Advertisment

Police SI Exam Scam: ପୁଲିସ ଏସ୍‌ଆଇ ଚାକିରି କେଳେଙ୍କାରୀ ଘଟଣାରେ ଆଉ ଜଣେ ଦଲାଲ ଗିରଫ

ଅରବିନ୍ଦ ଦାସଙ୍କୁ ମିଶାଇ ଏହି ମାମଲାରେ ଏଯାବତ ୧୧୯ ଜଣଙ୍କ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ୧୧୪ ଜଣ ଆଶାୟୀ ଥିବା ବେଳେ ୫ ଜଣ ଦଲାଲ ଅଛନ୍ତି। ୫ ଦଲାଲଙ୍କ ମଧ୍ୟରୁ ଅରବିନ୍ଦ ଦାସ ଜଣେ।

author-image
Jitendra Garnayak
Aravinda

ଗିରଫ ଅରବିନ୍ଦ ଦାସ Photograph: (OR)

ପୁଲିସ ଏସ୍‌ଆଇ ଚାକିରି କେଳେଙ୍କାରୀ ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତାଙ୍କ ନାଁ ଅରବିନ୍ଦ ଦାସ (୪୩)। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସିଂଲା ଥାନା ନବରା ଗାଁରେ।

Advertisment

କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ ମିଳିଥିବା ପ୍ରମାଣ ଆଧାରରେ ଅଭିଯୁକ୍ତ ଅରବିନ୍ଦ ଦାସଙ୍କୁ ଗିରଫ କରାଯାଇଛି। ତାଙ୍କୁ ଜେରା ବେଳେ ଅଧିକ ତଥ୍ୟ ମିଳିଛି। ତାଙ୍କଠାରୁ ଆପତ୍ତିଜନକ ଡକ୍ୟୁମେଣ୍ଟ ମିଳିଛି। ଗିରଫ କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଅରବିନ୍ଦ ଦାସଙ୍କୁ ମିଶାଇ ଏହି ମାମଲାରେ ଏଯାବତ ୧୧୯ ଜଣଙ୍କ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ୧୧୪ ଜଣ ଆଶାୟୀ ଥିବା ବେଳେ ୫ ଜଣ ଦଲାଲ ଅଛନ୍ତି। ୫ ଦଲାଲଙ୍କ ମଧ୍ୟରୁ ଅରବିନ୍ଦ ଦାସ ଜଣେ।

Advertisment

ଅନ୍ୟପକ୍ଷରେ ଗତ ୩ ତାରିଖରେ ଗିରଫ ହୋଇଥିବା ଚତୁର୍ଥ ଦଲାଲ ବିଶ୍ୱରଞ୍ଜନ ବେହେରା ସ୍ପେଶାଲ ସିକ୍ୟୁରିଟି ବାଟାଲିଆନ (SSB)ର ଯବାନ ବୋଲି ଜଣାପଡ଼ିବା ପରେ ଏହି ମାମଲାରେ ସଂପୃକ୍ତ ଥିବା ସିଣ୍ଡିକେଟ୍‌ରେ ପୁଲିସର ସମ୍ପୃକ୍ତି ନେଇ ଖୋଲିଛି ପୋଲ୍‌।

https://odishareporter.in/odisha/cuttack/another-accused-has-been-arrested-in-police-si-exam-scam-case-10528714

ବିଶ୍ୱରଞ୍ଜନ ୨୦୧୮ରେ ନିଯୁକ୍ତି ପାଇଥିଲେ। ଭୁବନେଶ୍ୱରରେ ନିଯୁକ୍ତି ପାଇଥିବା ବିଶ୍ୱରଞ୍ଜନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଡ୍ୟୁଟି କରୁଥିଲେ। ଏବେ ଲୋକସେବା ଭାବନରେ ଡ୍ୟୁଟି କରୁଥିଲେ ବିଶ୍ୱରଞ୍ଜନ। ସେ ଅନ୍ୟତମ ଫେରାର ଦଲାଲ ମୁନା ମହାନ୍ତିର ମୁଖ୍ୟ ସହଯୋଗୀ ବୋଲି ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ। ବିଶ୍ୱରଞ୍ଜନ ଗିରଫଦାରି ପରେ ଏହି ସିଣ୍ଡିକେଟ୍‌ରେ କେଉଁ ପୁଲିସ ଅଫିସର ସାମିଲ ଅଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। 

https://odishareporter.in/odisha/odisha-si-scam-bjd-announces-protest-on-6th-for-cbi-probe-congress-backs-the-demand-10529457

ଅନ୍ୟପକ୍ଷରେ ଏହି ସିଣ୍ଡିକେଟ୍‌ର ଅନ୍ୟତମ ପ୍ରମୁଖ ସଦସ୍ୟ ତଥା ଫେରାର ଶଙ୍କର ପୃଷ୍ଟିର ରାଜ୍ୟର ବିଭିନ୍ନ ସ୍ଥାନରେ ଏକାଧିକ କୋଚିଂ ସେଣ୍ଟର ଓ ଅନଲାଇନ ପରୀକ୍ଷା କେନ୍ଦ୍ର ଠାବ କରାଯାଇଥିବା ସୂଚନା ଆସିଛି। ଏଗୁଡ଼ିକ ମାଧ୍ୟମରେ ସେ ତା’ର କ୍ରାଇମ ନେଟୱର୍କ ଚଲାଇଥିଲା ବୋଲି ଜଣାପଡ଼ିଛି। ଏହା ସହିତ ସେ ଜାଲ୍‌ ସାର୍ଟିଫିକେଟ, ଗାଁ ହିଂସାକାଣ୍ଡ ଓ ରାଜନୀତିକ ହତ୍ୟାକାଣ୍ଡ ମାମଲାରେ ସଂପୃକ୍ତ ଥିବା ତଥ୍ୟ ସାମ୍ନାକୁ ଆସିଛି।