ବଲାଙ୍ଗିର: ଲାଞ୍ଚ ନେଇ ଧରାପଡ଼ିଲେ ଷ୍ଟେନୋ

ବଲାଙ୍ଗିର: ଗତକାଲି ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଷ୍ଟେନୋ ଜୟଚନ୍ଦ୍ର ରଥ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଲୋଇସିଂହା ବ୍ଳକ୍ କୁଟୁରାପାଲି ଗାଁର ଅନିଲ ଜାଲ, ବରୁଣ ସାହୁ ଓ ଦୈତାରି ସାହୁଙ୍କୁ କୂଅ ଖୋଳାର ସବ୍‌ସିଡ୍‌ କରାଇଦେବା ପାଇଁ ଜଣକା ୫୦୦୦ ହଜାର ଟଙ୍କ। ଲେଖାଏଁ ଜୟଚନ୍ଦ୍ର ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଅନିଲ ଜାଲ୍ ବଲାଙ୍ଗିର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଶୁକ୍ରବାର […]

balangir

Rakesh Mallick
  • Published: Saturday, 10 December 2016
  • , Updated: 10 December 2016, 06:29 PM IST

ବଲାଙ୍ଗିର: ଗତକାଲି ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଷ୍ଟେନୋ ଜୟଚନ୍ଦ୍ର ରଥ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଲୋଇସିଂହା ବ୍ଳକ୍ କୁଟୁରାପାଲି ଗାଁର ଅନିଲ ଜାଲ, ବରୁଣ ସାହୁ ଓ ଦୈତାରି ସାହୁଙ୍କୁ କୂଅ ଖୋଳାର ସବ୍‌ସିଡ୍‌ କରାଇଦେବା ପାଇଁ ଜଣକା ୫୦୦୦ ହଜାର ଟଙ୍କ। ଲେଖାଏଁ ଜୟଚନ୍ଦ୍ର ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଅନିଲ ଜାଲ୍ ବଲାଙ୍ଗିର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଶୁକ୍ରବାର ସଂନ୍ଧ୍ୟାରେ ଜୟଚନ୍ଦ୍ର ରଥ ଲାଞ୍ଚ ଟଙ୍କ। ନେଉଥିବା ବେଳେ ବଲାଙ୍ଗିର ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଗିରଫ କରିବା ସହିତ ଟଙ୍କା ଜବତ କରିଥିଲେ।

Related story