ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା ପଛରେ ବ୍ଲାକମେଲ୍‌ କାହାଣୀ, ବନ୍ଧା ହେଲେ ୨ ଅଭିଯୁକ୍ତ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ୪ ମାସ ପୂର୍ବେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଏବେ ଏହା ଉପରୁ ପରଦା ହଟାଇଛି ପୁଲିସ୍‌।  ଶାନ୍ତଶିଷ୍ଟ ସ୍ୱଭାବର ଦିବ୍ୟ ରଞ୍ଜନ କାହିଁକି ନଦୀକୁ ଡେଇଁ ଆତ୍ମହତ୍ୟା କଲେ ତାହାକୁ ନେଇ ସୃଷ୍ଟି ହୋଇଥିଲା ବିରାଟ ପ୍ରଶ୍ନବାଚୀ। ଏହି ଅଡ଼ୁଆ ସୁତାଖିଅକୁ ସଜାଡ଼ିବାକୁ ଯାଇ ପୁଲିସ୍‌ ରାଜସ୍ଥାନର ୨ ଜଣଙ୍କୁ କାବୁ କରିଛି […]

lllkk

lllkk

Niharika Rout
  • Published: Monday, 05 December 2022
  • Updated: 05 December 2022, 11:20 AM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ୪ ମାସ ପୂର୍ବେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଏବେ ଏହା ଉପରୁ ପରଦା ହଟାଇଛି ପୁଲିସ୍‌।  ଶାନ୍ତଶିଷ୍ଟ ସ୍ୱଭାବର ଦିବ୍ୟ ରଞ୍ଜନ କାହିଁକି ନଦୀକୁ ଡେଇଁ ଆତ୍ମହତ୍ୟା କଲେ ତାହାକୁ ନେଇ ସୃଷ୍ଟି ହୋଇଥିଲା ବିରାଟ ପ୍ରଶ୍ନବାଚୀ। ଏହି ଅଡ଼ୁଆ ସୁତାଖିଅକୁ ସଜାଡ଼ିବାକୁ ଯାଇ ପୁଲିସ୍‌ ରାଜସ୍ଥାନର ୨ ଜଣଙ୍କୁ କାବୁ କରିଛି । ସେମାନେ ହେଲେ ଆଦିଲ ଓ ମେହେବୁବ ।

ଦିବ୍ୟରଞ୍ଜନଙ୍କର ହସଖୁସିର ପରିବାର ଥିବା ବେଳେ ଏପରି ଚରମ ପଦକ୍ଷେପ ନେବା ପଛରେ ବ୍ୟାକମେଲ୍‌ର  କଳା କାହାଣୀ ଥିବା ତଦନ୍ତରୁ ଜଣାପଡ଼ିଥିଲା। ଅର୍ଥାତ  ଦିବ୍ୟରଞ୍ଜନ ବ୍ଲାକମେଲରଙ୍କ ଚକ୍ରବ୍ୟୁହରେ ପଡ଼ି ଯାଇଥିବା ବେଳେ ସେଥିରୁ ମୁକୁଳି ପାରି ନ ଥିଲେ। ୨ ମାସ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ନିର୍ଦ୍ଦିଷ୍ଟ ୫ ଜଣଙ୍କ ପାଖକୁ ୨୪ ଲକ୍ଷ ୪୦ ହଜାର ଟଙ୍କା  ଟ୍ରାନ୍ସଫର ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା।

ବ୍ଲାକମେଲରମାନେ ବାହାର ରାଜ୍ୟର ହୋଇଥିବାରୁ ବିଭିନ୍ନ ଦିଗରୁ ତଦନ୍ତ କରି ସୋନପୁର ପୁଲିସ ରାଜସ୍ଥାନର ଦୁଇଜଣ ଆଦିଲ ଓ ମେହେବୁବଙ୍କୁ ଗିରଫ କରିଛି । ତେବେ ସେମାନଙ୍କ ବାଦ ଏହି ଘଟଣାରେ ଆଉ କିଏ କିଏ ଅଭିଯୁକ୍ତ ଅଛନ୍ତି, ସେମାନଙ୍କୁ ପୁଲିସ୍‌ ଖୋଜୁଥିବା ଜଣାଯାଇଛି।  

ଗତ ଅଗଷ୍ଟ ୧୦ ତାରିଖରେ ବଲାଙ୍ଗିର ଶାନ୍ତିପଡାର ଦିବ୍ୟରଂଜନ ମିଶ୍ର ବରପାଲିରୁ ନିଜ ଘରକୁ ଫେରୁଥିବା ସମୟରେ ନିଖୋଜ ହୋଇଯାଇଥିଲେ । ତିନି ଦିନ ପରେ ଅଙ୍ଗ ନଦୀରୁ ତାଙ୍କ ଶବ ମିଳିଥିଲା । ପରେ ପରେ ଦିବ୍ୟରଞ୍ଜନ ବ୍ଲାକମେଲର ଶିକାର ହୋଇଥିବା ଜଣାପଡିଥିଲା । ହେଲେ ପରିବାର ଲୋକେ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିବା କହିଥିଲେ।

ସୂଚନାଯୋଗ୍ୟ, ଦିବ୍ୟରଞ୍ଜନ ପୂର୍ବରୁ କୋଲକତାର ମେଦିନାପୁରରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ କାର୍ଯ୍ୟରତ ଥିଲେ। ସେଠାରେ ଥିବା ସମୟରେ କୌଣସି କାରଣକୁ ନେଇ ତାଙ୍କୁ ବ୍ଲାକମେଲ କରାଯାଇଥିବା ଅନୁମାନ କରାଯାଉଛି। ତେବେ କଣ ପାଇଁ ବ୍ଲାକମେଲରମାନେ ତାଙ୍କୁ ନିଜ ଜାଲରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିଲେ ସେ ନେଇ କିଛି ସଠିକ୍‌ ସୂଚନା ମିଳିପାରିନି।   

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story