Advertisment

‘ଡିନ୍‌ଙ୍କ ଯୋଗୁ ଚାପରେ ରହୁଥିଲା ପୁଅ, ହଷ୍ଟେଲରେ ହଇରାଣ ହେଉଥିଲା’

‘ମୋ’ ପୁଅ ଚୁପ୍‌ଚାପ ସ୍ୱଭାବର ପିଲା ଥିଲା। ଡିନ୍‌ ପିଲାମାନଙ୍କୁ ହଇରାଣ କରୁଥିବାରୁ ସେ ମାନସିକ ଅବସାଦରେ ରହୁଥିଲା।’

ଅଦ୍ୟତନ ହୋଇଛି
Father & Son

Father & Son

Advertisment

‘ମୋ’ ପୁଅ ଚୁପ୍‌ଚାପ ସ୍ୱଭାବର ପିଲା ଥିଲା। ସେ ହଷ୍ଟେଲରେ ରହୁଥିଲା। ଡିନ୍‌ ପିଲାମାନଙ୍କୁ ହଇରାଣ କରନ୍ତି। ତେଣୁ ସେ ମାନସିକ ଅବସାଦରେ ରହୁଥିଲା।’ ବାଲେଶ୍ୱର ଜିଲ୍ଲା ଫକୀରମୋହନ ମେଡିକାଲ କଲେଜ ଛାତ୍ର ହିତେଷ୍ଣୁ ଦାସଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଦେଖା ଦେଇଥିବା ବେଳେ ଡିନ୍‌ଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି ତାଙ୍କ ବାପା।

Advertisment

ସେ କହିଛନ୍ତି, ବ୍ୟାଙ୍କରୁ ଷ୍ଟଡି ଲୋନ କରାଇବା ହେଉ ଅବା ସ୍କଲାରସିପ୍- ସବୁ କ୍ଷେତ୍ରରେ ଡିନ୍ ପିଲାମାନଙ୍କୁ ହଇରାଣ କରନ୍ତି। କେବେବି ସେ ପିଲାମାନଙ୍କ ପ୍ରତି ସହଯୋଗ ମନୋଭାବ ପୋଷଣ କରନ୍ତି ନାହିଁ। ପୁଅକୁ ଥରେ ଷ୍ଟଡି ଲୋନ୍‌ କଥା କହିଥିଲି। ଡିନ୍‌ ଦସ୍ତଖତ କରୁ ନ ଥିବାରୁ ଅସୁବିଧା ହେବ ବୋଲି ସେ କହିଥିଲା। ତେଣୁ ଷ୍ଟଡି ଲୋନ୍‌ କରିବା ନିମନ୍ତେ ପରିବାର ପକ୍ଷରୁ ଚାପ ପଡ଼ୁଥିବା ବେଳେ ସେ ଚୁପ୍‌ ରହି ଯାଉଥିଲା। ଏପରିକି ଡିନ୍‌ଙ୍କ ଦସ୍ତଖତ ଆବଶ୍ୟକ ଥିବାରୁ ବର୍ଷକୁ ୩୦ ହଜାର ଟଙ୍କାର ସ୍କଲାରଶିପ୍‌ କେମିତି ମିଳିବ, ସେ ନେଇ ବି ହିତେଷ୍ଣୁ ଆଗ୍ରହ ପ୍ରକାଶ କରୁ ନଥିଲା ବୋଲି ତାଙ୍କ ବାପା କହିଛନ୍ତି।   

ସେ ଆହୁରି କହିଛନ୍ତି, ପୁଅ ସମ୍ପୂର୍ଣ୍ଣ ନିରାମିଷାଶୀ ହୋଇଥିବା ବେଳେ କଲେଜର ୩ଟି ଯାକ ହଷ୍ଟେଲରେ କିନ୍ତୁ ମେନୁରେ ସବୁବେଳେ ଆମିଷ ରହୁଥିଲା। ତେଣୁ ପୁଅ ସବୁବେଳେ ଖାଇବାରେ ହଇରାଣ ହେଉଥିଲା। ସେ ହୋଟେଲରେ ଖାଇବାକୁ ବାଧ୍ୟ ହେଉଥିଲା। ପୁଅ ଚୁପଚାପ ସ୍ୱଭାବର ହୋଇଥିବାରୁ କେବେ ପାଟି ଫିଟାଉ ନ ଥିଲା। ପ୍ରାୟ ୮,୧୦ ଦିନ ହେବ ସେ ଚାପରେ ରହୁଥିଲା। କ୍ଲାସ ସହ ପରୀକ୍ଷା ଓ ପ୍ରାକ୍ଟିକାଲ ଥିବାରୁ ସେ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିଲା। 

Advertisment

ଗତକାଲି ପୁଅ ସହ ଭେଟ ହୋଇଥିବା ବେଳେ ତା’ ଚାଲିଚଲଣରେ କିଛିଟା ବ୍ୟତିକ୍ରମ ଥିବା ପରି ଲାଗୁଥିଲା ବୋଲି କହିଛନ୍ତି ତାଙ୍କ ବାପା। ସବୁବେଳେ ଚୁପ୍‌ଚାପ ଓ ଶାନ୍ତ ସ୍ୱଭାବର ହୋଇଥିବା ହିତାଂଶୁ ଗତକାଲି ତାଙ୍କ ବାପାଙ୍କୁ କୁଣ୍ଢାଇ ଧରି ‘ଆଇ ଲଭ ୟୁ ବାପା’ ବୋଲି କହିଥିଲେ। ଏହା ଶୁଣି ତାଙ୍କ ବାପା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଓ ତାଙ୍କ ମୁଣ୍ଡକୁ ସ୍ନେହରେ ଆଉଁଷି ଦେଇଥିଲେ। 

ଆଜି ଭୋର ପ୍ରାୟ ୪ଟା ବେଳେ ମେଡିକାଲରୁ ହିତେଷ୍ଣୁଙ୍କ ଘରକୁ ଫୋନ ଯାଇଥିବା ବେଳେ ପରିବାର ଲୋକଙ୍କୁ ତୁରନ୍ତ ପହଞ୍ଚିବାକୁ କୁହାଯାଇଥିଲା। ହିତେଷ୍ଣୁଙ୍କ ପରିବାର ଲୋକେ ମେଡିକାଲରେ ପହଞ୍ଚିଥିଲେ। ବେଡରେ ପୁଅର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଆଉ ବର୍ଷ କେଇଟା ପରେ ଯେଉଁ ପୁଅ ଡାକ୍ତର ସେମାନଙ୍କ ସ୍ୱପ୍ନ ପୂରଣ କରିଥା’ନ୍ତା, ତା’ ମୃତଦେହ ଦେଖି ବାପାମା’ଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। 

କେବଳ ପରିବାର ଲୋକ ନୁହନ୍ତି, ହିତେଷ୍ଣୁଙ୍କ ମୃତ୍ୟୁ ପରେ ପୂରା ଗାଁ ସ୍ତବ୍ଧ ହୋଇ ଯାଇଛି। ହିତେଷ୍ଣୁ ଜଣେ ମେଧାବୀ ଛାତ୍ର ଥିଲେ। ସେ ଗାଁରୁ ପ୍ରଥମ ଡାକ୍ତର ହୋଇ ବାହାରିଥା’ନ୍ତେ। ମାତ୍ର ତା’ ପୂର୍ବରୁ ତାଙ୍କର ଏଭଳି ମୃତ୍ୟୁକୁ କେହି ସହଜେ ଗ୍ରହଣ କରି ପାରୁ ନାହାନ୍ତି।

ବାଲେଶ୍ୱର ଜିଲ୍ଲା ଫକୀରମୋହନ ମେଡିକାଲ କଲେଜ ଛାତ୍ର ହିତେଷ୍ଣୁ ଦାସଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗ ଘଟଣାକୁ କେଉଁ ଦିଗକୁ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ତାଙ୍କ ମୃତ୍ୟୁ ପଛର କାରଣ ଜାଣିବାକୁ ସମସ୍ତେ ଅପେକ୍ଷା କରିଛନ୍ତି।  

Balasore Students Dead Body
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe