Advertisment

ବାଲେଶ୍ୱର ଟ୍ରେନ୍‌ ଟ୍ରାଜେଡି; ଆଜି ବିଜେପି ପାଳିବନି ୯ ବର୍ଷ ପୂର୍ତ୍ତି ଉତ୍ସବ

ଏପରି ଶୋକାକୂଳ ସମୟରେ  କେନ୍ଦ୍ରରେ ସରକାର ଗଠନର ୯ ବର୍ଷ ପୂର୍ତ୍ତି ପାଳନ କରୁଥିବା ବିଜେପି ଆଜି ପାଇଁ ନିଜର ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏ ନେଇ ଟ୍ୱିଟ କରି ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
Train Tragedy

Train Tragedy

Advertisment

ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଯୋଗୁ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି। ଏହା ସମଗ୍ର ଦେଶବାସୀଙ୍କୁ ସ୍ତମ୍ଭୀଭୂତ କରିଥିବା ବେଳେ ଦିନିକିଆ ଶୋକ ପାଳନ କରୁଛନ୍ତି ରାଜ୍ୟ ସରକାର। ଏପରି ଶୋକାକୂଳ ସମୟରେ  କେନ୍ଦ୍ରରେ ସରକାର ଗଠନର ୯ ବର୍ଷ ପୂର୍ତ୍ତି ପାଳନ କରୁଥିବା ବିଜେପି ଆଜି ପାଇଁ ନିଜର ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏ ନେଇ ଟ୍ୱିଟ କରି ଘୋଷଣା କରିଛନ୍ତି।

Advertisment

ଜେପି ନଡ୍ଡା କରିଥିବା ଟ୍ୱିଟ ଅନୁଯାୟୀ, ଓଡ଼ିଶାର ବାଲେଶ୍ୱର ରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣା ଯୋଗୁ ସମଗ୍ର ଦେଶରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଏହି ଘଟଣା ଖୁବ୍‌ ମର୍ମାହତ କରିଛି। ଏପରି ଭୟଙ୍କର ଦୁର୍ଘଟଣା ସମୟରେ କେନ୍ଦ୍ର ସରକାର ନିଜ ୯ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ପାଳନ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି। ଭଗବାନ ମୃତକଙ୍କ ଆତ୍ମାକୁ ସଦ୍‌ଗତି ଦିଅନ୍ତୁ।

ସୂଚନାଯୋଗ୍ୟ, ବାଲେଶ୍ୱର ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ରେ ମୃତ୍ୟୁ ସଂଖ୍ୟା ୨୩୩କୁ ବୃଦ୍ଧି ପାଇଛି। ଏଥିସହ ୯୦୦ରୁ  ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ବାଲେଶ୍ୱର ,ଭଦ୍ରକର ଓ କଟକ ବ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏସସିବିରେ ୫୩ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳକ ଥିବା ଜଣାଯାଇଛି।  

Advertisment

Odisha Balasore Train Accident TrainMishapInOdisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe