ନବୀନଙ୍କୁ ବୈଜୟନ୍ତଙ୍କ ଅଭିନନ୍ଦନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବିଜେଡି ପୁଣି ଜିତି ଥିବା ବେଳେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜୟୀ ହୋଇଥିବା ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, ଏଥର ଏହି ଆସନରେ ଅନୁଭବ ଓ ବୈଜୟନ୍ତ ମଧ୍ୟରେ ଲଢ଼େଇ ହୋଇଥିଲା। ସେହିପରି କେନ୍ଦ୍ରାପଡ଼ାବାସୀଙ୍କୁ ବୈଜୟନ୍ତ କୃତଜ୍ଞତା ଜଣାଇଛନ୍ତି। […]

baijanta

Jitendra Garnayak
  • Published: Friday, 24 May 2019
  • , Updated: 24 May 2019, 07:15 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବିଜେଡି ପୁଣି ଜିତି ଥିବା ବେଳେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜୟୀ ହୋଇଥିବା ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, ଏଥର ଏହି ଆସନରେ ଅନୁଭବ ଓ ବୈଜୟନ୍ତ ମଧ୍ୟରେ ଲଢ଼େଇ ହୋଇଥିଲା।

ସେହିପରି କେନ୍ଦ୍ରାପଡ଼ାବାସୀଙ୍କୁ ବୈଜୟନ୍ତ କୃତଜ୍ଞତା ଜଣାଇଛନ୍ତି। ୯ ବର୍ଷ ପାଇଁ କେନ୍ଦ୍ରାପଡ଼ାବାସୀ ତାଙ୍କୁ ସଂସଦକୁ ପଠାଇଥିବାରୁ ଓ ଅପାର ଭଲପାଇବା ଓ ଆଦର ଦେଇଥିବା ଯୋଗୁ ସେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସେ ଟ୍ୱିଟ୍ କରି ଲେଖିଛନ୍ତି,“ମତେ ସର୍ବଦା ଅପାର ଭଲ ପାଇଥିବାରୁ ଓ ଆଦର କରିଥିବାରୁ ଏବଂ ୯ ବର୍ଷ ପାଇଁ ସଂସଦରେ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେଇଥିବାରୁ ମୁଁ କେନ୍ଦ୍ରାପଡ଼ାବାସୀଙ୍କୁ କୃତଜ୍ଞତା ଜଣାଉଛି।”

Related story