Advertisment

ଅଦ୍ରିଜା, ତାଙ୍କ ବାପା ଓ ଭାଇଙ୍କ ନାଁରେ ରୁଜୁ ହେଲା ମାମଲା

୨୦୧୭ ମସିହା ନଭେମ୍ବର ୨୩ ତାରିଖରେ ଅଦ୍ରିଜାଙ୍କୁ ଅର୍କେଶ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିବାହ ପରେ ଉଭୟ ଉତ୍ତରାଖଣ୍ଡର ଡେରାଡୁନରେ ଥିବା ନିଜ ବଙ୍ଗଳାରେ ରହୁଥିଲେ।

author-image
Manoranjan Sial
Adrija and Arkesh

Adrija and Arkesh

ଆହୁରି ଗୁରୁତର ହୋଇଛି ବଲାଙ୍ଗିର ରାଜ ପରିବାର ଘର କଳି। ଆଗରୁ ଅଦ୍ରିଜାଙ୍କ ଘରୋଇ ହିଂସା ଅଭିଯୋଗକୁ ଭିତ୍ତି କରି ଡେରାଡୁନ୍‌ରେ ସ୍ୱାମୀ ଅର୍କେଶ ସିଂହଦେଓ, ଦେଢଶୁର କଳିକେଶ, ତାଙ୍କ ପତ୍ନୀ ଓ ଶ୍ୱଶୁର ଅନଙ୍ଗ ଉଦୟ ସିଂହଦେଓ ଓ ଶାଶୁଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏବେ ଅନଙ୍ଗ ଉଦୟ ସିଂହଦିଓଙ୍କ କେୟାର ଟେକର ସବିତା ଝାଙ୍କ ଅଭିଯୋଗକୁ ଭିତ୍ତି କରି ଅଦ୍ରିଜା, ତାଙ୍କ ବାପା ଅଜୟ ସିଂହ, ଭାଇ ରିଚା ସିଂହ ଓ ଅନ୍ୟ ଜଣେ ସୋନୁଙ୍କ ନାଁରେ ଆଟ୍ରୋସିଟି ମାମଲା ରୁଜୁ ହୋଇଛି। ସବିତା ଝାଙ୍କ ଅଭିଯୋଗ ଅନୁଯାୟୀ, ଅଦ୍ରୀଜାଙ୍କ ବାପା ଅଜୟ ସିଂହ ଓ ଅନ୍ୟମାନେ ତାଙ୍କୁ ଜାତିଆଣ ଆକ୍ଷେପ କରିଛନ୍ତି।

Advertisment

୨୦୧୭ ମସିହା ନଭେମ୍ବର ୨୩ ତାରିଖରେ ଅଦ୍ରିଜାଙ୍କୁ ଅର୍କେଶ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିବାହ ପରେ ଉଭୟ ଉତ୍ତରାଖଣ୍ଡର ଡେରାଡୁନରେ ଥିବା ନିଜ ବଙ୍ଗଳାରେ ରହୁଥିଲେ। ହେଲେ ବିବାହର କିଛି ଦିନ ପରେ ଉଭୟଙ୍କ ଭିତରେ ଝଡ଼ ସୃଷ୍ଟି ହୋଇଥିଲା। ଯୌତୁକ ପାଇଁ ଅଦ୍ରିଜାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ସ୍ୱାମୀ ଅର୍କେଶଙ୍କ ସମେତ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଉଥିଲେ। ଏପରିକି ମାରିଦେବାକୁ ସୁପାରି ଦେଇଥିବା ଅଦ୍ରିଜା ଅଭିଯୋଗ କରିଥିଲେ।

ଏନେଇ ଅଦ୍ରିଜା ଡେରାଡୁନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଯେଉଁଥିପାଇଁ ଅଦ୍ରିଜା ଉତ୍ତରାଖଣ୍ଡ ଡିଜିପିଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରୀ କରିଥିଲେ। ଏହା ପରେ ଡିଜିପି ପୂରା ଘଟଣାର ତଦନ୍ତ ଦାୟିତ୍ୱ ଡେରାଡୁନ୍ ASPଙ୍କୁ ଦେଇଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ସ୍ୱାମୀ ଅର୍କେଶ ସିଂହଦେଓ, ଦେଢଶୁର କଳିକେଶ, ତାଙ୍କ ପତ୍ନୀ ଓ ଶ୍ୱଶୁର ଅନଙ୍ଗ ଉଦୟ ସିଂହଦେଓ ଓ ଶାଶୁଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

Advertisment

ଘଟଣା ସାମ୍ନାକୁ ଆସିବା ପରେ ସଫେଇ ଦେଇଥିଲେ ଅର୍କେଶ। ସେ କହିଥିଲେ, ଆଠମାସ ତଳେ ଅଦ୍ରିଜା ମୋ ନାଁରେ ଘରୋଇ ହିଂସା ମାମଲା କରିଥିଲେ। କେସ୍ ଫାଇଲ ପରେ ମୁଁ ଡେରାଡୁନରେ ଥିବା ଘର ଛାଡ଼ି ଦେଲି। ସେହି ଘରେ ଅଦ୍ରିଜାଙ୍କ ଭଉଣୀ ରହୁଛନ୍ତି। ତାଙ୍କ ବାପା ଆସି ସେ ଘରେ ମାସକର ୧୫ରୁ ୨୦ ଦିନ ରହୁଛନ୍ତି। ଅଦ୍ରିଜାଙ୍କ ସୁରକ୍ଷା ପାଇଁ ମୁଁ ସିସିଟିଭି ଲଗାଇଥିଲି। ହେଲେ ସେ ସିସିଟିଭି ତାର କାଟି ଦେଇଥିଲେ। ତା’ର ଭିଡିଓ ମୁଁ ପୁଲିସକୁ ଦେଇଛି। ସେ ଘରକୁ ମୁଁ ବହୁତ କମ୍ ଯାଏ। ଅଦ୍ରିଜାଙ୍କ ବାପାଙ୍କର ଜମି ମାଫିଆଙ୍କ ସହ ସମ୍ପର୍କ ରହିଛି । କିଛି ଦିନ ତଳେ ଅଦ୍ରିଜାଙ୍କ ବାପା କିଛି ଡିମାଣ୍ଡ କରିଥିଲେ, ଯାହା ମୋ କ୍ଷମତା ଠାରୁ ବହୁତ ଅଧିକ ବୋଲି ଅର୍କେଶ ସିଂଦେଓ କହିଥିଲେ।

Balasore