Advertisment

ରେଳ ଧାରଣାରୁ ହଟିଲା ୨୧ଟି ବଗି, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ମରାମତି କାମ

ଭୁବନେଶ୍ୱର ଏମସ ସମେତ ବିଭିନ୍ନ ହସ୍ପିଟାଲରେ ମୃତଦେହ ଗୁଡ଼ିକ ରଖାଯାଇଛି।

ଅଦ୍ୟତନ ହୋଇଛି
Train Accident

Train Accident

Advertisment

ବାହାନଗା ବଜାର ରେଳଷ୍ଟେସନରୁ ସରିଲା ଦୁର୍ଘଟଣାଗ୍ରସ୍ତ ବଗି ହଟାଇବା କାମ। ମୋଟ ୨୧ଟି ବଗିକୁ ଧାରଣା ଉପରୁ ଉଠାଇଲା ରେସ୍କ୍ୟୁ ଟିମ୍। ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବିଦ୍ୟୁତଖୁଣ୍ଟି ଓ ରେଳଧାରଣା ମରାମତି କାମ । ଦୁର୍ଘଟଣାସ୍ଥଳରେ ୭ଟି ପ୍ରୋକ୍ଲିନ ମେସିନ, ୨ଟି ଦୁର୍ଘଟଣା ରିଲିଫ ଟ୍ରେନ, ୩-୪ଟି ରେଳୱେ ଓ ରୋଡ୍ କ୍ରେନ୍ ନିୟୋଜିତ ହୋଇଛନ୍ତି । ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି କାମର ନିରୀକ୍ଷଣ କରୁଛନ୍ତି । 
ଅନ୍ୟପକ୍ଷରେ ବାହାନଗା ରୁ ଭୁବନେଶ୍ୱରକୁ ଆସିଛି ୧୬୦ ଜଣଙ୍କ ମୃତଦେହ। ଭୁବନେଶ୍ୱର ଏମସ ସମେତ ବିଭିନ୍ନ ହସ୍ପିଟାଲରେ ମୃତଦେହ ଗୁଡ଼ିକ ରଖାଯାଇଛି। ଯଦି କୌଣସି ମୃତଦେହ ଚିହ୍ନଟ ନ ହୋଇପାରେ ନିୟମ ଅନୁଯାୟୀ ୪୮ ଘଣ୍ଟା ମଧ୍ୟରେ ସେଗୁଡ଼ିକୁ ଡିସପୋଜ କରାଯିବ। ମୃତଦେହ ଚିହ୍ନଟ ପାଇଁ ମୃତକଙ୍କ ସଂପର୍କୀୟ ମାନଙ୍କୁ ଭୁବନେଶ୍ୱର ଆଣି ଗୋଟିଏ ଜାଗାରେ ରଖାଯିବ। ସେମାନଙ୍କୁ ବିଭିନ୍ନ ମେଡ଼ିକାଲକୁ ନିଆଯିବ ଏବଂ ସେମାନେ ସେଇଠି ମୃତଦେହ ଚିହ୍ନଟ କରିବେ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

Advertisment

ବାଲେଶ୍ୱର ବାହାନଗାରେ ଶନିବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ରେ ପହଞ୍ଚିଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୧୭୫ ଆହତଙ୍କ ମଧ୍ୟରୁ ୭୯୩ ଜଣ ଡିସଚାର୍ଜ ହୋଇଥିବା ବେଳେ ଏବେ ବି ୩୮୨ ଆହତ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। 

Balasore BalasoreTrainAccident OdishaTrainMishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe