ବାଲିଆପାଳରେ ଥମୁନି ଉତ୍ତେଜନା: ବଦଳିଲେ ଆଇଆଇସି

ଜଳେଶ୍ୱର: ଢାବାରୁ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳକଙ୍କ ମୃତଦେହ ମିଳିବା ପରେ ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଉତ୍ତେଜନା ପ୍ରକାଶ ପାଇଛି। ସେପଟେ ବାଲିଆପାଳ ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ବଦଳି କରାଯାଇଛି। ନାବାଳକ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ ପରେ ଆଇଆଇସି ପ୍ରଭୁ କଲ୍ୟାଣଙ୍କୁ ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟକୁ ଏସ୍‌ପି ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ରେମୁଣା ଆଇଆଇସି ରଞ୍ଜିତ ସାହୁଙ୍କୁ ବାଲିଆପାଳ ଆଇଆଇସି ଭାବେ ବଦଳି କରାଯାଇଛି। ଢାବାରେ ନାବାଳକ ମୃତ୍ୟୁକୁ ନେଇ ମାର୍‌ପିଟ୍‌, ପୋଡ଼ାଜଳା ହୋଇଥିଲା। ଢାବା ମାଲିକଙ୍କ ଘର ଜାଳିବା […]

iic-1-2--

Niharika Rout
  • Published: Saturday, 27 July 2019
  • , Updated: 27 July 2019, 04:25 PM IST

ଜଳେଶ୍ୱର: ଢାବାରୁ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳକଙ୍କ ମୃତଦେହ ମିଳିବା ପରେ ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଉତ୍ତେଜନା ପ୍ରକାଶ ପାଇଛି।

ସେପଟେ ବାଲିଆପାଳ ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ବଦଳି କରାଯାଇଛି। ନାବାଳକ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ ପରେ ଆଇଆଇସି ପ୍ରଭୁ କଲ୍ୟାଣଙ୍କୁ ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟକୁ ଏସ୍‌ପି ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ରେମୁଣା ଆଇଆଇସି ରଞ୍ଜିତ ସାହୁଙ୍କୁ ବାଲିଆପାଳ ଆଇଆଇସି ଭାବେ ବଦଳି କରାଯାଇଛି।

ଢାବାରେ ନାବାଳକ ମୃତ୍ୟୁକୁ ନେଇ ମାର୍‌ପିଟ୍‌, ପୋଡ଼ାଜଳା ହୋଇଥିଲା। ଢାବା ମାଲିକଙ୍କ ଘର ଜାଳିବା ସହ ଲୋକେ ଆଇଆଇସିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ପରିବାର ଲୋକଙ୍କୁ ନ ଜଣାଇ ଶବ ବ୍ୟବଚ୍ଛେଦ କରାଯାଇଥିବା ଅଭିଯୋଗ କରି ଲୋକେ ଆମ୍ବୁଲାନ୍ସ ଓ ପୁଲିସ୍‌ କର୍ମଚାରୀଙ୍କୁ ଆଜି ଅଟକ ରଖିଥିଲେ। ଏହାସହ ରାସ୍ତାରୋକ ମଧ୍ୟ କରିଥିଲେ। ତେବେ ଘଟଣା ସମ୍ବେଦନଶୀଳ ହୋଇଥିବାରୁ ଜିଲ୍ଲା ପ୍ରଶାସନର ଅନୁମତି ପରେ ମୃତଦେହ ବ୍ୟବଚ୍ଛେଦ ହୋଇଥିବା ଜଳେଶ୍ୱର ଏସ୍‌ଡିପିଓ କହିଛନ୍ତି।

ଗ୍ରାମବାସୀ ଅଭିଯୁକ୍ତଙ୍କୁ ଗିରଫ ଏବଂ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ଆନ୍ଦୋଳନ କରିଥିଲେ। ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଥିଲା।

Related story