Advertisment

ସ୍ୱାଭାବିକ ହେଲା ବାହାନଗା ବଜାର ରେଳ ଷ୍ଟେସନ

ସ୍ୱାଭାବିକ ହୋଇଛି ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ରେଳ ଷ୍ଟେସନ।

author-image
Jitendra Garnayak
ଅଦ୍ୟତନ ହୋଇଛି
Bahanagar Bazar

Bahanagar Bazar

ସ୍ୱାଭାବିକ ହୋଇଛି ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ରେଳ ଷ୍ଟେସନ। ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ଜନସଂପର୍କ ଅଧିକାରୀ (ସିପିଆରଓ) ଏହି ସୂଚନା ଦେଇଛନ୍ତି।

Advertisment

ଗତ ଜୁନ୍ ୨ ତାରିଖରେ ସେଠାରେ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଜୁନ୍ ୧୦ ତାରିଖରେ ଘୋଷଣା କରାଯାଇଥିଲା ଯେ ଏବେ ବାହାନଗା ବଜାର ରେଳ ଷ୍ଟେସନରେ କୌଣସି ଟ୍ରେନ ରହିବ ନାହିଁ। ଷ୍ଟେସନର ରିଲେ ରୁମ୍, ପ୍ୟାନେଲ ଓ ଅନ୍ୟାନ୍ୟ ଯନ୍ତ୍ରପାତି ତଦନ୍ତ ପରିସରଭୁକ୍ତ ଥିବାରୁ ସିବିଆଇ ଏହାକୁ ସିଲ୍ କରି ଦେଇଥିଲା। ତେଣୁ ସେଠାରେ ଟ୍ରେନ ରହିବ ନାହିଁ ବୋଲି ରେଳବାଇ ପକ୍ଷରୁ କୁହାଯାଇଥିଲା।

ବାହାନଗା ଟ୍ରେନ ଦୁର୍ଘଟଣାରେ ୨୯୨ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ୨୮୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା।

Advertisment

ଏହି ଘଟଣାର ତଦନ୍ତ ସିବିଆଇ କରୁଛି। ସିବିଆଇ ସୋର ସେକ୍ସନ ସିଗ୍‌ନାଲ ଜେଇ ଓ ବାହାନଗା ବଜାର ଷ୍ଟେସନର ଷ୍ଟେସନ ମାଷ୍ଟରଙ୍କୁ ପଚରାଉଚରା କରିଛି। କିନ୍ତୁ ଏଯାବତ ସିବିଆଇ ଏହି ଘଟଣାରେ କାହାକୁ ଗିରଫ କରିନାହିଁ।

ଅନ୍ୟପକ୍ଷରେ ବାହାନଗା ଟ୍ରେନ ଦୁର୍ଘଟଣା ପରେ ଦକ୍ଷିଣ-ପୂର୍ବ ରେଳବାଇର ୫ ଜଣ ବରିଷ୍ଠ ପଦସ୍ଥ ଅଫିସରଙ୍କୁ ବଦଳି କରାଯାଇଛି। ସେମାନଙ୍କ ମଧ୍ୟରେ ଅପରେସନ, ସିଗନାଲ ଓ ନିରାପତ୍ତା ଆଦି ଦାୟିତ୍ୱରେ ଥିବା ଅଫିସର ରହିଛନ୍ତି। ସେହିଭଳି ଦକ୍ଷିଣପୂର୍ବ ରେଳବାଇର ଅତିରିକ୍ତ ଜେନେରାଲ ମ୍ୟାନେଜର (ଏଜିଏମ) ଅତୁଲ୍ୟ ସିହ୍ନାଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି।

Train Accident Bahanaga