Advertisment

ନଳକୂଅରୁ ବାହାରୁଛି ସୁନାଗୁଣ୍ଡ!

ଏହି ଖବରକୁ ନେଇ ପୂରା ବଲାଙ୍ଗିରରେ ଚର୍ଚ୍ଚା ଜୋର ଧରିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Gold from tube well

Gold from tube well

ନଳକୂଅରୁ ବାହାରୁଛି ସୁନାଗୁଣ୍ଡ! ଏହି ଖବରକୁ ନେଇ ପୂରା ବଲାଙ୍ଗିରରେ ଚର୍ଚ୍ଚା ଜୋର ଧରିଛି। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ନିକଟରେ ଥିବା ନାନ୍ଦୁପଲା ଗାଁ’ର ମହମ୍ମଦ ଜାଭେଦ ତାଙ୍କ ବ୍ୟକ୍ତିଗତ ଜମିରେ ଖୋଳିଥିବା ଏକ ନଳକୂଅରୁ ଏହି ସୁନାଗୁଣ୍ଡ ବାହାରୁଥିବା ଅଲୋଚନାକୁ ଆସିଛି। ସେପଟେ ଖବର ପାଇ ସ୍ଥାନୀୟ ପ୍ରଶାସନିକ ଯୁଗ୍ମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

Advertisment

ସୂଚନା ମୁତାବକ, ଜାଭେଦ୍ ମାସେ ତଳେ ନିଜ ଚାଷ ଜମିରେ ଏକ ଗଭୀର ନଳକୂଅ ଖୋଲିଥିଲେ। ଆଜି ମୋଟର ଲଗାଇ ପାଣି ବାହାର କରିବା ସମୟରେ ସୁନା ଗୁଣ୍ଡ ଭଳି ପଥର ଗୁଣ୍ଡ ବାହାରିଥିଲା। ଯାହା ଦେଖିବା ପରେ ସୁନା ଗୁଣ୍ଡ ବାହାରୁଥିବା ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା।

ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଖପ୍ରାଖୋଲ ତହସିଲଦାର, ବିଡିଓ ଏବଂ ଖପ୍ରାଖୋଲ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସୁନାଗୁଣ୍ଡ ନମୁନା ସଂଗ୍ରହ କରିଥିଲେ।

Advertisment
Tubewellଖୋଳା ଯାଇଥିବା ନଳକୂଅ।

ମହମ୍ମଦ ଜାଭେଦ କହିଛନ୍ତି, ଗତ ମାସରେ ଏହି ନଳକୂଳ ଖୋଳା ଯାଇଥିଲା। ଗତକାଲି ଏହି ନଳକୂଳ ଚାଲୁ କରିବାକୁ ମଟର ଲଗାଯିବା ବେଳେ ହଳଦିରଙ୍ଗର ପଦାର୍ଥ ବାହାରିଥିଲା। ଯାହା ସୁନା ବୋଲି ସନ୍ଦେହ ହେବାରୁ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ଜଣାଇଥିଲୁ। ସେମାନେ ଆସି ତଦନ୍ତ କରିଛନ୍ତି।

ତହସିଲଦାର ଆଦିତ୍ୟ କୁମାର ମିଶ୍ର କହିଛନ୍ତି, ନଳକୂଳରୁ ସୁନା ଭଳି କିଛି ଚକଚକ ପଦାର୍ଥ ବାହାରୁଥିବା ଦେଖିବାକୁ ମିଳିଛି। ଏହି ନମୁନାକୁ ପରୀକ୍ଷା ପାଇଁ ପଠାଯିବ। ରିପୋର୍ଟ ଆସିବା ପରେ ଜଣାପଡିବ ତାହା ସୁନା ପଥର ଗୁଣ୍ଡ ନା ଅନ୍ୟ କୌଣସି ଧାତୁ ଗୁଣ୍ଡ। ଯାହାପରେ ପରବର୍ତ୍ତି ପ୍ରଶାସନିକ ପଦକ୍ଷେପ ନିଆଯିବ।

ରିପୋର୍ଟ ବଲାଙ୍ଗିରରୁ ମନୋରଞ୍ଜନ ଯୋଶୀ

Trapped In Bore Well Gold Mine