Advertisment

ମାନିଲେନି କୋଭିଡ୍ ନିୟମ, ନାମାଙ୍କନ ଦାଖଲ ପାଇଁ ଦଳ ବଳ ଧରି ଚାଲିଲେ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପଡ଼ୁଛି ହୁଳ ହୁଳି। ମାଡ଼ି ଚାଲିଛନ୍ତି ମହିଳା ସମର୍ଥକ। ଆଗରେ ନେତା ଆଉ ପଛରେ ରହିଛନ୍ତି ଶହ ଶହ କର୍ମୀ। ନିର୍ବାଚନ ଆୟୋଗଙ୍କ କଟକଣାକୁ ଅଣଦେଖା କରି ଖୋଲାଖୋଲି ଆଇନର ଉଲ୍ଲଂଘନ କରାଯାଉଛି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିରରେ। ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଡୁମେରପିଟା ପଂଚାୟତରେ ର୍ନିବାଚନ ଆଚରଣବିଧି ଉଲ୍ଲଘଂନ ହୋଇଥିବା ସ୍ପଷ୍ଟ ଭାବେ ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ସରପଞ୍ଚ ପଦ ପାଇଁ ଗାଁର ନିତ୍ୟାନନ୍ଦ ପଟେଲ […]

ଅଦ୍ୟତନ ହୋଇଛି
ମାନିଲେନି କୋଭିଡ୍ ନିୟମ, ନାମାଙ୍କନ ଦାଖଲ ପାଇଁ ଦଳ ବଳ ଧରି ଚାଲିଲେ

bolangir

Advertisment

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପଡ଼ୁଛି ହୁଳ ହୁଳି। ମାଡ଼ି ଚାଲିଛନ୍ତି ମହିଳା ସମର୍ଥକ। ଆଗରେ ନେତା ଆଉ ପଛରେ ରହିଛନ୍ତି ଶହ ଶହ କର୍ମୀ। ନିର୍ବାଚନ ଆୟୋଗଙ୍କ କଟକଣାକୁ ଅଣଦେଖା କରି ଖୋଲାଖୋଲି ଆଇନର ଉଲ୍ଲଂଘନ କରାଯାଉଛି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିରରେ।

Advertisment

ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଡୁମେରପିଟା ପଂଚାୟତରେ ର୍ନିବାଚନ ଆଚରଣବିଧି ଉଲ୍ଲଘଂନ ହୋଇଥିବା ସ୍ପଷ୍ଟ ଭାବେ ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ସରପଞ୍ଚ ପଦ ପାଇଁ ଗାଁର ନିତ୍ୟାନନ୍ଦ ପଟେଲ ଏବଂ ତାଙ୍କ ପତ୍ନୀ ବାସନ୍ତି ପଟେଲ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସାଥିରେ ଜଣଙ୍କୁ ନେଇ ପ୍ରାର୍ଥି ନାମାଙ୍କନ ଦାଖଲ କରିବାର ନିୟମ ଥିଲା। ହେଲେ ନିତ୍ୟାନନ୍ଦ ପ୍ରାୟ ୩ ଶହ ଲୋକଙ୍କୁ ସାଙ୍ଗରେ ନେଇ ଶୋଭାଯାତ୍ରା କରୁଥିବା ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ସୂଚନାଯୋଗ୍ୟ, କୋଭିଡ-୧୯କୁ ଦୃଷ୍ଟି ରଖି ଅଧିକ ସଂଖ୍ୟାରେ ଲୋକଙ୍କୁ ଧରି ପ୍ରଚାର କରିବାକୁ ଅନୁମତି ମିଳିନାହିଁ। ସର୍ବାଧିକ ୫ଜଣ ହିଁ ପ୍ରଚାରରେ ଯାଇ ପାରିବେ। କୋଭିଡ୍ ସଂକ୍ରମିତ ପ୍ରାର୍ଥୀ ବ୍ୟକ୍ତିଗତ ଭାବେ ବୁଲି ପ୍ରଚାର କରିପାରିବେ ନାହିଁ। ସେହିପରି ରାଜନୀତିକ ଦଳ ଓ ପ୍ରାର୍ଥୀମାନେ କୋଭିଡ୍ ଗାଇଡଲାଇନକୁ ପାଳନ କରି ନିଜର ପ୍ରଚାରକୁ ଡିଜିଟାଲ, ଭର୍ଚୁଆଲ, ମିଡିଆ ପ୍ଲାଟଫର୍ମ, ମୋବାଇଲ ଆଦି ମାଧ୍ୟମରେ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି।

Advertisment

ଏହାଛଡ଼ା ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରାର୍ଥୀ ଓ ତାଙ୍କ ପ୍ରସ୍ତାବକ ଉଭୟ ସାମାଜିକ ଦୂରତ୍ୱ ଓ କୋଭିଡ୍ ଗାଇଡଲାଇନ ପାଳନ କରି ନିର୍ବାଚନ ଅଧିକାରୀଙ୍କ ଅଫିସକୁ ଯିବେ। ଅଧିକ ସଂଖ୍ୟକ ଲୋକ ଏକଜୁଟ ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe