Advertisment

ଆକ୍‌ସନ୍‌ ମୁଡ୍‌ରେ ପ୍ରଶାସନ, ୧୫ଟି ବାଲି ଖାଦାନରେ ୧୪୪ ଧାରା

ଉପଜିଲ୍ଲାପାଳ କୁନାଲ ମୋତିଲାଲ ଚୌହାନ ଜଳେଶ୍ୱରରୁ ଫେରୁଥିବା ବେଳେ ସହଦେବଖୁଣ୍ଟା ଥାନା ଦହପଡ଼ା ନିକଟରେ ବାଲି ଗାଡ଼ି ଚେକିଂ କରୁଥିଲେ। ଠିକ୍‌ ସେହି ସମୟରେ ବାଲି ମାଫିଆମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ।

author-image
Manoranjan Sial
Sand Quarries in Jaleswar Tehsil

Sand Quarries in Jaleswar Tehsil

ବାଲେଶ୍ୱର ଉପ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ପରେ ଆକ୍‌ସନ୍‌ ମୁଡ୍‌କୁ ଆସିଛି ପ୍ରଶାସନ। ଆରମ୍ଭ କରିଛି ଅପରେସନ ସେଣ୍ଡ ଷ୍ଟର୍ମ। ଆଜି ସୁବର୍ଣ୍ଣରେଖା ନଦୀ ପଠାରେ ଥିବା ୧୫ଟି ଚୋରା ବାଲିଖାଦାନରେ ତହସିଲ ପକ୍ଷରୁ ଲାଗିଛି ନାଲି ପତାକା। ଏଥିସହ ୧୪୪ ଧାରା ଜାରି କରାଯାଇଛି।

Advertisment

ଉପ ଜିଲ୍ଲାପାଳ ଙ୍କ ମିସ୍‌ କେଶ ନମ୍ୱର ୯/ ୨୩ ମୂଳେ ଜଳେଶ୍ୱର ତହସିଲ ଅଧିନସ୍ଥ ସୁବର୍ଣ୍ଣରେଖା ନଦୀରେ ଥିବା ବିଳାସପୁର, ମାକିଡିଆ(କ, ଖ,ଗ ), କୁଆଁରପୁର, ତୋଟାପଡା, ବେହେରା ସାହି, ପ୍ରହରାଜପୁର, ପ୍ରହରାଜପୁର(କ ), ଡିପିପୁର, ମକ୍ରମପୁର, ମାଳିପାଳ, ଦକ୍ଷିଣ ପ୍ରହରାଜପୁର(ଚ), କଣ୍ଟାପାଳ, ଗଡ଼ସାହି, ବାଲିଆପାଳ ଆଦି ୧୫ଟି ଚୋରା ବାଲି ଖାଦାନ ଉପରେ ତହସିଲ ପକ୍ଷରୁ ଚଢ଼ଉ କରାଯାଇ ନାଲି ପତାକା ମରାଯାଇଛି। ଏହି ସବୁ ଖାଦାନରେ ୧୪୪ ଧାରା ମଧ୍ୟ ଜାରି କରାଯାଇଛି। ଏଥିସହ ଡାକବାଜୀ ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଛି। ୧୪୪ ଧାରା ଜାରି ହୋଇଥିବାରୁ ଏହି ଅଞ୍ଚଳରେ ଏକାଧିକ ଲୋକ ଏକାଠି ହୋଇପାରିବେ ନାହିଁ।

ଉପଜିଲ୍ଲାପାଳ କୁନାଲ ମୋତିଲାଲ ଚୌହାନ ଜଳେଶ୍ୱରରୁ ଫେରୁଥିବା ବେଳେ ସହଦେବଖୁଣ୍ଟା ଥାନା ଦହପଡ଼ା ନିକଟରେ ବାଲି ଗାଡ଼ି ଚେକିଂ କରୁଥିଲେ। ଠିକ୍‌ ସେହି ସମୟରେ ବାଲି ମାଫିଆମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଉପଜିଲ୍ଲାପାଳଙ୍କ ସହ ତାଙ୍କ ଡ୍ରାଇଭର ଓ ପିଏସ୍‌ଓଙ୍କୁ ଆହତ ହୋଇଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ଆକ୍‌ସନ୍‌କୁ ଆସିଥିଲା। ଆକ୍ରମଣରେ ସମ୍ପୃକ୍ତ ଥିବା ୧୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍‌।

Advertisment

ରିପୋର୍ଟ-ଜଳେଶ୍ୱରରୁ ଅଜିତ ଦାସ

Balasore Odisha Sand Mining