Advertisment

ବଲାଙ୍ଗିର ରାଜପରିବାର କଳି ବଢ଼ିଲା, ମାମଲା ରୁଜୁ କଲା ପୁଲିସ୍‌

ଦ୍ରିତାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ସ୍ୱାମୀ ଅର୍କେଶ ସିଂହଦେଓ, ଶ୍ୱଶୁର ଅନଙ୍ଗ ଉଦୟ, ଶାଶୁ ବିଜୟଲକ୍ଷ୍ମୀ, ଦେଢ଼ଶୁର କଳିକେଶ ଓ ଯାଆ ମେଘନାଙ୍କ ନାଁରେ ମାମଲା ରୁଜୁ କରିଛି।

Arkesh Singh Deo

Arkesh Singh Deo

Advertisment

ବଲାଙ୍ଗିର ରାଜ ପରିବାର କଳି ବଢ଼ିବାରେ ଲାଗିଛି। ଡେରାଡୁନ୍ ରାଜପୁର ଥାନାରେ ପାରିବାରିକ ହିଂସା ମାମଲା ରୁଜୁ ହୋଇଛି। ଅଦ୍ରିତାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ସ୍ୱାମୀ ଅର୍କେଶ ସିଂହଦେଓ, ଶ୍ୱଶୁର ଅନଙ୍ଗ ଉଦୟ, ଶାଶୁ ବିଜୟଲକ୍ଷ୍ମୀ, ଦେଢ଼ଶୁର କଳିକେଶ ଓ ଯାଆ ମେଘନାଙ୍କ ନାଁରେ ମାମଲା ରୁଜୁ କରିଛି।

Advertisment

ଗତ ୨୦୧୭ ମସିହା ନଭେମ୍ବର ୨୩ ତାରିଖରେ ଅଦ୍ରିଜାଙ୍କୁ ଅର୍କେଶ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିବାହ ପରେ ଉଭୟ ଡେରାଡୁନରେ ଥିବା ନିଜ ବଙ୍ଗଳାରେ ରହୁଥିଲେ। ହେଲେ ବିବାହର କିଛି ଦିନ ପରେ ଉଭୟଙ୍କ ଭିତରେ ଝଡ଼ ସୃଷ୍ଟି ହୋଇଥିଲା। ଯୌତୁକ ପାଇଁ ଅଦ୍ରିଜାଙ୍କୁ ନିର୍ଯାତନା ଦିଆଯାଉଥିଲା। ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଉଥିଲେ। ଏପରିକି ମାରିଦେବାକୁ ସୁପାରି ଦେଇଥିବା ଅଦ୍ରିଜା ଅଭିଯୋଗ କରିଥିଲେ। ଏନେଇ ସେ ଡେରାଡୁନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ପୁଲିସ ଏ ମାମଲାରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଉତ୍ତରାଖଣ୍ଡ ଡିଜିପିଙ୍କୁ ଭେଟି ନ୍ୟାୟ ମାଗିଥିଲେ। ଉତ୍ତରାଖଣ୍ଡ ଡିଜିପି ପୂରା ଘଟଣାର ତଦନ୍ତ ଦାୟିତ୍ୱ ଡେରାଡୁନ୍ ASPଙ୍କୁ ଦେଇଥିଲେ।

ଅନ୍ୟପକ୍ଷରେ ଅଦ୍ରିଜାଙ୍କ ସ୍ୱାମୀ ଅର୍କେଶ ସିଂହଦେଓ ପ୍ରତିକ୍ରିୟା କହିଥିଲେ, ଆଠମାସ ତଳେ ହେଲା ଅଦ୍ରିଜା ମୋ ନାଁରେ ଘରୋଇ ହିଂସା ମାମଲା କରିଥିଲେ। କେସ୍ ଫାଇଲ ପରେ ମୁଁ ଡେରାଡୁନରେ ଥିବା ଘର ଛାଡ଼ି ଦେଲି। ସେ ଘରେ ତାଙ୍କ ଭଉଣୀ ରହୁଛନ୍ତି। ତାଙ୍କ ବାପା ଆସି ସେ ଘରେ ମାସକରେ ୧୫ରୁ ୨୦ ଦିନ ରହୁଛନ୍ତି। ଅଦ୍ରିଜାଙ୍କ ସୁରକ୍ଷା ପାଇଁ ମୁଁ ସିସିଟିଭି ଲଗାଇଥିଲି। ହେଲେ ସେ ସିସିଟିଭି ତାର କାଟି ଦେଇଥିଲେ। ତାର ଭିଡିଓ ମୁଁ ପୁଲିସକୁ ଦେଇଛି। ସେ ଘରକୁ ମୁଁ ବହୁତ କମ୍ ଯାଏ। ଅଦ୍ରିଜାଙ୍କ ବାପାଙ୍କର ଜମି ମାଫିଆଙ୍କ ସହ ସମ୍ପର୍କ ରହିଛି । କିଛି ଦିନ ତଳେ ଅଦ୍ରିଜାଙ୍କ ବାପା କିଛି ଡିମାଣ୍ଡ କରିଥିଲେ, ଯାହା ମୋ କ୍ଷମତା ଠାରୁ ବହୁତ ଅଧିକ ବୋଲି ଅର୍କେଶ ସିଂଦେଓ କହିଥିଲେ।

Advertisment
Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe