Advertisment

ଦୁର୍ଘଟଣାସ୍ଥଳ ବୁଲିଲେ ରେଲୱେ ସେଫ୍ଟି କମିଶନର, କ’ଣ କହିଲେ ପଢ଼ନ୍ତୁ

ବାହାନଗା ଟ୍ରେନ ଦୁର୍ଘଟଣା ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ପରିବର୍ତ୍ତନ ଯୋଗୁ ଘଟିଥିବା ଗତକାଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ।

ଅଦ୍ୟତନ ହୋଇଛି
Railway Safety Commissioner

Railway Safety Commissioner

Advertisment

ଶୁକ୍ରବାର ରାତିରେ ବାଲେଶ୍ୱରର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଥିବା ବେଳେ ଆଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ରେଲୱେ ସେଫ୍ଟି କମିଶନର ଶୈଳେସ କୁମାର ପାଠକ। ଷ୍ଟେସନ ସିଗନାଲ ରୁମ୍ ସହ କଣ୍ଟ୍ରୋଲ ରୁମ୍ ବୁଲି ଦେଖିବା ସହ ପ୍ରାରମ୍ଭିକ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

Advertisment

ରେଲୱେ ସେଫ୍ଟି କମିଶନର ଆହୁରି କହିଛନ୍ତି, ସାଉଥ ଇଷ୍ଟର୍ଣ୍ଣ ସର୍କଲ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ନିରପେକ୍ଷ ଭାବରେ ତଦନ୍ତ କରାଯାଉଛି। ତଦନ୍ତ ପରେ କାରଣ ସ୍ପଷ୍ଟ ଜଣାପଡ଼ିବ। ତଦନ୍ତ ରିପୋର୍ଟ ଆସିଲେ ସମସ୍ତଙ୍କୁ ଜଣାଇ ଦିଆଯିବ। ତଦନ୍ତ ରିପୋର୍ଟ ଆସିବା ପୂର୍ବରୁ କିଛି କହିବା ଠିକ୍‌ ନୁହେଁ ବୋଲି ସେଫ୍ଟି କମିଶନର କହିଛନ୍ତି।

ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ପରିବର୍ତ୍ତନ ଯୋଗୁ ଘଟିଥିବା ଗତକାଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ।

Advertisment

ସୂଚନାଯୋଗ୍ୟ, ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୭୦୦ ରୁ ଅଧିକ ଆହତ ଡିସ୍‌ଚାର୍ଜ ହୋଇସାରିଥିବା ବେଳେ ଅନ୍ୟମାନେ ବିଭିନ୍ନ ହସ୍‌ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହାସହ ଚିହ୍ନଟ ପରେ ସମ୍ପର୍କୀୟମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି।

Balasore Trainaccident Railway Safety Commissioner
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe