ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ, ରାତାରାତି ୧୯ ଜଣଙ୍କୁ ଉଠାଇ ନେଲା ପୁଲିସ୍‌

ବରଗଡ଼(ଦୀପକ ଶର୍ମା): ଆଜି ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବରଗଡ଼ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟକାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ହେଲେ ମମିତାଙ୍କୁ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଜୋରଦାର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ଓ ବିଜେପି। ଏହାକୁ ଆଖି ଆଗରେ ରଖି ପୁଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିସହ ବିଜେପି କୃଷକ ମୋର୍ଚ୍ଚା ସଭାପତିଙ୍କ ସମେତ ୧୨ କର୍ମୀ ଓ ଜିଲ୍ଲା […]

deatin

Niharika Rout
  • Published: Saturday, 13 November 2021
  • , Updated: 13 November 2021, 08:00 AM IST

ବରଗଡ଼(ଦୀପକ ଶର୍ମା): ଆଜି ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବରଗଡ଼ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟକାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ହେଲେ ମମିତାଙ୍କୁ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଜୋରଦାର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ଓ ବିଜେପି। ଏହାକୁ ଆଖି ଆଗରେ ରଖି ପୁଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିସହ ବିଜେପି କୃଷକ ମୋର୍ଚ୍ଚା ସଭାପତିଙ୍କ ସମେତ ୧୨ କର୍ମୀ ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ୫ ଜଣ କର୍ମୀଙ୍କୁ ଉଠାଇ ନେଇଛି ପୁଲିସ୍‌।

ସୂଚନାଯୋଗ୍ୟ. ଆଜି ବରଗଡ଼ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ । ଏହି ଅବସରରେ ବରଗଡ଼ ଜିଲ୍ଲାର ୧୨ଟି ବ୍ଲକରେ ୩ ଲକ୍ଷ ୬୩ ହଜାର ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟାଯିବ । ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବା ପରେ ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ଏହାକୁ ବଣ୍ଟନ କରାଯିବ । ଏହାସହ ହାଇସ୍କୁଲଗୁଡିକର ଉନ୍ନତୀକରଣ ନେଇ ଭିଡିଓ ପ୍ରଦର୍ଶିତ ହେବ । ବିଜେପୁର ସାଧାରଣ ସଭାକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ।

[caption id="attachment_691405" align="aligncenter" width="650"] ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୁଲିସ୍‌ ଛାଉଣୀରେ ପରିଣତ ହୋଇଛି ବରଗଡ଼ ।[/caption]

ଆଜି ସକାଳ ୧୦ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀ ବରଗଡ଼ ଅଭିମୁଖେ ହେଲିକପ୍ଟରରେ ବାହାରିବେ । ୧୧ଟା ୧୫ ମିନିଟରେ ଯାଇ ବରଗଡ଼ ଜିଲ୍ଲାର ସତୀଭଟା ଏୟାରଷ୍ଟ୍ରିପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ପହଞ୍ଚିବ ।  ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ କାର୍ଯ୍ୟକ୍ରମକୁ ଜୋରଦାର ପ୍ରତିବାଦ କରିବେ ବିରୋଧି ।  ବିଜେପି ଓ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ନେଇ ଚେତାବନୀ ପରେ ଏନେଇ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକରେ ଯାଂଚ ହେଉଛି । ଗତ ରାତିରେ ବିଜେପି କୃଷକ ମୋର୍ଚ୍ଚା ସଭାପତିଙ୍କ ସମେତ ୧୨ କର୍ମୀ, ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ୫ ଜଣ କର୍ମୀଙ୍କୁ ଉଠାଇନେଇଛି ପୁଲିସ୍‌ ।  ବରଗଡ଼ରେ ୧୮ ପ୍ଲାଟୁନ ଫୋର୍ସ ମୁତୟନ ସହ ଆଇନଶୃଙ୍ଖଳା ରକ୍ଷା ପାଇଁ ଉଚ୍ଚପଦସ୍ତ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

Related story