ଆୟକର ଫାଙ୍କି ଓ ବିଦେଶରୁ ବେଆଇନ୍‌ ଉପାୟରେ ପୁଞ୍ଜି ଆଣିବା ଅଭିଯୋଗକୁ ଖଣ୍ଡନ କଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟକର ଫାଙ୍କି ଓ ବିଦେଶରୁ ବେଆଇନ୍‌ ଉପାୟରେ ପୁଞ୍ଜି ଆଣିବା ନେଇ ଏକ ନିର୍ଦ୍ଦିଷ୍ଟ ଇଂରାଜୀ ସମ୍ବାଦପତ୍ରରେ ପ୍ରକାଶିତ ଖବରକୁ ଦୃଢ଼ଭାବେ ଖଣ୍ଡନ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି ପ୍ରତି ନିର୍ବାଚନ ପୂର୍ବରୁ ମୋ ନାଁରେ ଭିତ୍ତିହୀନ ଓ କପୋଳକଳ୍ପିତ ଅଭିଯୋଗ ଅଣାଯାଇଥାଏ ଏବଂ ଏହା ସେହିଭଳି ଆଉ ଏକ ଉଦ୍ୟମ। ସେ ସ୍ପଷ୍ଟ କରିଛନ୍ତି,“ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ମୋ ପାରିବାରିକ କମ୍ପାନୀର ୬୦ ବର୍ଷର ରେକର୍ଡ ଅଛି। […]

baijayant-panda

Manoranjan Sial
  • Published: Friday, 08 February 2019
  • , Updated: 08 February 2019, 08:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟକର ଫାଙ୍କି ଓ ବିଦେଶରୁ ବେଆଇନ୍‌ ଉପାୟରେ ପୁଞ୍ଜି ଆଣିବା ନେଇ ଏକ ନିର୍ଦ୍ଦିଷ୍ଟ ଇଂରାଜୀ ସମ୍ବାଦପତ୍ରରେ ପ୍ରକାଶିତ ଖବରକୁ ଦୃଢ଼ଭାବେ ଖଣ୍ଡନ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି ପ୍ରତି ନିର୍ବାଚନ ପୂର୍ବରୁ ମୋ ନାଁରେ ଭିତ୍ତିହୀନ ଓ କପୋଳକଳ୍ପିତ ଅଭିଯୋଗ ଅଣାଯାଇଥାଏ ଏବଂ ଏହା ସେହିଭଳି ଆଉ ଏକ ଉଦ୍ୟମ।

ସେ ସ୍ପଷ୍ଟ କରିଛନ୍ତି,“ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ମୋ ପାରିବାରିକ କମ୍ପାନୀର ୬୦ ବର୍ଷର ରେକର୍ଡ ଅଛି। ଏ କମ୍ପାନୀଗୁଡ଼ିକ ଅନେକ ବିଦେଶୀ ସଂସ୍ଥା ସହ କାରବାର କରିଛନ୍ତି। ଯେଉଁଥିରେ ନିବେଶ ଗ୍ରହଣ ଓ ଋଣ ଦେବା ଭଳି କାରବାର ମଧ୍ୟ ରହିଛି। ଏଗୁଡିକ ମଧ୍ୟରୁ କେତେକରେ ଲାଭ ମିଳିଥିବା ବେଳେ କିଛିରେ କ୍ଷତି ହୋଇଛି। ତେବେ ସବୁ ନେଣଦେଣ ସଠିକ ଢଙ୍ଗରେ ଓ ଅଧିକୃତ ମଞ୍ଜୁରୀ ସହ କରାଯାଇଛି।”

ସେପଟେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଦଳ ପ୍ରତିକ୍ରିୟା ରଖିଛନ୍ତି। ବୈଜୟନ୍ତଙ୍କ ପ୍ରତି ଆକ୍ରୋଶ ରଖି ଏଭଳି କରାଯାଉଥିବା କହିଛନ୍ତି ବିଜେପି ସଭାପତି ବସନ୍ତ ପଣ୍ଡା। ଏହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ସେ ମତ ଦେଇଛନ୍ତି।

ସେହିପରି ବିରୋଧୀ ମୁଖ୍ୟ ସଚେତକ ତାରା ବାହିନୀପତି ମଧ୍ୟ ଘଟଣାର ନିନ୍ଦା କରିଛନ୍ତି। ରାଜନୀତିକ ବ୍ୟକ୍ତିଙ୍କ ପ୍ରତି ଯାହା କରାଯାଉଛି, ତାହା ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି ତାରା କହିଛନ୍ତି।

ଅନ୍ୟପକ୍ଷେ ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି, “ଏହା ସରକାରୀ କଥା। କିଛି ତଥ୍ୟ ଥିବା ଯାହାକୁ ଆଧାର କରି ଆୟକର ବିଭାଗ ଆଗଉଥିବ।”

Related story