗ ଆଣିଛି ତାହା ଆଦୌ ଠିକ୍ ନୁହେଁ ବୋଲି ସାଂସଦ ପୁଣି ଥରେ ଦୋହରାଇଛନ୍ତି।

ନିଲମ୍ବନ ପରେ ଗତକାଲି ବୈଜୟନ୍ତ ପ୍ରଥମେ ନିଜ ସଂସଦୀୟ କ୍ଷେତ୍ର କେନ୍ଦ୍ରାପଡ଼ା ଯାଇଥିଲେ। ଆଜି ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ସ୍ୱର୍ଗଦ୍ୱାର ଯାଇ ସେଠାରେ ଥିବା ବିଜୁ ବାବୁଙ୍କ ସମାଧୀ ପୀଠରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ସେ ଆଉ କ’ଣ ସବୁ କହିଛନ୍ତି ଏହି ଭିଡିଓରେ ଶୁଣନ୍ତୁ:

Related story