Advertisment

ସଂଜୟଙ୍କର ପୁଣି ଥରେ ହେବ ପୋଷ୍ଟମର୍ଟମ

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋର ଥାନା କୁରୁଡ଼ା ପଞ୍ଚାୟତର ସଂଜୟ ଦାସଙ୍କ ମୃତଦେହର ପୁଣି ଥରେ ପୋଷ୍ଟମର୍ଟମ ହେବ।  ପ୍ରାୟ ଆଠ ଦିନ ତଳେ ତାମିଲନାଡୁରେ ସଂଜୟଙ୍କର ମୃତ୍ୟୁ ହୋଇଥିଲା। ସେଠାକୁ ସେ ଦାଦନ ଖଟିବାକୁ ଯାଇଥିଲେ।  ଆମ୍ବୁଲାନ୍ସରେ ସେଠାରୁ ମୃତଦେହ ଆସି ଗାଁରେ ପହଞ୍ଚିବା ପରେ ପ୍ରାୟ ୩ ଦିନ ଧରି ଆମ୍ବୁଲାନ୍ସରେ ହିଁ ପଡ଼ି ରହିଥିଲା। ପରିବାର ଲୋକେ ଅଭିଯୋଗ କରିଥିଲେ, ତାଙ୍କ ପୁଅକୁ ହତ୍ୟା କରାଯାଇଛି । ଏପରିକି ଆମ୍ବୁଲାନ୍ସରେ ମୃତଦେହ […]

ଅଦ୍ୟତନ ହୋଇଛି
ସଂଜୟଙ୍କର ପୁଣି ଥରେ ହେବ ପୋଷ୍ଟମର୍ଟମ

590 (1)

Advertisment

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋର ଥାନା କୁରୁଡ଼ା ପଞ୍ଚାୟତର ସଂଜୟ ଦାସଙ୍କ ମୃତଦେହର ପୁଣି ଥରେ ପୋଷ୍ଟମର୍ଟମ ହେବ।  ପ୍ରାୟ ଆଠ ଦିନ ତଳେ ତାମିଲନାଡୁରେ ସଂଜୟଙ୍କର ମୃତ୍ୟୁ ହୋଇଥିଲା। ସେଠାକୁ ସେ ଦାଦନ ଖଟିବାକୁ ଯାଇଥିଲେ।  ଆମ୍ବୁଲାନ୍ସରେ ସେଠାରୁ ମୃତଦେହ ଆସି ଗାଁରେ ପହଞ୍ଚିବା ପରେ ପ୍ରାୟ ୩ ଦିନ ଧରି ଆମ୍ବୁଲାନ୍ସରେ ହିଁ ପଡ଼ି ରହିଥିଲା। ପରିବାର ଲୋକେ ଅଭିଯୋଗ କରିଥିଲେ, ତାଙ୍କ ପୁଅକୁ ହତ୍ୟା କରାଯାଇଛି ।

Advertisment

ଏପରିକି ଆମ୍ବୁଲାନ୍ସରେ ମୃତଦେହ ଧରି ଆସିଥିବା ୩ ଜଣଙ୍କୁ ସେମାନେ ଅଟକ ରଖିଥିଲେ ।  ବାହାନଗା ତହସିଲଦାର ଓ ସୋର ପୁଲିସ ସେହି ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କରିଛନ୍ତି।  ଏହା ପରେ ୩ ଅଟକ ମୁକ୍ତ ହୋଇଛନ୍ତି । ସୂଚନା ଅନୁଯାୟୀ, ୩୫ ବର୍ଷର ସଞ୍ଜୟ କୁମାର ଦାସ ଦାଦନ ଖଟିବାକୁ ଯାଇଥିବା ବେଳେ ତାମିଲନାଡୁରେ ମୃତ୍ୟୁ ହୋଇଛି।

ସଞ୍ଜୟଙ୍କୁ  କିଛିଦିନ ପୂର୍ବରୁ ଭଦ୍ରକ ଅଞ୍ଚଳର ଜଣେ ଠିକାଦାର ଦାଦନ ଖଟାଇବା ପାଇଁ ତାମିଲନାଡୁ ନେଇଥିଲେ l ସଞ୍ଜୟଙ୍କର ଆଜକୁ ୮ ଦିନ  ହେବ ମୃତ୍ୟୁ ହୋଇଯାଇଛି l ଠିକାଦାର ତାଙ୍କୁ ମାରିଦେଇଥିବା ପରିବାର ଲୋକେ  ଅଭିଯୋଗ ଆଣିଛନ୍ତି।  l ଅନ୍ୟପଟେ ଠିକାଦାର ଜଣକ ୩ଜଣ ପିଲାଙ୍କ ସହିତ ସଞ୍ଜୟଙ୍କର ଶବକୁ ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କ ଘରକୁ ପଠାଇଥିଲେ l

Advertisment
Migrant Labour Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe