ସ୍ଥଗିତ ରହିଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ

ବରଗଡ଼(ଦୀପକ ଶର୍ମା): ସ୍ଥଗିତ ରହିଲା ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ । ଡିସେମ୍ବର ଗାଇଡଲାଇନକୁ ନେଇ ଧନୁଯାତ୍ରାକୁ ସ୍ଥଗିତ ରଖାଯାଇଥିବାବେଳେ ଜାନୁୟାରୀ ମାସର ଗାଇଡଲାଇନ୍ ଆସିଲେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ବରଗଡ଼ ଜିଳ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳ ତଥା ଧନୁଯାତ୍ରା କମିଟି ଅଧ୍ୟକ୍ଷ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡିସେମ୍ବର ଗାଇଡ଼ଲାଇନ ଅନୁସାରେ ଧନୁଯାତ୍ରା ଆୟୋଜନ ସମ୍ଭବ ନୁହେଁ ବୋଲି ନିଷ୍ପତ୍ତି ନିଆଯାଇଛି । […]

dhanu-yatra

Niharika Rout
  • Published: Saturday, 11 December 2021
  • , Updated: 11 December 2021, 09:26 AM IST

ବରଗଡ଼(ଦୀପକ ଶର୍ମା): ସ୍ଥଗିତ ରହିଲା ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ । ଡିସେମ୍ବର ଗାଇଡଲାଇନକୁ ନେଇ ଧନୁଯାତ୍ରାକୁ ସ୍ଥଗିତ ରଖାଯାଇଥିବାବେଳେ ଜାନୁୟାରୀ ମାସର ଗାଇଡଲାଇନ୍ ଆସିଲେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

ବରଗଡ଼ ଜିଳ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳ ତଥା ଧନୁଯାତ୍ରା କମିଟି ଅଧ୍ୟକ୍ଷ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡିସେମ୍ବର ଗାଇଡ଼ଲାଇନ ଅନୁସାରେ ଧନୁଯାତ୍ରା ଆୟୋଜନ ସମ୍ଭବ ନୁହେଁ ବୋଲି ନିଷ୍ପତ୍ତି ନିଆଯାଇଛି ।

ଦୀର୍ଘ ୧୧ ଦିନ ଧରି ଚାଲୁଥିବା ଏହି ମହୋତ୍ସବରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । ତେଣୁ ବର୍ତ୍ତମାନ ପାଇଁ ଯାତ୍ରାକୁ ସ୍ଥଗିତ ରଖାଗଲା ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଜାନୁଆରୀରେ ରାଜ୍ୟ ସରକାରଙ୍କ ଗାଇଡଲାଇନ ଆସିବା ପରେ ବିଚାର କରାଯିବ ଏବଂ ପୁଣି ବୈଠକ ବସି ନିଷ୍ପତ୍ତି ନିଆଯିବ ବୋଲି ଧନୁଯାତ୍ରା କମିଟିର ଆବାହକ କହିଛନ୍ତି ।

କୋଭିଡ ଗାଇଡଲାଇନ୍‌ ଅନୁଯାୟୀ  ଧନୁଯାତ୍ରା ସମ୍ଭବ ନୁହେଁ। ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି। ଜାନୁଆରୀ ଗାଇଡଲାଇନ୍‌ ଆସିବା ପରେ ପୁନଃବିଚାର କରାଯିବ  ବୋଲି ବରଗଡ଼ ଧନୁଯାତ୍ରା କମିଟି ଅଧ୍ୟକ୍ଷ ତଥା ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀ କହିଛନ୍ତି।

Related story