Advertisment

ବିଦ୍ୟାଭାରତୀଙ୍କୁ ମିଳିଲା ସାମୟିକ ଆଶ୍ୱସ୍ତି, ୨୭ ଯାଏ ଗିରଫ କରିପାରିବନି ପୁଲିସ୍‌

୨୦୨୧ ଜୁଲାଇ ୧୨ ତାରିଖରେ ପାରଳାଖେମୁଣ୍ଡି ସ୍ଥିତ ସରକାରୀ କ୍ୱାର୍ଟର୍ସରେ ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ସେହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ସୌମ୍ୟଙ୍କ ମୃତ୍ୟୁ ପରେ ସନ୍ଦେହ ଘେରକୁ ଆସିଥିଲେ ବିଦ୍ୟାଭାରତୀ।

Bidya Bharati

Bidya Bharati

Advertisment

ଏସିଏଫ୍‌ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି ମିଳିଛି। ଗିରଫ ପାଇଁ ତଳକୋର୍ଟରେ ଜାରି କରିଥିବା NBW ଉପରେ ରୋକ ଲଗାଇଛନ୍ତି। NBW କାର୍ଯ୍ୟକାରୀ ନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୭ ତାରିଖରେ ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ।

Advertisment

ତିନି ଦିନ ତଳେ ବିଦ୍ୟାଭାରତୀ ପଣ୍ଡା , DFO ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ NBW ଜାରି କରିଥିଲେ ପାରଳାଖେମୁଣ୍ଡି SDJM କୋର୍ଟ। ଆସନ୍ତା ଜୁଲାଇ ୭ ତାରିଖରେ ହାଜର କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ପରଠାରୁ ବିଦ୍ୟାଭାରତୀଙ୍କ ପତ୍ତା ମିଳୁନି। ବିଦ୍ୟାଭାରତୀଙ୍କୁ ଖୋଜିବା ପାଇଁ ପୁଲିସ୍‌ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ସ୍ଥିତ ଗୌଡ଼ ଗାଁକୁ ୨ ଥର ଯାଇ ଖାଲି ହାତରେ ଫେରିଥିଲା। ସେପଟେ ବିଦ୍ୟାଭାରତୀ ପ୍ରାଣୀ ଚିକିତ୍ସକ ଭାବେ ଚାକିରି କରୁଥିବା ବୈଶିଙ୍ଗ ନଡ଼ପୁର ସ୍ଥିତ ଅଫିସକୁ ପୁଲିସ ଯାଇଥିଲା। ସେଠାରୁ ମଧ୍ୟ ନିରାଶ ହୋଇ ଫେରିଥିଲା। ବିଦ୍ୟାଭାରତୀ ଛୁଟିରେ ଥିବା ପୁଲିସ ଜାଣିବାକୁ ପାଇଥିଲା।

ସୂଚନାରୁ ପ୍ରକାଶ, ୨୦୨୧ ଜୁଲାଇ ୧୨ ତାରିଖରେ ପାରଳାଖେମୁଣ୍ଡି ସ୍ଥିତ ସରକାରୀ କ୍ୱାର୍ଟର୍ସରେ ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ସେହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ସୌମ୍ୟଙ୍କ ମୃତ୍ୟୁ ପରେ ସନ୍ଦେହ ଘେରକୁ ଆସିଥିଲେ ବିଦ୍ୟାଭାରତୀ। ଡିଏଫ୍‌ଓଙ୍କ ପାଇଁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏପରିକି ଅନୈତିକ ସମ୍ପର୍କ ନେଇ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ମାମଲା ବିବାଦୀୟ ହେଉଥିବା ଦେଖି ପୁଲିସ୍‌ ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲା। ବିଦ୍ୟାଭାରତୀଙ୍କ ଅବହେଳାରୁ ସୌମ୍ୟଙ୍କ ମୃତ୍ୟୁ ଘଟିଥିବା କ୍ରାଇମ ବ୍ରାଞ୍ଚ ସ୍ପଷ୍ଟ କରିଥିଲା। ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିବା ବେଳେ ବିଦ୍ୟାଭାରତୀ ପଣ୍ଡା ଲିଭାଇ ନଥିଲେ। ତେଣୁ ପୂରା ଘଟଣାରେ ବିଦ୍ୟାଭାରତୀକୁ ଦାୟି କରିଥିଲା। କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ସୌମ୍ୟଙ୍କ ପରିବାର ଲୋକେ। ଆଉ ଅଦାଲତ ଦ୍ୱାରସ୍ଥ ହୋଇଥିଲେ।

Advertisment
High Court Balasore Acfo Soumya Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe