ବାଣପୁର ବିଡିଓଙ୍କୁ ମାଡ ଘଟଣା: ଅଭିଯୁକ୍ତ ସରପଞ୍ଚଙ୍କୁ ବଲାଙ୍ଗୀରରୁ ଗିରଫ କଲା ପୋଲିସ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ବିଡ଼ିଓଙ୍କୁ ଆକ୍ରମଣ ଅଭିଯୋଗ ଘଟଣାରେ ନିଲମ୍ୱିତ ଗାଲୁଆ ସରପଞ୍ଚଙ୍କୁ ଗିରଫ କରିଛି ପୋଲିସ। ନିଲମ୍ୱିତ ସରପଞ୍ଚ ସୁରେଶ ବାରିକଙ୍କୁ ବଲାଙ୍ଗୀରରୁ ପୋଲିସ ଗିରଫ କରିଛି। ସେ ଦୀର୍ଘ ଦିନରୁ ଫେରାର୍ ଥିଲେ। ତାଙ୍କୁ ଧରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ଗତ ଜୁନ୍ ୨୯ ତାରିଖରେ ବ୍ଲକର ଗାଲୁଆ ପଞ୍ଚାୟତ କାର୍ଯ୍ୟାଳୟ ବନ୍ଦ ରହିଥିବା ସମ୍ପର୍କରେ ଅଭିଯୋଗ ପାଇବା ପରେ ବିଡିଓ ମହମ୍ମଦ ସହିଦ […]

bdo

Rakesh Mallick
  • Published: Tuesday, 21 July 2015
  • , Updated: 21 July 2015, 07:31 AM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ବିଡ଼ିଓଙ୍କୁ ଆକ୍ରମଣ ଅଭିଯୋଗ ଘଟଣାରେ ନିଲମ୍ୱିତ ଗାଲୁଆ ସରପଞ୍ଚଙ୍କୁ ଗିରଫ କରିଛି ପୋଲିସ। ନିଲମ୍ୱିତ ସରପଞ୍ଚ ସୁରେଶ ବାରିକଙ୍କୁ ବଲାଙ୍ଗୀରରୁ ପୋଲିସ ଗିରଫ କରିଛି। ସେ ଦୀର୍ଘ ଦିନରୁ ଫେରାର୍ ଥିଲେ। ତାଙ୍କୁ ଧରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ଗତ ଜୁନ୍ ୨୯ ତାରିଖରେ ବ୍ଲକର ଗାଲୁଆ ପଞ୍ଚାୟତ କାର୍ଯ୍ୟାଳୟ ବନ୍ଦ ରହିଥିବା ସମ୍ପର୍କରେ ଅଭିଯୋଗ ପାଇବା ପରେ ବିଡିଓ ମହମ୍ମଦ ସହିଦ ହୁସେନ୍ ଗାଲୁଆ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ତୁରନ୍ତ କାର୍ଯ୍ୟାଳୟ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ସୁରେଶ ଚନ୍ଦ୍ର ବାରିକ ବିଡିଓ ମହମ୍ମଦ ସହିଦଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ବିଡିଓ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇନଥିଲା। ଏହାକୁ ନେଇ ବିଭିନ୍ନ ସମୟରେ ରାଜ୍ୟ ଓଏଏସ୍ ସଂଘ ଅସନ୍ତୋଷ ପ୍ରକାଶ କରି ପୋଲିସ ଡିଜି ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲା। ଏହାପରେ ସରପଞ୍ଚ ପଦବୀରୁ ସୁରେଶ ବାରିକଙ୍କୁ ନିଲମ୍ୱିତ କରିଥିଲା ପଞ୍ଚାୟତରାଜ ବିଭାଗ।

Related story