ନେପାଳ ସୀମାରୁ ଧରାପଡ଼ିଲା ତିନି ମୋବାଇଲ୍‌ ଲୁଟେରା

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଟାଉନ୍‌ରୁ ଚୋରି କରିଥିଲେ। ନେପାଳ ସୀମାରୁ ଧରାପଡ଼ିଲା ତିନି ମୋବାଇଲ୍‌ ଲୁଟେରା। ବଲାଙ୍ଗିର ଟାଉନ୍‌ ଥାନା ପୁଲିସ ସେମାନଙ୍କୁ ବିହାରରୁ ଗିରଫ କରି ଓଡ଼ିଶା ଆଣିଛି। ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ପି ନୀତିନ କୁଶଳକର। ଏସ୍‌ପିଙ୍କ କହିବା ଅନୁସାରେ କିଛି ଦିନ ତଳେ ବଲାଙ୍ଗିର ଟାଉନ୍‌ରେ ଥିବା ଏକ ଦୋକାନରୁ ୪୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ମୋବାଇଲ୍‌ ଓ ସରଞ୍ଜାମ ଚୋରି ହୋଇଥିଲା। ଏନେଇ ଦୋକାନ ମାଲିକ ଥାନାରେ […]

Bolangir

Bolangir

Manoranjan Sial
  • Published: Monday, 24 January 2022
  • Updated: 24 January 2022, 05:06 PM IST

Sports

Latest News

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଟାଉନ୍‌ରୁ ଚୋରି କରିଥିଲେ। ନେପାଳ ସୀମାରୁ ଧରାପଡ଼ିଲା ତିନି ମୋବାଇଲ୍‌ ଲୁଟେରା। ବଲାଙ୍ଗିର ଟାଉନ୍‌ ଥାନା ପୁଲିସ ସେମାନଙ୍କୁ ବିହାରରୁ ଗିରଫ କରି ଓଡ଼ିଶା ଆଣିଛି। ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ପି ନୀତିନ କୁଶଳକର।

ଏସ୍‌ପିଙ୍କ କହିବା ଅନୁସାରେ କିଛି ଦିନ ତଳେ ବଲାଙ୍ଗିର ଟାଉନ୍‌ରେ ଥିବା ଏକ ଦୋକାନରୁ ୪୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ମୋବାଇଲ୍‌ ଓ ସରଞ୍ଜାମ ଚୋରି ହୋଇଥିଲା। ଏନେଇ ଦୋକାନ ମାଲିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ପାଇଁ ଏକ ଟିମ୍‌ ଗଠନ କରିଥିଲା ବୋଲି ଏସ୍‌ପି କହିଥିଲେ।

ଏସ୍‌ପି ନୀତିନ କୁଶଳକରଙ୍କ କହିବା ଅନୁସାରେ ମୋବାଇଲ ପାଟ୍ରୋଲିଂ ଓ ସାଇଣ୍ଟିଫିକ୍‌ ତଥ୍ୟ ଆଧାରରେ ପୁଲିସ୍‌ ଲୁଟେରାମାନଙ୍କୁ ବିହାରରେ ଟ୍ରାକ୍‌ କରିଥିଲା। ଏହା ପରେ ପୁଲିସ କହ୍ନେୟା କୁମାର, ମୀରାଜ ଆନ୍‌ସାରୀ ଓ କୌଶର ଆଲମ୍‌ଙ୍କୁ ନେପାଳ ସୀମାରୁ ଗିରଫ କରିଥିଲା। ପରେ ସେମାନଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଇଥିଲା। ତା’ପରେ ବଲାଙ୍ଗିର ପୁଲିସ୍‌ ସେମାନଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଛି। ଗିରଫ ଅଭିଯୁକ୍ତଙ୍କଠାରୁ ୧୩ଟି ଦାମୀ ମୋବାଇଲ ଓ ବିଭିନ୍ନ ସରଞ୍ଜାମ ଜବତ ହୋଇଛି। ଜବତ ହୋଇଥିବା ମୋବାଇଲ୍‌ର ଦାମ୍‌ ପାଖାପାଖି ୩୦ ଲକ୍ଷରୁ ଅଧିକ ଟଙ୍କା ହେବ। ଏହି ମାମଲାରେ ଅନ୍ୟ ଯେଉଁମାନଙ୍କର ସମ୍ପୃକ୍ତି ରହିଛି, ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ୍‌ କହିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos