Advertisment

Accident: ମିଟିଂ ସାରି ଫେରିବାବେଳେ କାର ଦୁର୍ଘଟଣାଗ୍ରସ୍ତ, ୩ ମୃତ

ମୃତାହତମାନେ ଏକ ରଙ୍ଗ କମ୍ପାନୀର କର୍ମଚାରୀ। ସେମାନେ ଗତକାଲି କମ୍ପାନୀର ଏକ ବୈଠକରେ ଯୋଗଦେବା ପାଇଁ ସମ୍ବଲପୁର ଯାଇଥିଲେ। ବୈଠକ ସାରି ଫେରିବା ବେଳେ ବିଳମ୍ବିତ ରାତିରେ କାରରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।

Baragarh Accident

ଦୁର୍ଘଟଣାଗ୍ରସ୍ତ କାର ଓ ମୃତକମାନେ

Advertisment

ବରଗଡ଼ ସହରର ବାଏପାସରେ ୫୩ ନମ୍ବର ଜାତୀୟ ରାଜପଥରେ ଗୁରୁବାର ବିଳମ୍ବିତ ରାତିରେ ଏକ କାର ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକମାନେ ହେଉଛନ୍ତି, ବରଗଡ଼ର ସୌରଭ ଅଗ୍ରୱାଲ, ଡୁଙ୍ଗୁରିପାଲିର ଲୋସେନେରୀ ଦୁସରେ ଓ ବିଦ୍ୟାଧରପୁରର ଜ୍ଞାନପ୍ରକାଶ ସାହୁ। ଆହତ ମହିଳାଙ୍କ ନାଁ ରେଜିତା ସେଠୀ। ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

Advertisment

ମୃତାହତମାନେ ଏକ ରଙ୍ଗ କମ୍ପାନୀର କର୍ମଚାରୀ। ସେମାନେ ଗତକାଲି କମ୍ପାନୀର ଏକ ବୈଠକରେ ଯୋଗଦେବା ପାଇଁ ସମ୍ବଲପୁର ଯାଇଥିଲେ। ବୈଠକ ସାରି ଫେରିବା ବେଳେ ବିଳମ୍ବିତ ରାତିରେ କାରରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ସେମାନଙ୍କ କାର କାହିଁକି ଡିଭାଇଡରରେ ପିଟି ହେଲା, ତାହା ଜଣାପଡ଼ିନଥିବା ବେଳେ ଦ୍ରୁତଗତିରୁ ଭାରସାମ୍ୟ ହରାଇ ଏଭଳି ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ବରଗଡ଼ ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି। 

ସେହିଭଳି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଦୁମୁସିଲ ଘାଟିରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦଶାହ କାର୍ଯ୍ୟ ପାଇଁ କୋନୋକା ଯାଉଥିବା ବେଳେ ଭାରସାମ୍ୟ ହରାଇ ଅଟୋ ଓଲଟି ପଡ଼ିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଦୁଇ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ହେଉଛନ୍ତି ପଡ଼ାପଦର ଗାଁର ସିତାଇ ୱେଡକା। ସେହିପରି ଗୁରୁତର ଦ୍ୱୟ ହେଉଛନ୍ତି ପିରମ୍ ୱଡେକା ଓ ସୁବରଣୀ ୱଡେକା।

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥର ମାଳପୁରା ଓଭରବ୍ରିଜ ନିକଟରେ ଏକ ବାଇକ୍‌କୁ ଟ୍ରକ୍‌ଟିଏ ପଛରୁ ଧକ୍କା ଦେବା ଫଳରେ ଦୁଇ ଶିଶୁ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି।

ବଲାଙ୍ଗିରର ଭୁତିଆରବାହାଲ ନିକଟରେ ଏକ ଚାଉଳ ବୋଝେଇ ଟ୍ରକ୍ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍‌ଟି ଛତିଶଗଡ଼ରୁ ଦେଓଗାଁକୁ ଆସୁଥିଲା। ଟ୍ରକ୍‌ଟି ଓଲଟି ପଡ଼ିବା ପରେ ଲୋକେ ଚାଉଳ ବସ୍ତା ବୋହି ନେଇଥିଲେ। ଦେଓଗାଁ ପୁଲିସ ଟ୍ରକ୍‌ର ଓ ଚାଉଳର କାଗଜପତ୍ର ଯାଞ୍ଚ କରିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe